Advertisment

ପୁଣି ଭିଜିଲାନ୍ସ ଜାଲରେ ବଡ଼ ମାଛ, ସକାଳୁ ଚାଲିଛି ରେଡ୍

ଭିଜିଲାନ୍ସ ଜାଲରେ ପୁଣି ଜଣେ ବଡ଼ ମାଛ। ବ୍ୟାକ୍ ଟୁ ବ୍ୟାକ୍ ଭିଜିଲାନ୍ସ କରିଚାଲିଛି ଗୋଟିଏ ପରେ ଗୋଟିଏ ରେଡ। ଏଥର ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ବୌଦ୍ଧ MVI ଗୋଲାପ ଚନ୍ଦ୍ର ହାଁସଦା ।

author-image
Niharika Routray
Vigilance Raid

Vigilance Raid

  ଭିଜିଲାନ୍ସ ଜାଲରେ ପୁଣି ଜଣେ ବଡ଼ ମାଛ। ବ୍ୟାକ୍ ଟୁ ବ୍ୟାକ୍ ଭିଜିଲାନ୍ସ କରିଚାଲିଛି ଗୋଟିଏ ପରେ ଗୋଟିଏ ରେଡ। ଆଉ ଠାବ କରୁଛି ଆଖି ଖୋସିଲା ପରି ସମ୍ପତ୍ତି।ଏଥର ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ବୌଦ୍ଧ MVI ଗୋଲାପ ଚନ୍ଦ୍ର ହାଁସଦା । ବୌଦ୍ଧ MVI ଗୋଲାପ ଚନ୍ଦ୍ର ହାଁସଦାଙ୍କ ଘରେ ଆଜି ସକାଳୁ ଚାଲିଛି ଭିଜିଲାନ୍ସ ରେଡ୍ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚାଲିଛି ଭିଜିଲାନ୍ସ ଚଢାଉ । ଏକାସାଙ୍ଗରେ ୬ଟି ସ୍ଥାନରେ ଚାଲିଛି ରେଡ୍ ।

Advertisment

ବୌଦ୍ଧ, ଭୁବନେଶ୍ବର ଓ ବାରିପଦାରେ ଛାନଭିନ୍ କରାଯାଉଛି । ଗୋଲାପଙ୍କ ଘର, ଅଫିସ୍ ଓ ସମ୍ପର୍କୀୟଙ୍କ ଘରେ ଚଢାଉ କରୁଛି ଭିଜିଲାନ୍ସ । ବାରିପଦାସ୍ଥିତ ଘର, ବୌଦ୍ଧସ୍ଥିତ ଭଡ଼ା ଘର ଓ RTO ଅଫିସ୍ ରେ ରେଡ୍ ହୋଇଥିବାବେଳେ ମୟୂରଭଞ୍ଜ ଖୁଣ୍ଟାସ୍ଥିତ ପୈତୃକ ଘର, ବାରିପଦା ସହଯୋଗୀଙ୍କ ଘର ଏବଂ ଭୁବନେଶ୍ବର ପାଣ୍ଡରାରେ ଝିଅ ରହୁଥିବା ଫ୍ଲାଟ୍ ରେ ବି ଚଢ଼ାଉ ଚାଲିଛି ।

ଗୋଲାପ ଚନ୍ଦ୍ର ହାଁସଦାଙ୍କ ନାଁରେ ପୂର୍ବରୁ ବହୁ ଅଭିଯୋଗ ହୋଇ ଆସିଥିଲା। ଚେକିଂ ନାଁରେ ଗାଡ଼ି ଅଟକାଇ ସେ ଟଙ୍କା ମାଗୁଥିଲେ। ବଟି ଆଦାୟ କରି ସେ ଗାଡ଼ି ଛାଡ଼ି ଦେଉଥିବା ଅଭିଯୋଗ ହୋଇଥିଲା। ଏହି ଘଟଣାକୁ ନେଇ ଭିଜିଲାନ୍ସ ସ୍କାନରରେ ଥିଲେ ଗୋଲାପ ଚନ୍ଦ୍ର ହାଁସଦା। ଆଜି ତାଙ୍କ ଘର ଉପରେ ଚଢ଼ାଉ ଚାଲିଛି।

Advertisment

ଗତ କିଛି ଦିନ ହେବ ଭିଜିଲାନ୍ସ ପୂରାପୂରା ଆକ୍ଟିଭ ମୋଡରେ ରହିଛି। ଜଣେ ଜଣେ ଦୁର୍ନୀତିଗ୍ରସ୍ତ ବାବୁଙ୍କ ଘରେ ଚଢ଼ାଉ କରି ସମ୍ପତ୍ତି ଜବତ ସହ ତାଙ୍କୁ ବାନ୍ଧୁଥିବା ଜଣାଯାଇଛି।

କିଛି ଦିନ ପୂର୍ବେ ଭୁବନେଶ୍ବରରେ ରହୁଥିବା R&B ଡିଭିଜନ୍‌- ୨ ସହକାରୀ ଯନ୍ତ୍ରୀ ରାଜକିଶୋର ଜେନାଙ୍କ ହୋଇଥିଲା ଭିଜିଲାନ୍ସ ରେଡ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏହି ରେଡ ହୋଇଥିଲା। ଆୟ ବର୍ହିଭୁତ ସମ୍ପତି ଠୁଳ ଅଭିଯୋଗରେ ଏକକାଳୀନ ୧୦ଟି ସ୍ଥାନରେ ଚଢାଉ ହୋଇଥିଲା । ଏହି ଚଢ଼ାଉ ସମୟରେ ଭୁବନେଶ୍ବରରେ ୯ଟି ପ୍ଲଟ, ଖୋର୍ଦ୍ଧାରେ ଗୋଟିଏ ପ୍ଲଟ ଠାବ କରିବା ସହ ତାଙ୍କୁ ବାନ୍ଧିଥିଲା ଭିଜିଲାନ୍ସ। ଏହାବାଦ ଜଣେ ଡେପୁଟି ଡିଏଫଓ ବି ଭିଜିଲାନ୍ସ ଜାଲରେ ପଡ଼ି ଏବେ ଜେଲ୍ ଚାରି କାନ୍ଥରେ ବନ୍ଦୀ ରହିଛନ୍ତି।

Raid Odishatv Otv
Advertisment
Advertisment