Advertisment

ପାଠପଢା ଆଳରେ ଛାତ୍ରୀଙ୍କୁ ଅଧ୍ୟାପକଙ୍କ ଦୁଷ୍କର୍ମ !

ଯୌନ ନିର୍ଯାତନା ସହ ଦୁଷ୍କର୍ମ କରିଥିବା ଛାତ୍ରୀ ଜଣଙ୍କ ଲିଖିତ ଅଭିଯୋଗ କରିଥିଲେ।

Sexual Harrasment

Sexual Harrasment

Advertisment

ଛାତ୍ରୀଙ୍କୁ ଅଧ୍ୟାପକଙ୍କ ଦୁଷ୍କର୍ମ ଅଭିଯୋଗ। ଭୁବନେଶ୍ୱର ନହରକଣ୍ଟା ସ୍ଥିତ ଶ୍ରୀଜୟଦେବ କଲେଜ ଅଫ୍ ଏଜୁକେସନ ଓ ଟେକ୍ନୋଲୋଜିରେ ଚାଞ୍ଚଲ୍ୟ। ଜଣେ ଛାତ୍ରୀଙ୍କୁ ଅଧ୍ୟାପକ ଜଣଙ୍କ ଯୌନ ନିର୍ଯାତନା ସହ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଜୟଦେବ କଲେଜ୍  ଅଫ୍ ଏଜୁକେସନ ଓ ଟେକ୍ନୋଲୋଜିର ଫିଜିକ୍ସ ଅଧ୍ୟାପକ ପ୍ରମୋଦ ରଂଜନ ଦାଶଙ୍କ ନାଁରେ ଏହି ଅଭିଯୋଗ ଆସିଛି। କଲେଜ କର୍ତ୍ତୃପକ୍ଷଙ୍କ ପାଖକୁ ଅଭିଯୋଗ ଆସିବା ପରେ କଲେଜ ଇଣ୍ଟରନାଲ କମିଟି ଏହାର ତଦନ୍ତ କରିଥିଲା  କିନ୍ତୁ  ଘଟଣାର ସତ୍ୟତା ନେଇ ସେଭଳି ଠୋସ ପ୍ରମାଣ ମିଳି ନଥିଲା।

Advertisment

କିନ୍ତୁ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ଅଭିଯୁକ୍ତ ଅଧ୍ୟାପକଙ୍କୁ କୁଚିଣ୍ଡା ବଦଳି କରି ଦିଆଯାଇଛି। ଏହାସହ ପୁଙ୍ଖାନୁପୁଙ୍ଖ ତଦନ୍ତ ଲାଗି ଜିଲ୍ଲା ଅଭିଯୋଗ କମିଟିରେ ରିପୋର୍ଟ କରିବାକୁ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ କଲେଜ ପ୍ରିନ୍ସିପାଲଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଅଧ୍ୟାପକ ଜଣଙ୍କ ଯୌନ ନିର୍ଯାତନା ସହ ଦୁଷ୍କର୍ମ କରିଥିବା ଛାତ୍ରୀ ଜଣଙ୍କ ଲିଖିତ ଅଭିଯୋଗ କରିଥିଲେ। ଏନେଇ କଲେଜ କର୍ତ୍ତୃପକ୍ଷ କିମ୍ବା ଅଭିଯୁକ୍ତ ଅଧ୍ୟାପକଙ୍କ ପ୍ରତିକ୍ରିୟା ମିଳିପାରିନାହିଁ।

Sexual Harassment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ