Advertisment

Suicide After Video Call: ଟିନ୍ ଏଜ୍ ଲଭ୍‌ର ଭୟଙ୍କର କାହାଣୀ...ପ୍ରେମିକାକୁ ଭିଡିଓ କଲ୍ କରି ନଦୀକୁ ଡେଇଁ ପଡ଼ିଲେ ପ୍ରେମିକ

ତୁଷୁରା ପତିତପାବନ ପଡ଼ାର ୧୯ ବର୍ଷୀୟ ଆସମାନ ଛତ୍ରୀଆ । ଦେଢ ବର୍ଷ ହେଲା ଅନ୍ୟ ଗାଁର ଜଣେ ୧୬ ବର୍ଷୀୟ ନାବାଳିକାକୁ ଭଲ ପାଉଥିଲେ । କିଛି ମାସ ହେବ ପ୍ରେମିକା ଜଣକ ପରିବାର ସହିତ ହାଇଦ୍ରାବାଦକୁ ଦାଦନ ଖଟିବାକୁ ଯାଇଛି । ଏ ଭିତରେ ଆଉ ଜଣେ ଝିଅ ଆସମାନକୁ ଭଲ ପାଇ ବସିଥିଲେ । ତ୍ରିକୋଣୀୟ ପ୍ରେମକୁ ନେଇ ପ୍ରଥମ ପ୍ରେମିକା ସହିତ ଆସମାନର ବଚସା ହୋଇଥିଲା ।

ଅଦ୍ୟତନ ହୋଇଛି
ନଈକୁ ଡେଇଁ ପ୍ରେମିକର ଆତ୍ମହତ୍ୟା

ନଈକୁ ଡେଇଁ ପ୍ରେମିକର ଆତ୍ମହତ୍ୟା

Advertisment

ବର୍ତ୍ତମାନ ସମାଜରେ ପ୍ରେମ ପାଇଁ ଘଟିଯାଉଛି ଘଟଣା ଦୁର୍ଘଟଣା, ହତ୍ୟା ଓ ଆତ୍ମହତ୍ୟା । କିନ୍ତୁ ବର୍ତ୍ତମାନର ଟିନ ଏଜ ଲଭକୁ ନେଇ ବଢୁଛି ଅପରାଧ । ଟିନ ଏଜରେ ପ୍ରେମ ପାଇଁ ପାଗଳ ପ୍ରେମିକ, ପ୍ରେମିକା। ଟିକିଏ ପ୍ରତାରଣା ହେଲେ ଜୀବନ ହାରୁଛନ୍ତି । ତ୍ରିକୋଣୀୟ ପ୍ରେମକୁ ନେଇ ଜଣେ ପ୍ରେମିକ ନଦୀକୁ ଡେଇଁ ଆତ୍ମହତ୍ୟା କରିବା ଘଟଣା ଏବେ ଚର୍ଚ୍ଚାକୁ ଆସିଛି । ପ୍ରେମିକାକୁ ଭିଡିଓ କଲ କରି, ବଲାଙ୍ଗିର ଜିଲ୍ଳା ତୁଷୁରା ତେଲନଦୀକୁ ଡେଇଁ ଆତ୍ମହତ୍ୟା କରିଛି ପ୍ରେମିକ । ତଦନ୍ତ କରୁଛି ପୋଲିସ । କିନ୍ତୁ ଚିନ୍ତା ବଢାଇଛି ଟିନ ଏଜ ଲଭ ଟ୍ରାଜେଡି । ଘଟଣାଟି ଏହିପରି। 

Advertisment

ପ୍ରେମିକ-ମୁଁ ତୁମକୁ ବହୁତ ଭଲ ପାଏ ...। ତୁମ ବିନା ବଂଚିପାରିବିନି ....।

ପ୍ରେମିକା-କିନ୍ତୁ ତୁମେ ତ ଅନ୍ୟ ଜଣେ ଝିଅକୁ ଏବେ ଭଲ ପାଉଛ....ମୁଁ ତୁମକୁ ଆଉ ଭଲ ପାଇବି ନାହିଁ ... ।

ପ୍ରେମିକ-ତୁମେ ଯଦି ମୋତେ ଭଲ ପାଇବ ନାହିଁ, ତେବେ ମୁଁ କାହା ପାଇଁ ବଂଚିକି ରହିବି...। ରୁହ ମୁଁ ତୁମକୁ ଭିଡିଓ କଲ କରୁଛି...। ତୁମକୁ ଶେଷ ଥର ପାଇଁ ଦେଖିଦେବି...। (ଭିଡିଓ କଲ କଲା ପ୍ରେମିକ)

Advertisment

ବାଏ....ପୁଣି ଦେଖା ହେବ ଆର ଜନମରେ......।

ବାସ୍...ପ୍ରେମିକା ସହିତ ଏମିତି କିଛି କଥାବାର୍ତ୍ତା ହୋଇ ନଦୀ ତଳକୁ ଡେଇଁ ପଡିଲେ ପ୍ରେମିକ । ନଦୀ ଭିତରେ ପାଣି ବଦଳରେ ଥିଲା କେବଳ ପଥର । ପଥରରେ ମୁଣ୍ଡ ବାଜି ପ୍ରେମିକର ଜୀବନ ଚାଲିଯାଇଛି । ଏଭଳି ଘଟଣା ଘଟିଛି ବଲାଙ୍ଗିର ଜିଲ୍ଳା ତୁଷୁରା ଥାନା ଅଂଚଳରେ । ତୁଷୁରା ପତିତପାବନ ପଡାର ୧୯ ବର୍ଷୀୟ ଆସମାନ ଛତ୍ରୀଆ । ଦେଢ ବର୍ଷ ହେଲା ଅନ୍ୟ ଗାଁର ଜଣେ ୧୬ ବର୍ଷୀୟ ନାବାଳିକାକୁ ଭଲ ପାଉଥିଲା ।

କିଛି ମାସ ହେବ ପ୍ରେମିକା ଜଣକ ପରିବାର ସହିତ ହାଇଦ୍ରାବାଦକୁ ଦାଦନ ଖଟିବାକୁ ଯାଇଛି । ଏ ଭିତରେ ଆଉ ଜଣେ ଝିଅ ଆସମାନକୁ ଭଲ ପାଇ ବସିଥିଲା । ତ୍ରିକୋଣୀୟ ପ୍ରେମକୁ ନେଇ ପ୍ରଥମ ପ୍ରେମିକା ସହିତ ଆସମାନର ବଚସା ହୋଇଥିଲା । ଆସମାନ ରାଗିଯାଇ ଗତକାଲି ରାତି ୧୨ ଟାରେ ସାଇକେଲ ନେଇ ତେଲନଦୀ ବ୍ରୀଜକୁ ଯାଇଥିଲା । ବ୍ରୀଜ ଉପରେ ଛିଡା ହୋଇ ପ୍ରେମିକାକୁ କଲ କରିଥିଲା । ଶେଷ ଥର ପାଇଁ ଭିଡିଓ କଲରେ ପ୍ରେମିକାକୁ ଦେଖି ନଦୀକୁ ଡେଇଁ ପଡିଥିଲା ଆସମାନ । 

Advertisment

ଆସମାନ ନଦୀକୁ ଡେଇଁବା ପରେ, ପ୍ରେମିକା ଜଣକ ପ୍ରେମିକର ପରିବାର ଲୋକଙ୍କୁ ସଂଗେ ସଂଗେ ଖବର ଦେଇଥିଲା । ଆସମାନଙ୍କ ଭିଣୋଇ ନଦୀ ପଠାକୁ ଯାଇ, ଆସମାନର ମୃତଦେହକୁ ଉଦ୍ଧାର କରିଥିଲେ । ପୋଲିସକୁ ଖବର ଦେବା ପରେ ତୁଷୁରା ପୋଲିସ ଶବକୁ ଉଦ୍ଧାର କରି ପୋଷ୍ଟ ମର୍ଟମ ପାଇଁ ପଠାଇଥିଲା । ପୋଷ୍ଟ ମର୍ଟମ ସରିଯାଇଛି । କିନ୍ତୁ ଶବର ସତ୍କାର ହୋଇପାରିନାହିଁ । କାରଣ ମୃତ ଆସମାନଙ୍କ ବାପା,ମା ଦାଦନ ଖଟିବାକୁ ବାହାର ରାଜ୍ୟକୁ ଯାଇଛନ୍ତି ।

ଏକମାତ୍ର ପୁଅର ମୃତ୍ୟୁ ଖବର ପାଇବା ପରେ ଭାଙ୍ଗିପଡିଛନ୍ତି ଗରିବ ବାପା,ମା । ବାପା,ମା ଆସିବା ପରେ ଆସମାନର ଶେଷକୃତ୍ୟ କରାଯିବ । ତୁଷୁରା ପୋଲିସ ମୃତ ଆସମାନର ମୋବାଇଲ ଫୋନ ଜବତ କରିବା ସହିତ କଲ ରେକର୍ଡ ଯାଂଚ କରୁଛି । ବିଭିନ୍ନ ଦିଗକୁ ନେଇ ତଦନ୍ତ କରୁଛି ପୋଲିସ । 

Lover’s Suicide Balangir Video Call
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ