Advertisment

ପୁଅର ତଣ୍ଟିକାଟି ଜୀବନ ହାରିଲା ସାବତ ମାଆ

ଘରେ ଆଉ କେହି ନ ଥିବାରୁ କାରଣ ଜଣାପଡ଼ିନାହିଁ।

ଅଦ୍ୟତନ ହୋଇଛି
Woman 2 Year Old Son Found Dead Inside House In Cuttack

Body of woman found hanging inside a house at Sriramnagar area

Advertisment

କଟକରେ ମାଆ ଓ ଶିଶୁର ସନ୍ଦେହଜନକ ମୃତ୍ୟୁ ହୋଇଛି। ମଧୁପାଟଣା ଥାନା ଶ୍ରୀରାମନଗର ବସ୍ତିରୁ ଘର ଭିତରୁ ମାଆର ମୃତଦେହ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଛି। ଏଥିସହ ଦୁଇ ବର୍ଷର ଶିଶୁର ମୃତ ଦେହ ତଣ୍ଟିକଟା ଅବସ୍ଥାରେ ଉଦ୍ଧାର କରାଯାଇଛି। ଛୋଟ ପିଲାର ତଣ୍ଟିକାଟି ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି। ଘରେ ଆଉ କେହି ନ ଥିବାରୁ କାରଣ ଜଣାପଡ଼ିନାହିଁ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି।

Advertisment

ଘଟଣା ସ୍ଥଳରେ ପହଞ୍ଚି ଆରୋପ, ପ୍ରତ୍ୟାରୋପ ଉଭୟ ପରିବାର କରିଛନ୍ତି। ଛୁଆକୁ ସାବତ ମା ମାରିଥିବା ଶିଶୁପୁତ୍ରର ଜେଜେ ଅଭିଯୋଗ କରିଛନ୍ତି। ପ୍ରଥମ ପତ୍ନୀର ମୃତ୍ୟୁ ପରେ ଦ୍ୱିତୀୟ ବିବାହ କରିଥିଲେ ତାଙ୍କ ପୁଅ। ପ୍ରଥମ ପତ୍ନୀଙ୍କ ପୁଅକୁ ଦ୍ୱିତୀୟ ବୋହୂ ପାଖରେ ଜେଜେ ରଖିଥିଲେ। ତେବେ ପୁଅକୁ ବୋହୂ ସବୁବେଳେ ମାନସିକ ନିର୍ଯାତନା ଦେଉଥିବା କହିଛନ୍ତି। ଶିଶୁପୁତ୍ରକୁ ସାବତ ମା ମାରିଥିବା ମଧ୍ୟ କହିଛନ୍ତି ଝିଅଘର ପରିବାର। ଜ୍ୱାଇଁ ନିର୍ଯାତନା ଦେଉଥିବାରୁ ଝିଅ ଆତ୍ମହତ୍ୟା କରିଥିବା ମା କହିଛନ୍ତି। ଛୁଆଟିକୁ ମାରିଦେଇ ସେ ମରିଯାଇଥିବା ଝିଅର ମା କହିଛନ୍ତି।

ତେବେ ଉଭୟେ ସ୍ୱାମୀ ସ୍ତ୍ରୀ ଏଠାରେ ଭଡା ନେଇ ରହୁଥିଲେ। ପ୍ରଥମ ସ୍ତ୍ରୀ ଚାଲିଯିବା ପରେ ଆଉ ଜଣଙ୍କୁ ବିବାହ କରିଥିଲେ।  ତେବେ ଉଭୟଙ୍କ ଭିତରେ ଝଗଡ଼ା ଲାଗି ରହୁଥିଲା। 

Advertisment

ପତ୍ନୀ, ପୁଅର ମୃତ୍ୟୁ ନେଇ ଶ୍ୱଶୁର ଘରକୁ ଦାୟୀ କରିଛନ୍ତି ସ୍ୱାମୀ। ଶ୍ୱଶୁର ଘର ଲୋକଙ୍କ ଯୋଗୁଁ ଘରେ ଅଶାନ୍ତି ଥିଲା ବୋଲି ସ୍ବାମୀ କହିଛନ୍ତି। ପ୍ରଥମ ପତ୍ନୀଙ୍କ ମୃତ୍ୟୁ ପରେ ଦ୍ୱିତୀୟ ବିବାହ କରିଥିଲି। ବାହାଘର ପରଠାରୁ ଝିଅର ମା ଓ ବଡ଼ ଭଉଣୀ ହସ୍ତକ୍ଷେପ କରୁଥିଲେ। ସବୁ ବେଳେ ଝଗଡ଼ା କରି ସ୍ତ୍ରୀ ତାଙ୍କ ବାପ ଘରକୁ ପଳାଉଥିଲା। ସମାଧାନ କରିବାକୁ ଯାଇଥିବା ବେଳେ ସେମାନେ ମୋତେ ପିଟିଥିଲେ। ଦେଢ଼ଶାଶୁ ମୋତେ ମାଡ଼ ମାରି ମୋ ମୁଣ୍ଡ ଫଟାଇ ଦେଇଥିଲେ। ସ୍ତ୍ରୀ ଆଦୌ ଆମ ଘରକୁ ଯିବାକୁ ଚାହୁଁନଥିଲେ, ଝଗଡ଼ା ହେଉଥିଲା। ଝଗଡ଼ା ବେଳେ ସେ ପୁଅକୁ ମାରିଦେବ ବୋଲି ଧମକ ଦେଉଥିଲା ବୋଲି ସ୍ୱାମୀ ଅଭିଯୋଗ କରିଛନ୍ତି। 

Advertisment

Murder Murder Case Suicide Case
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ