Advertisment

ପାଣ୍ଡିଆନଙ୍କ ନାଁ କହି ଠକିଥିଲେ ଏବେ ଜେଲ୍‌ ଗଲେ ବହିସ୍କୃତ ବିଜେଡି ନେତ୍ରୀ

ସସ୍ମିତା ମାଝିଙ୍କ ସହ ଅନ୍ୟ ଦୁଇ ଜଣ ସହଯୋଗୀଙ୍କ ନାମରେ ମଧ୍ୟ ମାଥିଲି ଥାନାରେ ରୁଜୁ ହୋଇଥିଲା ମାମଲା। ପୋଲିସ ରମେଶ ଚନ୍ଦ୍ର ରାଉତଙ୍କୁ ଭୁବନେଶ୍ୱରରୁ ଗିରଫ କରିଥିବା ବେଳେ ଅନ୍ୟ ଦୁଇ ଜଣଙ୍କ ମଧ୍ୟ ଆଜି ସଶ୍ମିତାଙ୍କୁ ଗିରଫ କରିଛି ।

ଅଦ୍ୟତନ ହୋଇଛି
Expelled BJD Leader Sasmita Majhi Arrested by Mathili Police in Jagatsinghpur

Sasmita Majhi

Advertisment

ବିଜେଡିରୁ ବହିଷ୍କୃତ ସସ୍ମିତା ମାଝୀ ଗିରଫ । ଦୁଇ ଦିନ ପୂର୍ବରୁ ବିଜେଡିରୁ ବହିଷ୍କୃତ ହୋଇଥିଲେ ମାଲକାନଗିରିର ନେତ୍ରୀ ତଥା ମାଥିଲି-୩ ଜିଲ୍ଲା ପରିଷଦ ସଭ୍ୟା ସସ୍ମିତା ମାଝୀ । ଏବେ ଜଗତସିଂହପୁରରୁ ସସ୍ମିତାଙ୍କୁ ଗିରଫ କରିଛି ମାଥିଲି ପୋଲିସ । ଚାକିରି ଦେବା ନାଁରେ ଠକେଇ ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଛି । ୨ ଦିନ ତଳେ ବିଜେଡିରୁ ବହିଷ୍କାର ହୋଇଥିଲେ ସସ୍ମିତା ମାଝୀ । ପୂର୍ବରୁ ମାଷ୍ଟରମାଇଣ୍ଡ ରମେଶ ରାଉତଙ୍କୁ ଭୁବନେଶ୍ୱରରୁ ଗିରଫ କରାଯାଇଛି । ପାଣ୍ଡିଆନଙ୍କ ସମ୍ପର୍କୀୟ କହି ଲକ୍ଷାଧିକ ଟଙ୍କା ଠକେଇ କରିଥିଲେ ।

Advertisment

ଅଧିକ ପଢ଼ନ୍ତୁ: ତେଜୁଛି 'ସୁଭଦ୍ରା' ପଲିଟିକ୍ସ; ନବୀନଙ୍କ ସମାଲୋଚନାର ଜବାବ ଦେଲେ ପ୍ରଭାତୀ

ସୂଚନାଯୋଗ୍ୟ, ସସ୍ମିତା ମାଝିଙ୍କ ସହ ଅନ୍ୟ ଦୁଇ ଜଣ ସହଯୋଗୀଙ୍କ ନାମରେ ମଧ୍ୟ ମାଥିଲି ଥାନାରେ ରୁଜୁ ହୋଇଥିଲା ମାମଲା। ପୋଲିସ ରମେଶ ଚନ୍ଦ୍ର ରାଉତଙ୍କୁ ଭୁବନେଶ୍ୱରରୁ ଗିରଫ କରିଥିବା ବେଳେ ଅନ୍ୟ ଦୁଇ ଜଣଙ୍କ ମଧ୍ୟ ଆଜି ସଶ୍ମିତାଙ୍କୁ ଗିରଫ କରିଛି । 

Advertisment

ସସ୍ମିତା ମାଝି ଲୋକଙ୍କୁ ଚାକିରି କରାଇବା ପାଇଁ ଟଙ୍କା ମାଗିଥିଲେ ଓ ରମେଶ ରାଉତ ଚାକିରି କରାଇଦେବେ ବୋଲି କହି ସିଧାସଳଖ ଆକାଉଣ୍ଟରେ ଟଙ୍କା ନେଇଥିଲେ। ଜଣେ କି ଦୁଇ ଜଣ ନୁହେଁ ଅନେକ ବ୍ୟକ୍ତିଙ୍କ ଠାରୁ ଏହି ଅର୍ଥ ହଡପ କରାଯାଇଥିବା ଜଣାପଡିଛି। ଏନେଇ ମାଥିଲି ଥାନାରେ ଏକାଧିକ ମାମଲା ରୁଜୁ ହୋଇଛି।

BJD
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ