Advertisment

ଦୁଇ ଦିନ ପରେ ମିଳିଲା ଦୁଇ ଛାତ୍ରଙ୍କ ମୃତଦେହ, ଖୋଳତାଡ଼ କରୁଛି ପୋଲିସ

ଯାଜପୁର ଧର୍ମଶାଳା ଥାନା ରଥିଆ ଗାଁ ନିକଟ ନାଳରୁ ନିଖୋଜ ଯୁକ୍ତ ଦୁଇ ଛାତ୍ରଙ୍କ ମୃତଦେହ ଉଦ୍ଧାର ହୋଇଛି। ଗତ ୩ ତାରିଖରୁ ନିଖୋଜ ଥିଲେ ଅଭୟପୁରର ରୁଦ୍ର ପ୍ରସାଦ ବେହେରା। ରୁଦ୍ରଙ୍କୁ ହତ୍ୟା କରାଯାଇଥିବା ନେଇ ଅଭିଯୋଗ ଆଣିଛନ୍ତି ପରିବାର ଲୋକେ ।

ଅଦ୍ୟତନ ହୋଇଛି
Student Found

Student Found

Advertisment

ନିଖୋଜ ହେବାର ଦୁଇ ଦିନ ପରେ ମିଳିଲା ଛାତ୍ରଙ୍କ ମୃତଦେହ। ଯାଜପୁର ଧର୍ମଶାଳା ଥାନା ଅଭୟପୁର ଗାଁର ଯୁକ୍ତ ଦୁଇ ଛାତ୍ରଙ୍କ ମୃତଦେହ ଆଜି ନାଳରୁ ଉଦ୍ଧାର ହୋଇଛି। ଘଟଣାସ୍ଥଳରେ ପହଞ୍ଚି ଖୋଳତାଡ କରୁଛି ପୋଲିସ। ମୃତକ ହେଲେ ଅଭୟପୁର ଗାଁର ନରହରି ବେହେରାଙ୍କ ପୁଅ ରୁଦ୍ର ପ୍ରସାଦ ବେହେରା। ଗତ ୩ ତାରିଖରୁ ନିଖୋଜ ଥିଲେ। ଏନେଇ ଧର୍ମଶାଳା ଥାନାରେ ଲିଖିତ ଅଭିଯୋଗ କରିଥିଲେ ପରିବାର ଲୋକ।

Advertisment

ଆଜି ରୁଦ୍ରଙ୍କ ମୃତଦେହ ରଥିଆ ଗାଁ ନିକଟ ଏକ କେନାଲରେ ଭାସୁଥିଲା। ପରିବାର ଲୋକ ପହଞ୍ଚି ମୃତଦେହକୁ ଚିହ୍ନଟ କରିଥିଲେ।  ମୃତଦେହ ମିଳିବା ପରେ ହତ୍ୟା ଅଭିଯୋଗ ଆଣିଛନ୍ତି ପରିବାର ଲୋକେ। ତେବେ କିଏ ଓ କାହିଁକି ତାଙ୍କୁ ହତ୍ୟା କଲା ? ଅଧିକ ତଦନ୍ତ କରୁଛଇ ଧର୍ମଶାଳା ଥାନା ପୋଲିସ। ...

Deadbody Found
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ