Advertisment

‘ଗୁଡ୍ଡୁ ମୁସଲିମର ସହଯୋଗୀ ରାଜା ଖାଁ ସୁଶାନ୍ତ ସିଂଙ୍କ ଘନିଷ୍ଠ’

ଅତିକ୍‌ ଅହମ୍ମଦର ସହଯୋଗୀ ଗୁଡ୍ଡୁ ମୁସଲିମ୍‌ର ଓଡ଼ିଶା ଲିଙ୍କ୍ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ ବିଜେପି ନେତ୍ରୀ ।

ଅଦ୍ୟତନ ହୋଇଛି
 Lekhasri Samantsinghar

Lekhasri Samantsinghar

Advertisment

ବିଜେଡି ନେତା ତଥା ପୂର୍ବତନ ମନ୍ତ୍ରୀ ସୁଶାନ୍ତ ସିଂଙ୍କ ବିରୋଧରେ ସାଙ୍ଘାତିକ ଅଭିଯୋଗ ଆଣିଲେ ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର (Dr. Lekhasri Samantsinghar) । ‘ପୋଲିସ୍ ଆଖିରେ ଧୂଳି ଦେଇ ଲୁଚି ରହିଥିବା କୁଖ୍ୟାତ ଅପରାଧୀ ଗୁଡ୍ଡୁ ମୁସଲିମ ( Guddu Muslim) ର ସହଯୋଗୀ ରାଜା ଖାନ ସହିତ ସୁଶାନ୍ତ ସିଂଙ୍କର ସମ୍ପର୍କ ଅଛି । ସୁଶାନ୍ତଙ୍କ ଅପରାଧ ସାମ୍ରାଜ୍ୟର ବଡ଼ କାର୍ପଟଦାର ହେଉଛି ରାଜା । ୟୁପି ପୋଲିସ୍ ଆସି ଓଡିଶାରେ ଛାନଭିନ୍ କରିଥିବା ବେଳେ ଓଡିଶା ପୋଲିସ୍ କେମିତି ଏ ସବୁ ଘଟଣାର ଟେର୍ ପାଉନି ବୋଲି ପ୍ରଶ୍ନ ଉଠାଇଛନ୍ତି ଲେଖାଶ୍ରୀ ’। ତେବେ ଲେଖାଶ୍ରୀଙ୍କ ଅଭିଯୋଗକୁ ନେଇ ବିଜେଡି କିମ୍ବା ସୁଶାନ୍ତ ସିଂ (Susanta Singh)ଙ୍କର କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।

Advertisment

ଅଧିକ ପଢ଼ନ୍ତୁ: ବିଶ୍ୱାସଘାତକ ଗୁଡ୍ଡୁ ମୁସଲିମ୍‌, ଯାହା ସହ କାମ କରୁଥିଲା, ତା’କୁ ସଫା କରି ଦେଉଥିଲା . .

ସୂଚନା ଅନୁସାରେ ଗୁଡ୍ଡୁ ମୁସଲିମର ଡ୍ରାଇଭର ସହ ରାଜା ଖାନର ଲିଙ୍କ ଥିବା କୁହାଯାଉଛି । ଗୁଡ୍ଡୁକୁ ଧରିବା ପାଇଁ ଜାଲ ବିଛାଇଥିବା STF ଫୋନ୍ ଟ୍ରାକିଂରୁ ରାଜା ଖାନର ଲିଙ୍କ୍ ପାଇଛି । ଓଡ଼ିଶା-ଛତିଶଗଡ଼ ସୀମାନ୍ତ ସୋହେଲା ଲୁହୁରାଚଟିରେ ରହୁଥିବା ରାଜା ଖାନ୍ ପାଖକୁ ଆସିଥିଲା STF ।

Advertisment

ମୂଳତଃ ଛତିଶଗଡ଼ ମହାସମୁନ୍ଦ ବାସିନ୍ଦା ରାଜା ନାଁରେ ରହିଛି ବହୁ ଅପରାଧିକ ମାମଲା। ସେ ସୋହେଲାରେ ରହି ଚୋରା ଚାଲାଣକାରୀଙ୍କ ପାଇଁ ମିଡ଼ିଲମ୍ୟାନ ଭାବେ କାମ କରୁଥିଲା। ରାଜା ଖାନକୁ ପଚରାଉଚରା କରି ତା’ପାଖରୁ STF ଏକ ବ୍ୟାଗ୍ ନେଇଥିବା ପୋଲିସ ସୂଚନା ଦେଇଛି।

ଗୁଡ୍ଡୁ ମୁସଲିମ୍ ସଂପର୍କରେ ଏବଂ ଅତୀକ ଅହମ୍ମଦର ଫେରାର୍ ପତ୍ନୀ ସାଇସ୍ତା ସଂପର୍କରେ ବି STF ତଥ୍ୟ ଆଦାୟ କରିଥିବା ଚର୍ଚ୍ଚା ହେଉଛି । ୟୁପି STFର ସ୍କାନରକୁ ଆସିବା ପରେ ଏବେ ରାଜା କେଉଁଠି ? ସେନେଇ ସ୍ପଷ୍ଟ ହୋଇନଥିବା ବେଳେ ରାଜା ରହୁଥିବା ଭଟଲି ଛକ ସ୍ଥିତ ନିଗମାନନ୍ଦ ବିହାର ଘରେ ତାଲା ପଡ଼ିଛି ।

Advertisment
Lekhasri Samantsinghar Susanta Singh
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ