Advertisment

ଖେଳୁ ଖେଳୁ ହଜି ଯାଇଥିଲା, ମିଳିଲା ମୃତଦେହ

ବାଲେଶ୍ବର ସୋର ଥାନା ରାଇପୁରରୁ ନିଖୋଜ ଶିଶୁପୁତ୍ରର ମିଳିଲା ମୃତଦେହ । ଘର ନିକଟ ପୋଖରୀରୁ ଅଗ୍ନିଶମ ବାହିନୀ ଦ୍ବାରା ମୃତଦେହ ଉଦ୍ଧାର କରାଯାଇଛି ।

ଅଦ୍ୟତନ ହୋଇଛି
Crime

Crime

Advertisment

ବାଲେଶ୍ବର ସୋର ଥାନା ରାଇପୁରରୁ ନିଖୋଜ ଶିଶୁପୁତ୍ରର ମିଳିଲା ମୃତଦେହ । ଘର ନିକଟ ପୋଖରୀରୁ ଅଗ୍ନିଶମ ବାହିନୀ ଦ୍ବାରା ମୃତଦେହ ଉଦ୍ଧାର କରାଯାଇଛି । ଗତକାଲି ଘର ପାଖରେ ଖେଳୁଥିବା ବେଳେ ନିଖୋଜ ହୋଇ ଯାଇଥିଲେ ମୋହନ ସାହୁଙ୍କ ପୁଅ ଶୁଭମ୍ । ପରିବାର ଲୋକ ଓ ଗାଁଲୋକେ ଗାଁର ବିଭିନ୍ନ ପୋଖରୀ, ରେଳଷ୍ଟେସନ ଓ ବସଷ୍ଟାଣ୍ଡରେ ଖୋଜାଖୋଜି କରି ନିରାଶ ହୋଇଥିଲେ ।

Advertisment

ଏପରିକି ପୋଲିସ, ଅଗ୍ନିଶମ ବାହିନୀ ବି ପାଖରେ ଥିବା ପୋଖରୀରେ ସର୍ଚ୍ଚ ଅପରେସନ ଜାରି ରଖିଥିଲେ । ତେବେ ତାଙ୍କ ମୃତ୍ୟୁ କେମିତି ହେଲା ସେ ନେଇ ଏବେ ତଦନ୍ତ ଚାଲିଛି । ଶୁଭମ ଘର ପାଖରେ ଖେଳୁଥିବା ବେଳେ ନିଖୋଜ ହୋଇଯାଇଥିଲେ । ପରିବାର ଲୋକ ଓ ଗ୍ରାମବାସୀ ଗାଁର ବିଭିନ୍ନ ପୋଖରୀ, ରେଳଷ୍ଟେସନ ଓ ବସଷ୍ଟାଣ୍ଡରେ ଖୋଜାଖୋଜି କରି ନିରାଶ ହୋଇଥିଲେ ।

ଏପରିକି ପୋଲିସ, ଅଗ୍ନିଶମ ବାହିନୀ ବି ପାଖରେ ଥିବା ପୋଖରୀରେ ସର୍ଚ୍ଚ ଅପରେସନ ଜାରି ରଖିଥିଲେ । ତଥାପି ପତ୍ତା ମିଳିନଥିଲା ।

Advertisment

ଏ ନେଇ ପରିବାର ଲୋକ ଏବଂ ଗ୍ରାମବାସୀ ଶିଶୁପୁତ୍ରକୁ ଅପହରଣ କରାଯାଇଥିବା ସୋର ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ ପରେ ପୋଲିସ ତଦନ୍ତ ଜାରି ରଖିଛି । ଗତକାଲି ଠାରୁ ଏହି ୩ ବର୍ଷର ଶିଶୁର କୌଣସି ଖୋଜଖବର ନଥିବା ବେଳେ ଆଜି ମୃତଦେହ ମିଳିଛି ।

Missing Child
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ