/odishatv-khabar/media/post_attachments/uploadimage/library/16_9/16_9_0/Bomb_Blast_1730518283.jpg)
Bomb Blast
ରାଜଧାନୀ ଭୁବନେଶ୍ୱରରେ ଫୁଟିଲା ବୋମା । ସହିଦନଗର ୱିନର୍ସ ଆସୋସିଏସନ ପାଖରେ ବୋମାମାଡ଼ ହୋଇଛି । ରାତି ପ୍ରାୟ ୧୧ଟା ସମୟରେ ୩୦ରୁ ୪୦ ଯୁବକ ସଂଘବଦ୍ଧ ଭାବେ ଆସି ବୋମା ମାଡ଼ କରିଛନ୍ତି । ବୋମା ମାଡ଼ରେ ଗୋଟିଏ କାର୍, ଗୋଟିଏ ବାଇକ୍ ଭାଙ୍ଗିଛି । ଯୁବକମାନେ ଧମକପୂର୍ଣ୍ଣ ବାର୍ତ୍ତା ଦେଇ ଚାଲିଯାଇଛନ୍ତି ।
ସହିଦନଗର ପୋଲିସ ଘଟଣାର ଛାନଭିନ୍ ଚଳାଇଛି । ସିସିଟିଭି ଫୁଟେଜରୁ ଦୁର୍ବୃତ୍ତମାନଙ୍କୁ ଚିହ୍ନଟ କରିବାକୁ ଉଦ୍ୟମ ଚଳାଇଛି । ଗତ ଗୁରୁବାର ଏକ ବଚସାକୁ ନେଇ ଦୁର୍ବୃତ୍ତମାନେ ଏଭଳି କାଣ୍ଡ ଭିଆଇଥିବା କୁହାଯାଉଛି । ଗତକାଲି ରାତି ପ୍ରାୟ ୧୧ ଟା ବେଳେ ବୋମା ମାଡ଼ ହୋଇଥିବା ସୂଚନା । ୨୫ରୁ ଅଧିକ ଯୁବକ ବାଇକ୍ରେ ଆସି ତିନି ତିନିଟି ବୋମା ମାଡ଼ କରି ଫେରାର ହୋଇଯାଇଥିବା ସୂଚନା ମିଳିଛି ।
ସେମାନେ ୱିନର୍ କ୍ଲବ୍ ସମ୍ମୁଖରେ ଥିବା ବାଇକ୍ ଓ କାର୍ ଭଙ୍ଗାରୁଜା କରିବା ସହ ଧମକପୂର୍ଣ୍ଣ ବାର୍ତ୍ତା ମଧ୍ୟ ଦେଇଥିବା ସୂଚନା ମିଳିଛି । ଫଳରେ ସ୍ଥାନୀୟ ଅଞ୍ଚଳରେ ବର୍ତ୍ତମାନ ପର୍ଯ୍ୟନ୍ତ କୋକୁଆଭୟ ଜାରି ରହିଛି । ପୋଲିସ ସିସିଟିଭି ଦେଖି ଅପରାଧୀଙ୍କୁ ଧରିବାକୁ ଚେଷ୍ଟା କରୁଛି । ତେବେ ଅଭିଯୁକ୍ତମାନେ ବାଇକ୍ରେ ଆସି ଏପରି କରିଥିବାରୁ ଚିହ୍ନଟ କରିବା ସହଜ ହୋଇପାରେ ବୋଲି ପୋଲିସ ତରଫରୁ ପ୍ରକାଶ ।
ପୂର୍ବଦିନର ଏକ ବଚସାକୁ ନେଇ ଏପରି ଘଟିଥିବା ପ୍ରାଥମିକ ତଦନ୍ତରୁ ଜଣା ପଡ଼ିଛି । ବାଣ ଫୁଟାକୁ ନେଇ କିଛି ଲୋକଙ୍କ ମଧ୍ୟରେ ବଚସା ହୋଇଥିଲା । ଫଳରେ ଅନ୍ୟ ଗୋଷ୍ଠୀର କେତେଜଣ ଆସି ଗଣ୍ତଗୋଳ କରିଥିଲେ । ହାତାହାତି ଯାଏ କଥା ଯାଇଥିଲେ ମଧ୍ୟ ଥମି ଯାଇଥିଲା । ତେବେ ଗତକାଲି ରାତିରେ ବୋମା ମାଡ଼ ପୁଣି ଥରେ ଘଟଣାକୁ ମନେ ପକାଇ ଦେଇଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)