Advertisment

କଂଗ୍ରେସ କର୍ମୀଙ୍କୁ ବନ୍ଧୁକ ଦେଖାଇ ବିଧାୟିକାଙ୍କ ପିଏସଓ କଲେ ଭୟଭୀତ

ବିଧାୟିକାଙ୍କ ପିଏସଓ କଂଗ୍ରେସ କର୍ମୀଙ୍କୁ ବନ୍ଧୁକ ଦେଖାଇ ଭୟଭୀତ କରୁଥିବା ଭିଡିଓରେ ଦେଖିବାକୁ ମିଳିଛି। ଏହି ଘଟଣାକୁ ନେଇ ଅତାବିରା ଥାନାରେ କଂଗ୍ରେସ କର୍ମୀ ବିଧାୟିକାଙ୍କ ପିଏସଓ ଏବଂ ଡ୍ରାଇଭରଙ୍କ ନାଁରେ ଗାଳି ଗୁଳଜ ସହ ପିସ୍ତଲରେ ମାରିଦେବାକୁ ଧମକ ଦେଇଥିବା ଅଭିଯୋଗ ହୋଇଛି।

Threatening Congress Workers

Threatening Congress Workers

Advertisment

ବରଗଡ଼: କଂଗ୍ରେସ କର୍ମୀଙ୍କୁ ବନ୍ଧୁକ ଦେଖାଇ ବିଧାୟିକାଙ୍କ ପିଏସଓ କଲେ ଭୟଭୀତ। ସୂଚନା ଅନୁଯାୟୀ, ଅତାବିରା ବିଧାୟିକା ସ୍ନେହାଙ୍ଗିନୀ ଛୁରିଆଙ୍କ ଗାଡି ଉପରକୁ ଅଣ୍ଡାମାଡ଼ ପରେ ଅତାବିରା ର୍ହିଲିପାଲିଠାରେ ଏକ କାର୍ଯ୍ୟକ୍ରମରେ ଯୋଗଦେବାକୁ ଯାଇଥିଲେ। ତେବେ ଡୁମ୍ବେରପାଲି ଛକଠାରେ କଂଗ୍ରେସ କର୍ମୀଙ୍କ ସହ ବିଧାୟିକାଙ୍କ ଡ୍ରାଇଭର ଏବଂ ପିଏସଓଙ୍କ ମଧ୍ୟରେ ହୋଇଥିଲା ବଚସା। ପରେ ଧସ୍ତାଧସ୍ତି ମଧ୍ୟ ହୋଇଥିଲା। ଘଟଣାସ୍ଥଳରେ ଅତାବିରା ଓଆଇସି ଦିଲୀପ ବେହେରା ମଧ୍ୟ ଉପସ୍ଥିତ ଥିଲେ।

Advertisment

 ଏହି ସମୟରେ ବିଧାୟିକାଙ୍କ ପିଏସଓ କଂଗ୍ରେସ କର୍ମୀଙ୍କୁ ବନ୍ଧୁକ ଦେଖାଇ ଭୟଭୀତ କରୁଥିବା ଭିଡିଓରେ ଦେଖିବାକୁ ମିଳିଛି। ଏହି ଘଟଣାକୁ ନେଇ ଅତାବିରା ଥାନାରେ କଂଗ୍ରେସ କର୍ମୀ ବିଧାୟିକାଙ୍କ ପିଏସଓ ଏବଂ ଡ୍ରାଇଭରଙ୍କ ନାଁରେ ଗାଳି ଗୁଳଜ ସହ ପିସ୍ତଲରେ ମାରିଦେବାକୁ ଧମକ ଦେଇଥିବା ଅଭିଯୋଗ ହୋଇଛି।

ଅନ୍ୟ ପକ୍ଷରେ କଂଗ୍ରେସ କର୍ମୀଙ୍କ ନାଁରେ ମଧ୍ୟ ବିଧାୟିକାଙ୍କ ଡ୍ରାଇଭର ଏବଂ ପିଏସଓଙ୍କୁ ମାଡ଼ପିଟ୍ ନେଇ ଅଭିଯୋଗ ହୋଇଛି  ତେବେ ଏନେଇ ପୋଲିସର ପ୍ରତିକ୍ରିୟା ମିଳିପାରିନି। ବିଧାୟିକାଙ୍କ ପିଏସ୍‌ଓ ଓ ଡ୍ରାଇଭର ଗାଳି ଗୁଲଜ ସହ ବନ୍ଧୁକ ଦେଖାଇ ଧମକଚମକ ଦେଇଥିବା କଂଗ୍ରେସ କର୍ମୀମାନେ ଏତଲାରେ ଦର୍ଶାଇଛନ୍ତି।

Advertisment

ସେପଟେ ବିଧାୟିକାଙ୍କ ପିଏସ୍‌ଓ ଓ ଡ୍ରାଇଭର ମଧ୍ୟ ଥାନାରେ କଂଗ୍ରେସ କର୍ମୀଙ୍କ ବିରୋଧରେ ଅଭିଯୋଗ କରିଛନ୍ତି। କଂଗ୍ରେସ କର୍ମୀମାନେ ସେମାନଙ୍କୁ ମାଡ଼ ମାରିଥିବା ଏତଲାରେ ଦର୍ଶାଇଛନ୍ତି। ଅତାବିରା ଥାନାରେ ଉଭୟ ପକ୍ଷରୁ ଅଭିଯୋଗ ହେବା ପରେ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଛି। ମାତ୍ର ଏନେଇ ପୁଲିସ ପ୍ରତିକ୍ରିୟା ମିଳିପାରି ନାହିଁ।

Odisha Baragada Atabira
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ