Advertisment

କାହିଁକି ବ୍ରିଜ୍‌ରୁ ଡେଇଁଲେ ଭିସୁଟ୍‌ ଛାତ୍ରୀ ? ଏମିତି ଥିଲା ଶେଷ କେଇ ଘଣ୍ଟା...

୧୨ ଘଣ୍ଟା ପରେ ବୁର୍ଲା ପାୱାର ଚ୍ୟାନେଲ ନିକଟରୁ ଭିସୁଟ୍‌ ଛାତ୍ରୀ ଚିନ୍ମୟୀ ପ୍ରିୟଦର୍ଶିନୀ ସାହୁଙ୍କ ମୃତଦେହ ଉଦ୍ଧାର ହୋଇଛି। ଗତକାଲି କଲେଜ ସମାବର୍ତ୍ତନ ଉତ୍ସବକୁ ଆସିଥିବା ବେଳେ ପିସି ବ୍ରିଜ୍‌ରୁ ଡେଇଁ ପଡ଼ିଥିଲେ ଚିନ୍ମୟୀ।

ଅଦ୍ୟତନ ହୋଇଛି
VSSUT Girl Body Recovered Who Jumped Off Bridge

Body of VSSUT girl who jumped off bridge recovered

Advertisment

ସମ୍ବଲପୁର ବୁର୍ଲା ସ୍ଥିତ ପିସି ବ୍ରିଜ୍‌ରୁ ଡେଇଁ ନିଖୋଜ ଥିବା ଛାତ୍ରୀଙ୍କ ମୃତଦେହ ଉଦ୍ଧାର ହୋଇଥିବା ନେଇ ବୁର୍ଲା ଏସଡିପିଓ ସୂଚନା ଦେଇଛନ୍ତି। ୧୨ ଘଣ୍ଟା ପରେ ବୁର୍ଲା ପାୱାର ଚ୍ୟାନେଲ ନିକଟରୁ ଭିସୁଟ୍‌ ଛାତ୍ରୀ ଚିନ୍ମୟୀ ପ୍ରିୟଦର୍ଶିନୀ ସାହୁଙ୍କ ମୃତଦେହ ଉଦ୍ଧାର ହୋଇଛି। ଗତକାଲି କଲେଜ ସମାବର୍ତ୍ତନ ଉତ୍ସବକୁ ଆସିଥିବା ବେଳେ ପିସି ବ୍ରିଜ୍‌ରୁ ଡେଇଁ ପଡ଼ିଥିଲେ ଚିନ୍ମୟୀ। ଏ ନେଇ ରେଜିଷ୍ଟ୍ରର ଅଭିଯୋଗ କରିବା ପରେ ପୋଲିସ୍‌ ପକ୍ଷରୁ ଖୋଜାଖୋଜି ଆରମ୍ଭ ହୋଇଥିଲା।

Advertisment

ରାତିରେ କୌଣସି ସୂଚନା ମିଳି ନଥିବା ବେଳେ ଆଜି ସକାଳୁ ଚିନ୍ମୟୀଙ୍କ ମୃତଦେହ ଉଦ୍ଧାର କରିଛି ପୋଲିସ। ଗତକାଲି ରାତିରେ ଜଣେ ଯୁବକଙ୍କ ସହ ତାଙ୍କର ଯୁକ୍ତିତର୍କ ପରେ ବ୍ରିଜ୍‌ ଉପରୁ ପାଣିକୁ ସେ ଡେଇଁ ପଡ଼ିଥିବା ନେଇ ଜଣାପଡ଼ିଛି। ସମ୍ପୃକ୍ତ ଯୁବକଙ୍କୁ ବୁର୍ଲା ଥାନାକୁ ଡକାଇ ପୋଲିସ ପଚରାଉଚରା କରୁଛି। ଅନ୍ୟପକ୍ଷେ, ଚିନ୍ମୟୀଙ୍କ ବେକରେ କିଛି ଦାଗ ଥିବା କହି ଏହା ହତ୍ୟା ବୋଲି ଅଭିଯୋଗ ଆଣିଛନ୍ତି ପରିବାରବର୍ଗ। ଚିନ୍ମୟୀଙ୍କ ମା’ ଏ ଘଟଣାରେ ଆଉ କାହାର ସମ୍ପୃକ୍ତି ଥିବା ନେଇ ମଧ୍ୟ ସେ ଅଭିଯୋଗ ଆଣିଛନ୍ତି। 

ଚିନ୍ମୟୀଙ୍କ ଶେଷ କେଇ ଘଣ୍ଟା...

  • ସମାବର୍ତ୍ତନ ଉତ୍ସବରୁ ପାୱାର ଚାନେଲ୍
  • ଭିସୁଟ୍ ସମାବର୍ତ୍ତନ ଉତ୍ସବରେ ପାଇଥିଲେ ସାର୍ଟିଫିକେଟ୍
  • ସମାବର୍ତ୍ତନ ଉତ୍ସବ ସାରି କଳାହାଣ୍ଡି ମ.ରାମପୁରକୁ ଫେରିଥାନ୍ତେ ଚିନ୍ମୟୀ
  • ସମାବର୍ତ୍ତନ ଉତ୍ସବ ପରେ କାହା ସହ କୁଆଡ଼େ ଗଲେ ଚିନ୍ମୟୀ ?
  • ଚିନ୍ମୟୀଙ୍କ ସହ ସନ୍ଧ୍ୟାରେ ଘଟିଲା କ’ଣ ?
  • ମୃତଦେହ ମିଳିଥିବା ପାୱାର ଚାନେଲରେ ଚିନ୍ମୟୀଙ୍କ ସହ କ’ଣ ଘଟିଲା ?
  • ସନ୍ଧ୍ୟାରେ ସାଙ୍ଗଙ୍କ ସହ ପାୱାର ଚାନେଲ ବ୍ରିଜ୍‌ରେ ଥିଲେ ଚିନ୍ମୟୀ
  • ପାୱାର ଚାନେଲକୁ ଡେଇଁପଡ଼ିଥିଲେ ନା ଠେଲି ଦିଆଯାଇଥିଲା ?
  • ନା ଚିନ୍ମୟୀଙ୍କ ସହ ଘଟିଥିଲା ଅନ୍ୟ କିଛି ଅଘଟଣ ?
  • ପିସି ବ୍ରିଜ୍‌ରେ ଚିନ୍ମୟୀଙ୍କ ସହ ଘଟିଥିଲା କ’ଣ ?
  • ପରିବାର ଲୋକଙ୍କ ଅଭିଯୋଗ, ଆତ୍ମହତ୍ୟା ନୁହେଁ, ଝିଅକୁ ତଣ୍ଟିଚିପି ହତ୍ୟା କରାଯାଇଛି
  • ଜଣେ ଯୁବକଙ୍କ ନାଁ ନେବା ସହ ସଂଘବଦ୍ଧ ହତ୍ୟା କରାଯାଇଥିବା ଅଭିଯୋଗ
Advertisment
VSSUT Suicide Attempt
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ