murder
ରାଜଧାନୀର ଲେଡି କନଷ୍ଟେବଳ ଶୁଭମିତ୍ରା ମର୍ଡର କେସ୍ରେ ସାମ୍ନାକୁ ଆସିଛି ଏମିତି ଏକ ଚାଞ୍ଚଲ୍ୟକର ତଥ୍ୟ । ଶୁଭମିତ୍ରାଙ୍କୁ ମର୍ଡର ପରେ କେମିତି ଦୀପକ ଅତି ଚାଲିକିର ସହ ରାଜଧାନୀରୁ ଘଟଗାଁ ନେଇଥିଲା ମୃତଦେହ, ଆଉ କେମିତି ପୋଲିସ ଆଖିରେ ଧୂଳି ଦେଇଥିଲା, ତାର ପୂରା ଘଟଣା ଆସିଛି ସାମ୍ନାକୁ ।
ଗତ ୬ ତାରିଖରେ ଶୁଭମିତ୍ରାଙ୍କୁ ମର୍ଡର କରିଥିଲା ଦୀପକ । ମର୍ଡର ପରେ ସିପି ଅଫିସ ପାର୍କିଂରେ ଶୁଭମିତ୍ରାଙ୍କ ଡେଡବଡି ରଖିଥିଲା । କାର ଭିତରେ ଡେଡବଡ଼ି ରଖି ଡ୍ୟୁଟି କରିଥିଲା କିଲର ଦୀପକ । ଅପରାହ୍ନ ୩ଟାରୁ ୪ଟା ୧୫ ପର୍ଯ୍ୟନ୍ତ ପୋଲିସ ସେବା ଭବନ ପାର୍କିଂରେ ଥିଲା ମୃତଦେହ ରଖିଥିବା କାର । ପ୍ରାୟ ଘଣ୍ଟାଏ ୧୫ ମିନିଟ ଯାଏଁ କାର୍ ପାର୍କିଂରେ ରହିଥିଲା ।
ପରେ ଅଫିସ କାମ ସାରି ମୃତଦେହକୁ କେନ୍ଦୁଝରର ଘଟଗାଁ ନେଇଥିଲା ଅଭିଯୁକ୍ତ ଦୀପକ। ମୃତଦେହକୁ ବସ୍ତାରେ ପୂରାଇ ଜଙ୍ଗଲରେ ପୋତି ଦେଇଥିଲା । ଆଉ ଏହି ଜଘନ୍ୟ କାଣ୍ଡରେ ତାକୁ ସାହାଯ୍ୟ କରିଥିଲା ତାର ସମ୍ପର୍କୀୟ ଭାଇ ।
ହେଲେ ରାଜଧାନୀର ଭିଭିଆଇପି ଅଞ୍ଚଳରେ ଏଡେ ବଡ଼ ହତ୍ୟାକାଣ୍ଡ ଘଟିଗଲା କିନ୍ତୁ ତାର ସାମାନ୍ୟତର ଟେର୍ ପାଇନଥିଲା ପୋଲିସ । ଚାରିଆଡେ ଲେଡି କନଷ୍ଟେବଳଙ୍କୁ ଖୋଜୁଥିଲା, ହେଲେ ଅପରାଧୀ ଆଖି ସାମ୍ନାରେ ।
ସିପି ଅଫିସରେ କିରାଣୀ ଭାବେ କାର୍ଯ୍ୟରତ ଥିଲା ଅଭିଯୁକ୍ତ ଦୀପକ ରାଉତ । ତାକୁ ଗିରଫ କରିବା ସହ ନିଲମ୍ବନ କରାଯାଇଥିବା ସୂଚନା ଦେଇଛନ୍ତି ପୋଲିସ କମିଶନର ଏସ. ଦେବଦତ୍ତ ସିଂ । ସେପଟେ ଶୁଭମିତ୍ରାଙ୍କ ହତ୍ୟା ପରେ ଦୀପକର ପ୍ରଥମ ସ୍ତ୍ରୀଙ୍କ ମୃତ୍ୟୁକୁ ନେଇ ବି ବଢିଲାଣି ସନ୍ଦେହ । ଶୁଭମିତ୍ରାଙ୍କ ପରି ପ୍ରଥମ ସ୍ତ୍ରୀକୁ ବି ହତ୍ୟା କରିଥିବାର ଆସିଛି ସାଂଘାତିକ ଅଭିଯୋଗ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/murder_1758205249.jpg)