murder
ବଲାଙ୍ଗିର ଯୁକ୍ତ ଦୁଇ ଛାତ୍ରୀ ଶେଷାଦ୍ରୀ ନାଗ ହତ୍ୟା ଘଟଣା ନୂଆ ମୋଡ଼ ନେଇଛି । ଛାତ୍ରୀ ଶେଷାଦ୍ରୀ ନାଗ ହତ୍ୟା ମାମଲାରେ ବୟଫ୍ରେଣ୍ଡ ମିଳନ ରଣାକୁ ଗିରଫ କରିଛି ପୋଲିସ୍ । ଯୁକ୍ତିତର୍କ ଓ ବଚସାରୁ ଶେଷାଦ୍ରୀଙ୍କୁ ମିଳନ ହତ୍ୟା କରିଥିବା ପୋଲିସ୍ କହିଛି । ଘଟଣାକୁ ନେଇ ଚର୍ଚ୍ଚା ଲାଗି ରହିଥିବାବେଳେ ପୋଲିସ ତା’ର ତଦନ୍ତକୁ ଜୋରଦାର କରୁଛି ।
ସୂଚନା ମୁତାବକ ଦୁଇ ଦିନ ତଳେ ବଲାଙ୍ଗିର ନିଖିଲନଗର ଅଞ୍ଚଳରେ ରହୁଥିବା ଶେଷାଦ୍ରୀଙ୍କ ଘରକୁ ଯାଇଥିଲା ମିଳନ । ଉଭୟଙ୍କ ମଧ୍ୟରେ କିଛି କଥାକୁ ନେଇ ପାଟିତୁଣ୍ଡ ହୋଇଥିଲା । ପରେ ପରେ ଦୁଇଜଣଙ୍କ ମଧ୍ୟରେ ଖୁବ୍ ଜୋରରେ ଝଗଡ଼ା ହେବା ଫଳରେ ଶେଷାଦ୍ରୀ ମିଳନଙ୍କ ଠାରୁ ସମ୍ପର୍କ ତୁଟାଇବାକୁ ଚାହିଁଥିଲେ ।
ପରେ ପରେ ମିଳନ ଦେଇଥିବା ସମସ୍ତ ଜିନିଷକୁ ଶେଷାଦ୍ରୀ ଫେରାଇ ଦେବାକୁ ସ୍ଥିର କରିଥିଲେ । ସମ୍ପର୍କ ତୁଟାଇବା ପାଇଁ ମିଳନ ଦେଇଥିବା ‘ଟେଡି ବିଅର’କୁ ଶେଷାଦ୍ରୀ ସଙ୍ଗେସଙ୍ଗେ ଫେରାଇ ଦେଇଥିଲେ । ଏହାକୁ ନେଇ ଉତକ୍ଷିପ୍ତ ବୟଫ୍ରେଣ୍ଡ ଶେଷାଦ୍ରୀଙ୍କୁ କଟୁରୀରେ ହାଣି ହତ୍ୟା କରିଥିଲା ।
ପରେ କଟୁରୀକୁ ପାଖରେ ଥିବା ପାହାଡ଼ରେ ଲୁଚାଇ ଦେଇ ଫେରାର ମାରିଥିଲା । ଅନ୍ୟ ରାଜ୍ୟକୁ ଯିବାକୁ ଯୋଜନା କରୁଥିବା ମିଳନକୁ ଧରିଛି ପୋଲିସ । କ୍ରାଇମ୍ ସିନ୍ ରିକ୍ରିଏସନ୍ କରିବା ସହ ତଦନ୍ତ ଜାରି ରଖିଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/murder_1689401174.jpg)