ସିସିଟିଭିରେ କଏଦ ହେଲା ବୀଭତ୍ସ ଦୃଶ୍ୟ ! ପ୍ରଥମେ ପିଟିଲେ ଆଉ ବିଚ୍ ରାସ୍ତାରେ ୩ ଜଣଙ୍କୁ ହାଣିଲେ

ଏହି ଘଟଣା ଗତକାଲି ରାତି ୧୦ଟା ବେଳେ ହିଲପାଟଣା ତୃତୀୟ ଲାଇନ୍ ଛକ ଠାରେ ଘଟିଛି । ଏହି ଆକ୍ରମଣରେ ଟ୍ରାଭେଲ୍ସ ମାଲିକ କୁମୁଦ ରଞ୍ଜନ ବ୍ରହ୍ମା, ଡ୍ରାଇଭର ସୁଦର୍ଶନ ଦାସ ଓ ହରିହରି ପାଣଗ୍ରାହୀ ଗୁରୁତର ଆହତ ହୋଇ ଏମକେସିଜି ମେଡିକାଲରେ ଭର୍ତ୍ତି ହୋଇଛନ୍ତି ।

Brahmapur News

ସିସିଟିଭିରେ କଏଦ ହେଲା ବୀଭତ୍ସ ଆକ୍ରମଣର ଦୃଶ୍ୟ । ବ୍ରହ୍ମପୁର ହିଲପାଟଣାରେ ୩ ଜଣଙ୍କୁ ପିଟିବା ପରେ ବିଚ୍ ରାସ୍ତାରେ ହାଣିଲେ । ଏପରି ଏକ ବୀଭତ୍ସ ଦୃଶ୍ୟ ସିସିଟିଭିରେ କଏଦ ହୋଇଛି । ଯାହାକୁ ଦେଖିବା ବି ମୁସ୍କିଲ । ଗତକାଲି ରାତିରେ ହିଲପାଟଣାରେ ଏକ ଟୁର୍ ଆଣ୍ଡ ଟ୍ରାଭେଲ୍ସର କାରର କାଚ ଭଙ୍ଗାକୁ ନେଇ ଗଣ୍ଡଗୋଳ ଏତେ ସାଂଘାତିକ ହୋଇଥିଲା କି ଟ୍ରାଭେଲ୍ସ ମାଲିକ କୁମୁଦ ରଞ୍ଜନ ବ୍ରହ୍ମାଙ୍କ ସମେତ ଅନ୍ୟ ଦୁଇ କର୍ମଚାରୀଙ୍କୁ ବିଚ୍ ରାସ୍ତାରେ ପିଟିଥିଲେ ଦୁର୍ବୃତ୍ତ ।

ପରେ ଗଣ୍ଡଗୋଳ ଚରମ ସୀମାକୁ ଯାଇଥିଲା । ମାମଲାରେ ମୁଖ୍ୟ ଅଭିଯୁକ୍ତ ସ୍ଥାନୀୟ ଅଞ୍ଚଳର ମୁକେଶ ସାହୁଙ୍କ  ସମେତ ୩ ଜଣଙ୍କୁ ପୋଲିସ୍ ଗିରଫ କରି ତଦନ୍ତ କରୁଛି ।

ସୂଚନା ମୁତାବକ ଏହି ଘଟଣା ଗତକାଲି ରାତି ୧୦ଟା ବେଳେ ହିଲପାଟଣା ତୃତୀୟ ଲାଇନ୍ ଛକ ଠାରେ ଘଟିଛି । ଏହି ଆକ୍ରମଣରେ ଟ୍ରାଭେଲ୍ସ ମାଲିକ କୁମୁଦ ରଞ୍ଜନ ବ୍ରହ୍ମା, ଡ୍ରାଇଭର ସୁଦର୍ଶନ ଦାସ ଓ ହରିହରି ପାଣଗ୍ରାହୀ ଗୁରୁତର ଆହତ ହୋଇ ଏମକେସିଜି ମେଡିକାଲରେ ଭର୍ତ୍ତି ହୋଇଥିଲେ । ଅନ୍ୟପଟେ ଏନେଇ ଖବର ପାଇବା ପରେ ଗୋଶାଣୀନୂଆଗାଁ ଥାନା ପୋଲିସ ଘଟଣାସ୍ଥଳେ ପହଞ୍ଚିଥିଲା । ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ହିଲପାଟଣା ଅଞ୍ଚଳର ମୁକେଶ ସାହୁଙ୍କ ସମେତ ୩ଜଣ ଯୁବକଙ୍କୁ ପୋଲିସ ଗିରଫ କରିଥିବା ଜଣାପଡିଛି ।

ଏଥିରେ ସଂପୃକ୍ତ ଥିବା ଆଶିଷଙ୍କ ସମେତ ଅନ୍ୟ ଅଭିଯୁକ୍ତଙ୍କୁ ଖୋଜୁଛି ପୋଲିସ । ଅଭିଯୁକ୍ତମାନେ ଟ୍ରାଭେଲ୍ସ ସମ୍ମୁଖରେ ଥିବା ଗୋଟିଏ କାରର କାଞ୍ଚ ଭାଙ୍ଗିଥିଲେ । ଏହା ଦେଖି ସୁଦର୍ଶନ କାହିଁକି କାଚ ଭାଙ୍ଗୁଚ ବୋଲି ପଚାରିଥିଲେ । ଫଳରେ ମୁକେଶ, ସୁଦର୍ଶନ ଓ ହରିହରଙ୍କ ମଧ୍ୟୟରେ କଥା କଟାକଟି ହୋଇଥିଲା । ପରେ ପରେ ଉଗ୍ର ରୂପ ଧାରଣ କରିଥିଲା ବଚସା ଏବଂ ଏହି ହତ୍ୟାକାଣ୍ଡ ସଂଘଟିତ ହୋଇଥିଲା।