Advertisment

ପ୍ରଥମେ WhatsAppରେ ସାଂସଦଙ୍କ ପାଖକୁ ମେସେଜ୍‌ ଆସିଲା- ‘କେମିତି ଅଛ ?’... ୬ ମିନିଟ୍‌ ପରେ ନ୍ୟୁଡ୍‌ ଭିଡିଓ କଲ୍‌

ମହିଳା ଜଣକ ନ୍ୟୁଡ୍‌ ଭିଡିଓ କଲ୍‌ରେ କରି ଅଶ୍ଲୀଳ ବ୍ୟବହାର କରିଥିଲେ। ମହିଳାଙ୍କ ଉଦ୍ଦେଶ୍ୟ ଥିଲା ସାଂସଦଙ୍କୁ ଫସାଇ ତାଙ୍କୁ ବ୍ଲାକ୍‌ମେଲିଂ କରି ଟଙ୍କା ଆଦାୟ କରିବା।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
BJP MP gets obscene WhatsApp calls

BJP MP gets obscene WhatsApp calls

ପ୍ରଥମେ ହ୍ୱାଟ୍ସଆପ୍‌(WhatsApp)ରେ ମେସେଜ୍‌ ଆସିଲା, ‘କେମିତି ଅଛ (How are you)?’...ଠିକ୍‌ ୬ ମିନିଟ୍‌ ପରେ ନ୍ୟୁଡ୍‌ ଭିଡିଓ କଲ୍‌। ମହିଳା ଜଣକ ନ୍ୟୁଡ୍‌ ଭିଡିଓ କଲ୍‌ କରି ଅଶ୍ଲୀଳ ବ୍ୟବହାର କରିଥିଲେ। ମହିଳାଙ୍କ ଉଦ୍ଦେଶ୍ୟ ଥିଲା ସାଂସଦଙ୍କୁ ଫସାଇ ତାଙ୍କୁ ବ୍ଲାକ୍‌ମେଲିଂ କରି ଟଙ୍କା ଆଦାୟ କରିବା। ହେଲେ କଲ୍‌କୁ ଡିସ୍‌କନେକ୍ଟ କରି ଏସବୁରୁ ନିଜକୁ ବଞ୍ଚାଇ ଦେଇଥିଲେ ସାଂସଦ। ଗତ ସପ୍ତାହରେ କର୍ଣ୍ଣାଟକର ଜଣେ ସାଂସଦଙ୍କ ସହ ଏଭଳି କିଛି ଘଟିଛି। 

Advertisment

ସୂଚନା ଅନୁସାରେ, ଜୁଲାଇ ୨୦ରେ ବିଜେପି ସାଂସଦ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଜିଏମ୍‌ ସିଦ୍ଧେଶ୍ୱର(୭୧) ହ୍ୱାଟ୍ସଆପ୍‌ରେ ଏକ ଭିଡିଓ କଲ୍‌ ରିସିଭ୍‌ କରିଥିଲେ। ଏହି ସମୟରେ ସେ ୟୁବି ସିଟି ନିକଟ କିଙ୍ଗଫିସର ଟାୱାର୍ସ ସ୍ଥିତ ନିଜ ଫ୍ଲାଟ୍‌ରେ ଥିଲେ। ମହିଳା ଜଣକ ହ୍ୱାଟ୍ସଆପ୍‌ରେ ନ୍ୟୁଡ୍‌ ଭିଡିଓ କଲ୍‌ କରି ତାଙ୍କ ସହ ଇଆଡୁସିଆଡୁ ଗପିଥିଲେ। ଏହାପରେ ସିଦ୍ଧେଶ୍ୱର କଲ୍‌ କାଟି ଦେଇଥିଲେ। ତଥାପି ସମ୍ପୃକ୍ତ ମହିଳା ତାଙ୍କୁ ବାରମ୍ବାର କଲ୍‌ କରି ରେକର୍ଡିଂ କରିଥିଲେ। ସିଦ୍ଧେଶ୍ୱର ତତ୍‌କ୍ଷଣାତ ଫୋନ୍‌ ସ୍ତ୍ରୀଙ୍କୁ ଦେବାପରେ ଉକ୍ତ ମହିଳା ସେଇ ଦିନ ଆଉ କଲ୍‌ କରିନଥିଲେ।

ଏନେଇ ସିଦ୍ଧେଶ୍ୱର ପୋଲିସ୍‌ରେ ଅଭିଯୋଗ କରିବା ପରେ ଦୁର୍ବୃତ୍ତମାନେ ତାଙ୍କ ପାଖକୁ ହ୍ୱାଟ୍ସଆପ୍‌ରେ ପୁଣି କଲ୍‌ କରି ଧମକ ଦେଇଥିଲେ। ରେକର୍ଡିଂ ସବୁ ସୋସିଆଲ୍‌ ମିଡିଆରେ ଅପ୍‌ଲୋଡ୍‌ କରିବାର ଧମକ ଦେଇଥିଲେ। ଅଭିଯୋଗ ଆଧାରରେ ପୋଲିସ୍‌ ତଦନ୍ତ କରି ଜାଣିବାକୁ ପାଇଥିଲା, ରାଜସ୍ଥାନର ଏକ ନମ୍ବରରୁ ହିଁ ଏହି କଲ୍‌ ଆସିଥିଲା। ବ୍ଲାକ୍‌ମେଲିଂ କରି ଟଙ୍କା ଆଦାୟ କରିବା ସେମାନଙ୍କର ଉଦ୍ଦେଶ୍ୟ ଥିଲା ବୋଲି ଜଣାପଡ଼ିଛି। 

Advertisment

ଅଭିଯୋଗରେ ସିଦ୍ଧେଶ୍ୱର ଉଲ୍ଲେଖ କରିଛନ୍ତି, ଏକ ଅଜଣା ନମ୍ବରରୁ ପ୍ରଥମେ ତାଙ୍କ ପାଖକୁ ମେସେଜ ଆସିଥିଲା- ‘କେମିତି ଅଛ (How are you)?’ ଜୁଲାଇ ୨୦ ତାରିଖ ରାତି ୧୦ଟା ୧୬ରେ ଏହି ମେସେଜ ଆସିଥିଲା। ଏହାର ରିପ୍ଲାଏ କିଛି ନଦେବାରୁ ରାତି ପ୍ରାୟ ୧୦ଟା ୨୨ରେ ହ୍ୱାଟ୍ସଆପ୍‌ରେ ଭିଡିଓ କଲ୍‌ ଆସିଥିଲା। ଜଣେ ମହିଳା ଏହି କଲ୍‌ କରିଥିବା ବେଳେ ହିନ୍ଦୀ ଭାଷାରେ ସେ କଥା ହେଉଥିଲେ। 

ଯେତେବେଳେ ସିଦ୍ଧେଶ୍ୱର ମହିଳା ଜଣକୁ ପଚାରିଥିଲେ କିଏ ଆପଣ ଓ କାହିଁକି କଲ୍‌ କରିଛନ୍ତି ? ସଙ୍ଗେସଙ୍ଗେ ସେ ନ୍ୟୁଡ୍‌ କଲ୍‌ କରିବା ସହ ତାଙ୍କ ସହ ଅଶ୍ଲୀଳ ବ୍ୟବହାର କରିଥିଲେ।ଏହାପରେ ସିଦ୍ଧେଶ୍ୱର କଲ୍‌ କାଟି ଦେଇଥିଲେ। ରାତି ପ୍ରାୟ ୧୦ଟା ୨୪ରେ ସେ ହ୍ୱାଟ୍ସଆପ୍‌ରେ ଏକ ଅଡିଓ କଲ୍‌ ରିସିଭ କରିବା ସହ କଲ୍‌ କରିଥିବା ବ୍ୟକ୍ତି ଜଣକ ଅଶାଳୀନ ବ୍ୟବହାର କରିଥିଲେ। କଲ୍‌ କାଟିଦେବା ପରେ ପୁଣି ରାତି ପ୍ରାୟ ୧୦ଟା ୨୭ରେ ଭିଡିଓ କଲ୍‌ ଆସିଥିଲା, ଯାହାକି ଏକ ନ୍ୟୁଡ୍‌ ଭିଡିଓ କଲ୍‌ ଥିଲା। 

Nude Call
Advertisment
Advertisment