Advertisment

ବିଏମ୍‌ସି ଅଫିସର୍‌ଙ୍କୁ ଲିପ୍ଟରେ ବନ୍ଦୀ କଲେ ବାର୍‌ କର୍ମଚାରୀ !

ଚଢାଉ ପାଇଁଁ ଯାଇଥିବା ଖୋଦ୍ ବିଏମସି ଜୋନାଲ ଡେପୁଟି କମିଶନର ଅଶୁମାନ ରଥଙ୍କ ସହ ଲିଫ୍ଟରେ ଫସିଗଲେ ଆଉ ଜଣେ ବିଏମସି ସ୍ୱାସ୍ଥ୍ୟ ଅଧିକାରୀ।ଏମିତିକି ଲିଫ୍ଟର ଥିବା ଏମର୍ଜେନ୍ସି ଆଲାର୍ମ ଦେବା ସତ୍ତ୍ୱେ ସେଥିରୁ ମଧ୍ୟ ପାୱାର ବନ୍ଦ କରିଦେଇଥିଲେ ବାର କର୍ମଚାରୀ। ଫଳରେ ୪୦ମିନିଟ୍ ଧରି ଲିଫ୍ଟରେ ଫସିରହିଲେ ଚଢାଉ କରିବାକୁ ଯାଇଥିବା ସ୍କ୍ୱାଡ୍।

Bar Raid

Bar Raid

Advertisment

ଭୁବନେଶ୍ୱର: କରୋନା କଟକଣାକୁ ଫୁ କରି ବିଳମ୍ବିତ ରାତି ପର୍ଯ୍ୟନ୍ତ ଖୋଲା ରଖାଯାଇଥିଲା ବାର ଓ ରେଷ୍ଟୁରାଣ୍ଟ। ଆଉ ବାରରେ ରାତି ୧୦ଟା ପରେ ବି ଭିଡ ଲଗାଇଥିଲେ ଗ୍ରାହକ। ଖବର ପାଇ ଅତର୍କିତ ଚଢ଼ାଉ କରିଥିଲେ ବିଏମସି ସ୍କ୍ୱାଡ଼୍ ଓ କମିଶନରେଟ ପୋଲିସ।  ବିଏମସି ସ୍କାଡ୍ ରେଡ କରିବାକୁ ଲିଫ୍ଟରେ ଆସୁଥିବା ଜାଣିପାରି ବିଦ୍ୟୁତ୍ କାଟ କରିଦେଲେ ବାର କର୍ମଚାରୀ। ଫଳରେ ଚଢାଉ ପାଇଁଁ ଯାଇଥିବା ଖୋଦ୍ ବିଏମସି ଜୋନାଲ ଡେପୁଟି କମିଶନର ଅଶୁମାନ ରଥଙ୍କ ସହ ଲିଫ୍ଟରେ ଫସିଗଲେ ଆଉ ଜଣେ ବିଏମସି ସ୍ୱାସ୍ଥ୍ୟ ଅଧିକାରୀ। ଏମିତିକି ଲିଫ୍ଟର ଥିବା ଏମର୍ଜେନ୍ସି ଆଲାର୍ମ ଦେବା ସତ୍ତ୍ୱେ ସେଥିରୁ ମଧ୍ୟ ପାୱାର ବନ୍ଦ କରିଦେଇଥିଲେ ବାର କର୍ମଚାରୀ। 

Advertisment

ଫଳରେ ୪୦ମିନିଟ୍ ଧରି ଲିଫ୍ଟରେ ଫସିରହିଲେ ଚଢାଉ କରିବାକୁ ଯାଇଥିବା ସ୍କ୍ବାଡ୍। ଏନେଇ ଖବରପାଇଁ ଅନ୍ୟ ପୋଲିସ ଟିମ୍ ପହଞ୍ଚି ଏମାନଙ୍କୁ ଉଦ୍ଧାର କରିବା ସହ ଚଢାଉ ଆରମ୍ଭ କରିଥିଲେ। ବାର କର୍ମଚାରୀଙ୍କ ସହ କିଛି ଗ୍ରାହକ ମଧ୍ୟ ଉପସ୍ଥିତ ବିଏମସି ଏବଂ ପୋଲିସ କର୍ମଚାରୀଙ୍କୁ ଖରାପ ବ୍ୟବହାର ପ୍ରଦର୍ଶନ କରିଥିଲେ। ଏନେଇ ଚନ୍ଦ୍ରଶେଖରପୁର ଥାନାରେ ଅଭିଯୋଗ ହୋଇଛି।  

ଏପଟେ ଡ୍ୟୁଟିରେ ଥିବା ସରକାରୀ କର୍ମଚାରୀଙ୍କୁ କାର୍ଯ୍ୟରେ ବାଧାଦେବା ବାର ମାଲିକ ଓ କର୍ମଚାରୀଙ୍କୁ ମହଙ୍ଗା ପଡିଛି। ଗିରଫ ହୋଇଛନ୍ତି ବାର ମ୍ୟାନେଜର ସମେତ ୫କର୍ମଚାରୀ। ସରକାରୀ ଅଧିକାରୀଙ୍କୁ ନିଜ କର୍ତ୍ତବ୍ୟ ସମ୍ପାଦନ ବେଳେ ବାଧା ସୃଷ୍ଟି ଓ ହତ୍ୟା ଉଦ୍ୟମରେ ଚନ୍ଦ୍ରଶେଖରପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ବିଏମସି ଜେଡିସି। ଏପଟେ ଦୁଇଟି ବାରକୁ ଅର୍ନିଦ୍ଦିଷ୍ଟ କାଳ ପାଇଁ ସିଲ କରିଛି ବିଏମସି।   

Advertisment

ଖାଲି ଏହି ଦୁଇଟି ବାର ନୁହେଁ, ପୂର୍ବରୁ ମଧ୍ୟ କୋଭିଡ କଟକଣା ଉଲ୍ଲଂଘନ ଅଭିଯୋଗରେ ରାଜଧାନୀର ଅନେକ ବାର ସିଲ୍ ହୋଇଛି। ଗତ ୧୭ତାରିଖ ରାତିରେ ଚନ୍ଦ୍ରଶେଖରପୁର ଏମ୍ବାସୀ ବାରରେ ଚଢାଉ ହୋଇଥିଲା। ସେହିପରି ଗତମାସରେ ଲକ୍ଷ୍ମୀସାଗର ଅଞ୍ଚଳରେ ୨ଟି ବାରକୁ ସିଲ୍ କରାଯାଇଥିଲା। ଏହା ସତ୍ତ୍ୱେ ଚେତୁନାହାନ୍ତି ବାର ଏବଂ ରେଷ୍ଟୁରାଣ୍ଟ ମାଲିକ। 

ରିପୋର୍ଟ:  ଅତୁଲ୍ୟ ବାଉତ, ବିବର୍ତ୍ତନ ପଣ୍ଡା

BMC Police Bar
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ