Advertisment

ସୁଇସାଇଡ୍‌ ନୁହେଁ, ମୋ ଭାଇକୁ ମର୍ଡର କରାଯାଇଛି: ସୌମ୍ୟଙ୍କ ଭଉଣୀ

ପୁଅର ଆତ୍ମହତ୍ୟା ଖବର ଜାଣିବା ପରେ ସୋନାଲି ମୋତେ ୩୬ ଥର କଲ୍ କରିଛି

ଅଦ୍ୟତନ ହୋଇଛି
Youth suicide suspense

Youth suicide suspense

Advertisment

କେଉଁ କାରଣ ପାଇଁ ସୌମ୍ୟରଂଜନ ଏବଂ ସଂପୃକ୍ତ ଯୁବତୀଙ୍କ ମଧ୍ୟରେ ସୃଷ୍ଟି ହେଲା ଝଡ଼ ? କାହିଁକି ଆତ୍ମହତ୍ୟା ଭଳି ବାଟ ବାଛିଲେ ସୌମ୍ୟରଂଜନ? ଏବେ ଏଭଳି ନାନା ପ୍ରଶ୍ନ ଉଙ୍କି ମାରୁଥିବାବେଳେ ପରିବାର ଲୋକଙ୍କ କହିବା କଥା, ପୁଅକୁ ଆତ୍ମହତ୍ୟା ପାଇଁ ଉସୁକାଯାଇଛି। ତେଣୁ ପୋଲିସ ସଂପୃକ୍ତ ଝିଅକୁ ତଦନ୍ତ ପରିସରକୁ ନେଇ ନ୍ୟାୟ ମାଗିଛନ୍ତି ସୌମ୍ୟରଂଜନଙ୍କ ବାପା। ସେପଟେ ସମସ୍ତ ଦିଗକୁ ଧରି ଖୋଳତାଡ଼ କରୁଛି ଇନଫୋସିଟି ପୋଲିସ। ହ୍ୱାଟସଆପ୍ ଚାଟ ସହ ମୋବାଇଲ୍ କଲ୍ ଡିଟେଲ୍ସ ସଂଗ୍ରହ ସହ କିଛି ବ୍ୟକ୍ତିଙ୍କୁ ପୋଲିସ ପଚରାଉଚରା କରିଛି। ତାସହ ସଂପୃକ୍ତ ଯୁବତୀଙ୍କୁ ବି ପୋଲିସ ପଚରାଉଚରା କରିବ ବୋଲି କହିଛି। 

Advertisment

ଏନେଇ ସୌମ୍ୟଙ୍କ ବାପା କହିଛନ୍ତି ଯେ ପୁଅର ଆତ୍ମହତ୍ୟା ଖବର ଜାଣିବା ପରେ ସୋନାଲି ମୋତେ ୩୬ ଥର କଲ୍ କରିଛି। ଏହା ପୂର୍ବରୁ ତାଙ୍କର ବାପା ମୋ ସହ କଥା ହୋଇଥିଲେ। ସେ କହିଥିଲେ ଯେ, ଯାହା ହୋଇଗଲା ତ ହେଇଗଲା, ଆମର ଭୁଲ୍ ହୋଇଯାଇଛି। କିନ୍ତୁ ମୁଁ ଯାହା ଜାଣିସାରିଲିଣି, ସେଇ ଝିଅ ହିଁ ମୋ ପୁଅକୁ ମାରିଛି, ତାକୁ କଠୋରରୁ କଠୋର ଦଣ୍ଡ ଦିଆଯାଉ। ସିଏ ହି ମୋ ପୁଅର ମୃତ୍ୟୁର କାରଣ। ସୋନାଲିର ବାପା କହିଲେ- ମୁଁ ଏସବୁ ବିଷୟରେ କିଛି ଜାଣିନି। କିନ୍ତୁ ସବୁ ଜାଣିଛନ୍ତି। ସୋନାଲିର ବାପା ମୋତେ ୫୦ରୁ ଅଧିକ ଥର କଲ୍ କରିଛନ୍ତି। ସେ ଝିଅ ଅନେକ ପୁଅଙ୍କ ଜୀବନ ନେଇଥିବା ମୁଁ ଶୁଣିବାକୁ ପାଉଛି। ଆମେ ସେ ଝିଅକୁ ସବୁଖୁସି ଦେଇଥିଲୁ। ତାକୁ ଆମେ ବୋହୂ ପରି ମାନି ନେଇଥିଲୁ କିନ୍ତୁ ମୋ ପୁଅର ସରଳତାର ସୁଯୋଗ ନେଇଗଲା। 

ଏନେଇ ମୃତ ସୌମ୍ୟଙ୍କ ଭଉଣୀ କହିଛନ୍ତି ଯେ, ମୋ ଭାଇ ସୁଇସାଇଡ୍‌ କରିନି ସୋନାଲି ମର୍ଡର କରିଛି। ପ୍ରଥମେ ମୋ ଭାଇ ରାତି ୧୦ଟାରୁ ସୋନାଲିକୁ ୩୬ ଥର କଲ୍‌ କରିଥିଲା କିନ୍ତୁ ସୋନାଲି କଲ୍ ରିସିଭ କରିନଥିଲା। ଶେଷରେ ରାତି ୨ଟା ପରେ ମୋ ଭାଇ ସୋନାଲିକୁ ମେସେଜ୍ କରିଥିଲା, ମୁଁ ଚାଲିଲି। ଯଦି ସେଇ ସମୟ ଭିତରେ ସୋନାଲି ଆମକୁ ଜଣାଇ ଦେଇଥାନ୍ତା, ତାହାହେଲେ ମୋ ଭାଇ ବଞ୍ଚିଯାଇଥାନ୍ତା। ମୋ ଭାଇ ମରିବାର ସବୁ ପ୍ରମାଣ ରଖିଛି, ସମୟ ଆସିଲେ ପୋଲିସକୁ ଦେବି। 

Advertisment
Soumya Death Case Odia Glamour Youth Suicide Suspense
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ