Advertisment

Bike Theft Incident: ଦୟାଳୁ ଚୋର, ବାଇକ୍ ଚୋରି କରି ନେଲା, ଫେରାଇ କ୍ଷମା ମାଗିଲା !

ଭାଇ ମୁଁ ରିଅଲି ସରି, ମୋ ଗର୍ଲଫ୍ରେଣ୍ଡର ଅସୁବିଧା ରହିଥିବା ହେତୁ ବାଇକକୁ ନେଇ ପଳାଇଥିଲି। ମୋ ପାଖରେ ପଇସା ପ୍ରୋବଲେମ୍ ଥିଲା ଓ ଜଲଦି ଯିବାର ଥିଲା । ତେଣୁ ବାଇକ୍ ନେଇଥିଲି । କିନ୍ତୁ ସେମିତି ନବାର ନଥିଲା । ସାନ ଭାଇ ଭାବି କ୍ଷମା କରିବ।

ଅଦ୍ୟତନ ହୋଇଛି
Bike Thief

Bike Thief

Advertisment

ବାଇକ ଚୋରି କଲା। ପରେ ଫେରାଇ କ୍ଷମା ମାଗିଲା। ଏଭଳି ଏକ ରୋଚକ ଘଟଣା ଦେଖାଦେଇଛି ବ୍ରହ୍ମପୁର ଲାଞ୍ଜିପଲ୍ଳୀ ଅଞ୍ଚଳରେ । ବ୍ରହ୍ମପୁର ଲାଞ୍ଜିପଲ୍ଲୀ ମୁଖ୍ୟ ରାସ୍ତା ଅଞ୍ଚଳରେ ବାଦଲ କୁମାର ପ୍ରଧାନ ନାମକ ଜଣେ ଯୁବକ ଦୋକାନ କରିଛନ୍ତି। ସେ ଗତ ଏପ୍ରିଲ ୩୦ତାରିଖ ରାତିରେ ନିଜ ଦୋକାନ ସାମନାରେ ତାଙ୍କ ହିରୋହୋଣ୍ଡା ବାଇକ ରଖିଥିଲେ। ସକାଳୁ ଆସି ଦେଖିବା ବେଳକୁ ତାଙ୍କ ବାଇକ ନାହିଁ। କେହି ଦୁର୍ବୃତ୍ତ ବାଇକକୁ ଚୋରି କରିନେଇଛି। ଏନେଇ ଲାଞ୍ଜିପଲ୍ଲୀ ଫାଣ୍ଡି ଓ ବୈଦ୍ୟନାଥପୁର ଥାନାରେ ଅଭିଯୋଗ କରିଥିଲେ ବାଦଲ । ପରେ ପୋଲିସ ଏକ କେଶ୍ ରୁଜୁ କରି ତଦନ୍ତ ଚଳାଇଥିଲା ।

Advertisment

ବାଇକକୁ ଚୋରି କରି ଅଭିଯୁକ୍ତ ଜଣକ କନିଷି ଆଡ଼କୁ ନେଇଯାଇଥିବା ଜାଣିବାକୁ ପାଇଥିଲା ପୋଲିସ। ସିସିଟିଭି ଫୁଟେଜରୁ ଏହା ଜଣାପଡିଥିଲା । ଏହାପରେ ବାଦଲ ତାଙ୍କ ସାଙ୍ଗ ସାଥୀ, ବିଭିନ୍ନ ଓ୍ୱାଟସ୍‌ଆପ୍ ଗ୍ରୁପରେ ବି ବାଇକ ଚୋରି ହୋଇଥିବା ନେଇ ଓ ଥାନାରେ କେଶ୍ କରିଥିବା ନେଇ ଲେଖିଥିଲେ। ତାଙ୍କର ସାଙ୍ଗସାଥି ଓ ବନ୍ଧୁବାନ୍ଧବଙ୍କୁ ମଧ୍ୟ ଏ ନେଇ ଝଣାଇଥିଲେ । ଏପରିକି ଯଦି କେହି ଗାଡ଼ିର ସନ୍ଧାନ ପାଆନ୍ତି, ଜଣାଇବାକୁ ଅନୁରୋଧ କରିଥିଲେ ବାଦଲ । ଗାଡି ଚୋରି ଯୋଗୁଁ ସେ ମନସ୍ତାପରେ ଥିଲେ ।

ହେଲେ ଗତ ୧୪ତାରିଖ ସକାଳୁ ଉଠି ଦେଖିଲା ବେଳକୁ ତାଙ୍କ ଦୋକାନ ଦୁଆରେ ବାଇକଟି ଥୁଆ ହୋଇଛି। ଆଉ ସେଥିରେ କାଗଜରେ ଲେଖା ହୋଇଥିବା ଏକ ବାର୍ତ୍ତା ରହିଛି।

Advertisment

ଅଧିକ ପଢ଼ନ୍ତୁ: କୋଟିପତି ଯନ୍ତ୍ରୀଙ୍କ ଅମାପ ସମ୍ପତ୍ତି, ୫୦ ଲକ୍ଷର ବ୍ୟାଙ୍କ ଓ ବୀମା ଡିପୋଜିଟ୍ ସହ ପ୍ଲଟ୍ ଫ୍ଲାଟ ଠାବ

ଏଥିରେ ଲେଖାଥିଲା । “ ଭାଇ ମୁଁ ରିଅଲି ସରି, ମୋ ଗର୍ଲଫ୍ରେଣ୍ଡର ଅସୁବିଧା ରହିଥିବା ହେତୁ ବାଇକକୁ ନେଇ ପଳାଇଥିଲି। ମୋ ପାଖରେ ପଇସା ପ୍ରୋବଲେମ୍ ଥିଲା ଓ ଜଲଦି ଯିବାର ଥିଲା । ତେଣୁ ବାଇକ୍ ନେଇଥିଲି । କିନ୍ତୁ ସେମିତି ନବାର ନଥିଲା । ସାନ ଭାଇ ଭାବି କ୍ଷମା କରିବ।“

Advertisment

ତେବେ ବାଇକ ପାଇବା ପରେ ବାଦଲ ଯେତିକି ଖୁସି ସେତିକି ବି ଦୁଃଖୀ। କାରଣ ସେହି ୧୩ ଦିନ ସେ ମାନସିକ ଚିନ୍ତା ଭିତରେ ରହିଥିଲେ। ଚୋର ଜଣକ ବାଇକର ଷ୍ଟାଣ୍ଡ, ଫ୍ରଣ୍ଟ ଲାଇଟ ଗାର୍ଡ, ମଡଗାର୍ଡକୁ ବଦଳାଇ ଦେଇଥିବା ବେଳେ ସିଟ୍‌ ଚିରି ଦେଇଛି । ବହୁତ ଦୂର ବାଇକରେ ବୁଲିଛି । ନମ୍ବର ପ୍ଲେଟକୁ ଭାଙ୍ଗି ଦେଇଛି । ଯଦି କାହାର ସମସ୍ୟା ରହିଥିଲା, ତେବେ ବାଇକକୁ ଯେଭଳି ନେଇଛି ସେଭଳି ଫେରାଇବା କଥା। ତେଣୁ ଚୋରର ଉଦ୍ଦେଶ୍ୟ ମନ୍ଦ ଥିଲା । ଏଣୁ ଉକ୍ତ ଚୋରକୁ କ୍ଷମାନାହିଁ, ତାକୁ ଗିରଫ କରିବାକୁ ଦାବି କରିଛନ୍ତି ବାଦଲ। ନଚେତ୍‌ ସେ ଆଉ କାହା ବାଇକ ଏଭଳି ଚୋରି କରିଦେବ, ପୁଣି ଏଭଳି ଲେଖି ଦେବ ବୋଲି ସେ କହିଛନ୍ତି।

ପୋଲିସ ବାଇକ ଚୋରିର ତଦନ୍ତ କରୁଥିବା ବେଳେ ସୋସିଆଲ୍ ମିଡିଆରେ କିନ୍ତୁ ଏହା ଗଞ୍ଜାମ ଜିଲ୍ଲାରେ ମୋବାଇଲରୁ ମୋବାଇଲକୁ ଘୂରି ବୁଲିଥିଲା । ତେଣୁ ଯେ କୌଣସି ସମୟରେ ଧରା ପଡିଯିବାର ଭୟ ଥିଲା ବୋଲି ସନ୍ଦେହ କରାଯାଉଛି । ସିସିଟିଭିରେ ଚୋରର ଭିଡିଓ ଥିବାରୁ ଅଧିକ ତଦନ୍ତ ହେଲେ, ଚୋର ଧରାପଡିଯିବ ବୋଲି ଜଣେ ସ୍ଥାନୀୟ ବାସିନ୍ଦା କହିଛନ୍ତି । ଚୋର ଏକ ହାତଲେଖା ଚିଠି ରଖିଥିବାରୁ ତାହା ମଧ୍ୟ ପୋଲିସକୁ ତଦନ୍ତରେ ଅଧିକ ସାହାଯ୍ୟ କରିବ ।

ଅଧିକ ପଢ଼ନ୍ତୁ: Son Kills Mother: ରାକ୍ଷସ ପୁଅର ନାରକୀୟ କାଣ୍ଡ, ନିଶା ଖାଇବାକୁ ଟଙ୍କା ନ ମିଳିବାରୁ...

Berhampur Bike Theft Thief
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ