Advertisment

ସିମ୍‌ ବକ୍ସ ନେଇ ସିପିଙ୍କ ବଡ଼ ଖୁଲାସା; ପାକିସ୍ତାନ, ଚୀନରୁ କଲ୍ ଆସିବାକୁ ହେଉଥିଲା ବ୍ୟବହାର

ଭୁବନେଶ୍ବରରୁ ସିମ୍ ବକ୍ସ ଜବତ ଘଟଣାରେ ପୋଲିସ କମିଶନରଙ୍କ ବଡ଼ ଖୁଲାସା। ପାକିସ୍ତାନ, ଚୀନ ଓ ମଧ୍ୟପ୍ରାଚ୍ୟ ଦେଶରୁ କଲ୍ ଆସିବାକୁ ଏହି ସିମ ବକ୍ସର ବ୍ୟବହାର ହେଉଥିଲା।

ଅଦ୍ୟତନ ହୋଇଛି
SIM box case

SIM box case

Advertisment

ଭୁବନେଶ୍ବରରୁ ସିମ୍ ବକ୍ସ ଜବତ ଘଟଣାରେ ପୋଲିସ କମିଶନରଙ୍କ ବଡ଼ ଖୁଲାସା। ଲକ୍ଷ୍ମୀସାଗର ଅଞ୍ଚଳରେ ଥିବା ଏ ସିମ୍ ବକ୍ସ ଜରିଆରେ ପାକିସ୍ତାନ, ଚୀନ ଓ ମଧ୍ୟପ୍ରାଚ୍ୟ ଦେଶରୁ କଲ୍ ଆସିବାକୁ କରାଯାଉଥିଲା ଯୋଜନା। ଏହାର ମାଷ୍ଟର ମାଇଣ୍ଡ ବାଂଲାଦେଶୀ ନାଗରିକ ଆଶାଦ୍ଦୁର ଜମାନ। ଗତକାଲି ଏ ଘଟଣାରେ ଗିରଫ ହୋଇଥିବା ଯୁବକ ପଶ୍ଚିମବଙ୍ଗର ରାଜୁ ମଣ୍ଡଳ ଏଠାରେ କେବଳ ଏଜେଣ୍ଟ ଭାବେ କାମ କରୁଥିବା କଥା ସିପି କହିଛନ୍ତି।

Advertisment

ତେବେ ଏହି ସିମବକ୍ସକୁ ଏଠାରେ କେଉଁ ପ୍ରକାର ଅପରାଧିକ କାର୍ଯ୍ୟରେ ଲାଗାଯାଇଥିଲା, ସେ ସମ୍ପର୍କରେ ସବିଶେଷ ଜଣାପଡ଼ିନି। ଗତ ଅକ୍ଟୋବର ୨୧ରେ ଭାରତରେ ପ୍ରବେଶ କରିଥିଲା ଆଶାଦ୍ଦୁର ଜମାନ। ଭୁବନେଶ୍ବର ଆସି ରାଜୁ ସହ ଲିଙ୍ଗରାଜ ହୋଟେଲରେ ରହିଥିଲା। କେଶୁରାରେ ଭଡ଼ା ଘର ନେଇ ସିମ୍  ବକ୍ସ ରାକେଟ୍ ଚଳାଇ ଆସୁଥିଲେ। 

ଆଶାଦ୍ଦୁର ନିର୍ଦ୍ଦେଶରେ ରାଜୁ ମଣ୍ଡଳ ଭୁବନେଶ୍ବରରେ କାର୍ଯ୍ୟ କରୁଥିଲା। ୫ଟି ଅପରେସନାଲ୍‌ ସିମ୍ ବକ୍ସ ମିଳିଛି, ସେଥିରୁ ୨୫୫ ସିମ୍ ଆକ୍ଟିଭ ଥିଲା। ପ୍ରାୟ ୧ ହଜାର ସିମ୍  ମିଳିଛି, ସେଥିରୁ ୫୮ଟି ଅବ୍ୟବହୃତ ସିମ୍ ରହିଛି। ରାଜୁକୁ ରିମାଣ୍ଡରେ ଆଣି ଅଧିକ ତଥ୍ୟ ବାହାର କରାଯିବ ବୋଲି ପୋଲିସ କମିଶନର କହିଛନ୍ତି।

Advertisment

 ସିମ୍ ବକ୍ସ କଣ ?

ଏବେ ଆସନ୍ତୁ ଜାଣିବା କଣ ଏହି ସିମ୍ ବକ୍ସ ? କାହିଁକି ପୋଲିସ ଟାର୍ଗେଟରେ ଥିଲା ? ସେ ଘର ଆଉ ସିମ୍ ବକ୍ସ ନେଟୱାର୍କ ଚଳାଉଥିବା ସନ୍ଦିଗ୍ଧ ବ୍ୟକ୍ତି କିଏ ? ସିମ୍ ବକ୍ସ ଡିଭାଇସ ବ୍ୟବହାର କରାଯାଇ ବିଦେଶୀ ଇଣ୍ଟନରେଟ କଲକୁ ଲୋକାଲ କଲରେ ପରିଣତ କରାଯାଇପାରେ। ଏଇ ଡିଭାଇସରୁ ବିଶ୍ୱର ଯେ କୌଣସି ସ୍ଥାନକୁ କଲ୍ ଓ ଗ୍ରୁପ୍ ମେସେଜ୍ ମଧ୍ୟ କରାଯାଇପାରିବ। ହେଲେ କଲ କେଉଁଠୁ ଯାଉଛି ଏବଂ ତାହା ବିଦେଶୀ କଲ୍ ବୋଲି ରିସିଭରଙ୍କୁ ଜଣାପଡ଼ିନଥାଏ। ବିଶେଷଜ୍ଞଙ୍କ ମତରେ ସିମ୍ ବକ୍ସ ବ୍ୟବହାର କରି ଆତଙ୍କବାଦୀ ନେଟୱାର୍କ ପରିଚାଳନା, ସାଇବର୍ ଫ୍ରଡ୍ ଏବଂ ବିଦେଶକୁ ଗୁପ୍ତ ତଥ୍ୟ ପ୍ରଦାନ ଭଳି ସାଂଘାତିକ ଅପରାଧ ଘଟାଯାଇପାରେ।

SIM Box Racket SIM Box
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ