Advertisment

ଅଧିକ ଲୋଭ କାଳ ହେଲା, ବନ୍ଧା ହେଲେ ଗୋଲାପ ବାବୁ

ପ୍ଲଟ୍ ପ୍ରେମୀ ବାବୁଙ୍କର ରହିଛି ବିପୁଳ ସମ୍ପତ୍ତି। ବୌଦ୍ଧ MVIଙ୍କ ୪୪ ପ୍ଲଟ୍, ୧ କିଲୋ ସୁନା ଓ ୨ କିଲୋ ରୁପା ଠାବ କରି ସାରିଛି ଭିଜିଲାନ୍ସ ।

author-image
Niharika Routray
Arrest

Arrest

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିବା କାଳ ହେଲା। ଅଧିକ ଲୋଭ ଯୋଗୁ ଶେଷରେ ବନ୍ଧା ହେଲେ ବୌଦ୍ଧ ମୋଟର ଭେହିକିଲ୍ ଇନ୍ସପେକ୍ଟର ଗୋଲାପ ଚନ୍ଦ୍ର ହାଂସଦା ।

Advertisment

ଗତକାଲି ରେଡ୍ ପରେ ସାମ୍ନାକୁ ଆସିଥିଲା ପ୍ଲଟ୍ ପ୍ରେମୀ ବାବୁଙ୍କ ବିପୁଳ ସମ୍ପତ୍ତି। ବୌଦ୍ଧ MVIଙ୍କ ୪୪ ପ୍ଲଟ୍, ୧ କିଲୋ ସୁନା ଓ ୨ କିଲୋ ରୁପା ଠାବ କରିଥିଲା ଭିଜିଲାନ୍ସ । ଏଥିସହ ନଗଦ ୨ ଲକ୍ଷ ୩୮ ହଜାର ଟଙ୍କା ତାଙ୍କ ଘରୁ ଜବତ ହୋଇଥିବା ବେଳେ ୧ କୋଟି ୩୪ ଲକ୍ଷର ଜମା ବି ଠାବ ହୋଇଛି ।

ବାରିପଦା ସହରରେ ୩୩ ଶହ ବର୍ଗ ଫୁଟ ଜମିରେ ଏମଭିଆଇ ବାବୁ କରିଛନ୍ତି ଆଲିଶାନ କୋଠା । ଗୋଲାପଙ୍କ ଘରୁ ମିଳିଥିବା ଏକ ଡାଏରୀରେ ବେନାମୀ ଟଙ୍କା କାରବାରର ବିସ୍ତୃତ ତାଲିକା ଥିବା ସୂଚନା ଦେଇଛି ଭିଜିଲାନ୍ସ ।

Advertisment

ଏମଭିଆଇ ବାବୁଙ୍କ ଝିଅ ମେଡିକାଲ ପାଠ ପଢ଼ିଥିବା ବେଳେ ଏଥିପାଇଁ ଆବଶ୍ୟକ ୪୦ ଲକ୍ଷ ଟଙ୍କା ସେ ନଗଦ ଦେଇଥିବା ଜଣାଯାଇଛି। ଏଥିରୁ ବାବୁଙ୍କ କଳା ଟଙ୍କା କାରବାର ସମ୍ପର୍କରେ ସହଜେ ଅନୁମାନ କରିହେବ ।

୧୯୯୧ ମସିହାରେ ଆଇପିଓ ଭାବେ ଚାକିରି ଜୀବନ ଆରମ୍ଭ କରିଥିବା ଗୋଲାପ ଚନ୍ଦ୍ର ୨୦୦୩ ମସିହାରେ ଜୁନିୟର ଏମଭିଆଇକୁ ପଦୋନ୍ନତି ପାଇଥିଲେ। ପରେ ୨୦୨୦ ମସିହାରେ ଏମଭିଆଇ ଭାବେ ପଦୋନ୍ନତି ପାଇ ବୌଦ୍ଧ ଆରଟିଓ ଅଫିସରେ ପୋଷ୍ଟିଂ ହୋଇଥିଲେ। ହେଲେ ଚାକିରି କାର୍ଯ୍ୟକାଳ ସମୟରେ ବାବୁ କୋଟି କୋଟି ଟଙ୍କାର କଳା ଧନ ଠୁଳ କରିଥିବା ଅଭିଯୋଗ ହୋଇଛି। ଏମଭିଆଇ ଗୋଲାପଙ୍କ ଲିଙ୍କରେ ଭିଜିଲାନ୍ସ ବିଭିନ୍ନ ସ୍ଥାନରେ ଏକକାଳୀନ ଚଢଉ ଜାରି ରଖିଛି। ଏହି ରେଡରେ ୪ ଡିଏସପି, ୭ ଇନସପେକଟରଙ୍କ ସମେତ ଅନ୍ୟ ଷ୍ଟାଫ୍ ସାମିଲ ଅଛନ୍ତି।

Advertisment
Advertisment