Advertisment

ଭିଡିଓ କଲିଂ କରି ଡ୍ରେସ୍ ଖୋଲିଦେଲେ ଯୁବତୀ, ଫସିଗଲେ ଯୁବକ !

ରାତିରେ ମୋ ପାଖକୁ ଜଣେ ଯୁବତୀଙ୍କ ଫ୍ରେଣ୍ଡ ରିକ୍ୱେଷ୍ଟ ଆସିଥିଲା। ମୁଁ ତାଙ୍କୁ ଜାଣିନଥିଲି। ମୁଁ ଆସେପ୍ଟ କରିବା ପରେ ସେ ପ୍ରଥମେ ମୋ ସହ ଭଲରେ କଥା ହେଲେ। ତା ପରେ ଫେସ୍‌ବୁକ୍‌ରୁ ଡାଟା ସଂଗ୍ରହ କରିବା ଆରମ୍ଭ କରିଦେଲେ।

ଅଦ୍ୟତନ ହୋଇଛି
ଭିଡିଓ କଲିଂ କରି ଡ୍ରେସ୍ ଖୋଲିଦେଲେ ଯୁବତୀ, ଫସିଗଲେ ଯୁବକ !

Blackmail by unknown lady

Advertisment

କଟକ: ଫେସବୁକ୍‌ରେ ଫ୍ରେଣ୍ଡ ରିକୁଏଷ୍ଟ ଗ୍ରହଣ କରିବା ପଡିଲା ମହଙ୍ଗା । ଅଜଣା ଯୁବତୀଙ୍କ ସହ ଫେସବୁକ୍ ରେ ସାଙ୍ଗ ହେବା ପରେ ଅଡୁଆରେ ପଡ଼ିଛନ୍ତି ଜଣେ ଯୁବକ। କଟକର ଯୁବକଙ୍କ ଅଭିଯୋଗ ମୁତାବକ ତାଙ୍କୁ ଏକ ଅଜଣା ଫ୍ରେଣ୍ଡ ରିକୁଏଷ୍ଟ ଆସିଲା ପରେ ସେ ତାହାକୁ ଗ୍ରହଣ କରି ନେଲେ। ପରେ ଭିଡିଓ କଲ୍ କରି ଯୁବତୀ ଜଣକ ତାଙ୍କୁ ଅଶ୍ଲୀଳ ଭିଡିଓ ଦେଖାଇଲେ। ଆଉ ସେହି ସମୟରେ ସେସବୁ ରେକର୍ଡ କରି ଯୁବକ ଜଣକୁ ବ୍ଲାକ ମେଲ୍ କରିବାକୁ ଆରମ୍ଭ କରିଛନ୍ତି। ୩୦ହଜାର ଟଙ୍କା ନ ଦେଲେ ସେହି ଭିଡିଓ କୁ ଭାଇରାଲ କରି ଦେବେ ବୋଲି ଯୁବକଙ୍କୁ ଧମକ ଦେଇଛନ୍ତି। ଏଭଳି ସ୍ଥିତିରେ ଯୁବକ ଜଣକ ଏବେ କ୍ରାଇମବ୍ରାଞ୍ଚ ସାଇବର ସେଲ୍‌ର ଦ୍ଵାରସ୍ଥ ହୋଇଛନ୍ତି। 

Advertisment

ଯୁବକଙ୍କ କହିବାନୁଯାୟୀ, ରାତିରେ ମୋ ପାଖକୁ ଜଣେ ଯୁବତୀଙ୍କ ଫ୍ରେଣ୍ଡ ରିକ୍ୱେଷ୍ଟ ଆସିଥିଲା। ମୁଁ ତାଙ୍କୁ ଜାଣିନଥିଲି। ମୁଁ ଆସେପ୍ଟ କରିବା ପରେ ସେ ପ୍ରଥମେ ମୋ ସହ ଭଲରେ କଥା ହେଲେ। ତା ପରେ ଫେସ୍‌ବୁକ୍‌ରୁ ଡାଟା ସଂଗ୍ରହ କରିବା ଆରମ୍ଭ କରିଦେଲେ। ମୁଁ ଦେଇଥିବା ହ୍ୱାଟ୍ସ ଆପ୍ ଫୋନ ନମ୍ବରକୁ ଭିଡିଓ କଲିଂ କରିଥିଲେ। କଲ ଆରମ୍ଭରୁ ଯୁବତୀ ଜଣଙ୍କ ସମ୍ପୂର୍ଣ୍ଣ ଭାବରେ ଉଲଗ୍ନ ହୋଇପଡ଼ିଲେ। ସେହି ନେକେଡ୍‌ ଭିଡିଓରେ ମୋତେ କିଛି ସମୟ ରଖିଲେ। ସେହି ଭିଡିଓରେ ମୋ ଫଟୋକୁ ବି ସ୍କ୍ରିନ୍‌ ସଟ୍ ମାଧ୍ୟମରେ କ୍ୟାପଚର୍‌ କରିନେଲେ। ସମ୍ପୃକ୍ତ ଭିଡିଓଟି ୩୦ ସେକେଣ୍ଡର ଥିଲା।

Advertisment

ପର ସମୟରେ ସେଇ ଭିଡିଓକୁ ମୋ ପାଖକୁ ପଠାଇ ବ୍ଲାକମେଲିଂ ଆରମ୍ଭ କରିଦେଲେ। ୩୦ ହଜାର ନପଠାଇଲେ ମୁଁ ଭାଇରାଲ କରିଦେବି ବୋଲି ଯୁବତୀ ଜଣକ କହିଥିଲେ। ଏପରିକି ପରିବାର ସମସ୍ତ ଲୋକଙ୍କୁ ଏହି ଭିଡିଓ ପଠାଇବା ସହ ବିଭିନ୍ନ ୱେବସାଇଟ୍‌ରେ ଅପଲୋଡ୍ କରିବା ପାଇଁ ଧମକ ଦେଇଥିଲେ। ମୋତେ ପ୍ରଥମେ ରାତିରେ କଲ୍‌ କରି ଧମକ ଦେଇଥିଲେ ଓ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିଥିଲେ। ମୁଁ ପ୍ରଥମେ ଡରିଗଲି। ପରେ ଥାନାର ଦ୍ୱାରସ୍ଥ ହୋଇଥିଲି। ସେଇ ଭିଡିଓକୁ ମୋ ସାନଭାଇକୁ ପଠାଇ ଦେଇଛନ୍ତି। ଭାଇକୁ କଲ୍‌ କରିବା ସହ ଟଙ୍କା ପାଠାଇବା ଲାଗି ଧମକ ଦେଇଛନ୍ତି।

Odisha News WhatsApp Facebook Video Goes Viral
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ