Advertisment

ରାଜଧାନୀରେ ସାରା ରାତି ଖୋଲା ବାର୍-ପବ୍, ମଦ ଓ DJ ତାଳେ ତାଳେ ଗ୍ରାହକ ମତୁଆଲା

ତାଗିଦ୍ ତା ବାଟରେ । ସାରା ରାତି ବାର୍ ଖୋଲା । ମଦ ସାଙ୍ଗକୁ ଡିଜେ ତାଳେ ତାଳେ ଗ୍ରାହକ ଫୁଲ୍ ମତୁଆଲା। ପୋଲିସ୍ କି ଅବକାରୀ ବିଭାଗ। କାହାକୁ ଯେମିତି ଖାତିର ନାହିଁ ରାଜଧାନୀର ଡ୍ୟାନ୍ସ ବାର, ପବ୍ ଓ ନାଇଟ କ୍ଲବ୍‌ଙ୍କର ।

ଅଦ୍ୟତନ ହୋଇଛି
undefined

Bars

Advertisment

ଡ୍ୟାନ୍ସ ବାର୍ ହେଉ କି ପବ୍ ଅବା ନାଇଟ୍ କ୍ଲବ, ସବୁଠି କେମିତି ନିୟମର ଧଜିଆ ଉଡୁଛି, ରାତିଅଧରେ ନିଜେ ରେଡ୍ ହ୍ୟାଣ୍ଡ ସତ ଧରିଛି କମିଶନରେଟ୍ ପୋଲିସ୍ । ସେଫ୍ ସିଟି ଡ୍ରାଇଭ କରି ଅନ୍ ସ୍ପଟ୍ ଇନକ୍ୱାରି ପରେ ତେଣେ ଆକ୍ସନ ମୋଡ୍‌କୁ ଆସିଛି ଅବାକରୀ ବିଭାଗ। ଆଇନ୍ ଉଲ୍ଲଂଘନକାରୀ ୫ଟି ବାର୍‌କୁ କାରଣ ଦର୍ଶାଅ ନୋଟିସ ଜାରି କରି ଲାଇସେନ୍ସ ରଦ୍ଦ ପାଇଁ ବି ଦେଇଛି ଚେତବନୀ ।

Advertisment

ତାଗିଦ୍ ତା ବାଟରେ । ସାରା ରାତି ବାର୍ ଖୋଲା । ମଦ ସାଙ୍ଗକୁ ଡିଜେ ତାଳେ ତାଳେ ଗ୍ରାହକ ଫୁଲ୍ ମତୁଆଲା। ପୋଲିସ୍ କି ଅବକାରୀ ବିଭାଗ। କାହାକୁ ଯେମିତି ଖାତିର ନାହିଁ ରାଜଧାନୀର ଡ୍ୟାନ୍ସ ବାର, ପବ୍ ଓ ନାଇଟ କ୍ଲବ୍‌ଙ୍କର । ଖୋଦ୍ କମିଶନରେଟ୍ ପୋଲିସ ସ୍ପେଶାଲ ସ୍କ୍ୱାର୍ଡ ନିଜେ ରାତିଅଧିଆ ଛାପାମାର୍ କରି ସତ ପରଖିଛି । ଏଥିରୁ ସ୍ପଷ୍ଟ ହୋଇଯାଇଛି, ପୂର୍ବରୁ ବାରଗାର୍ଲ ଯେଉଁ ଅଭିଯୋଗ ଆଣୁଥିଲେ ତା’ର ପୁରାପୁରି ସତ । ରାତି ସାଢ଼େ ଗୋଟାଏ ଯାଏଁ ଖୋଲିବାକୁ ଅନୁମତି ଥିଲେ ବି ରାଜଧାନୀର ଏକାଧିକ ବାର, ପବ୍ ଓ ନାଇଟ କ୍ଲବ ରାତି ୩ଟା ପର୍ଯ୍ୟନ୍ତ ଠିଆ ମେଲା।

ଖାଲି ସେତିକି ନୁହେଁ ସୁରା ସାଙ୍ଗକୁ ଲକ୍ଷ ଲକ୍ଷ ନକଲି ନୋଟ୍ ବି ଉଡୁଛି। ପୋଲିସ ଆଖିରୁ ଯାହାକୁ ଲୁଚାଇବା ଏମିତି ଚେଷ୍ଟା। ରାତି ଅଧ ଯାଏଁ ପବରେ ଯୁବକ ଯୁବତୀ ବି ମସଗୁଲ ଥିବା ବେଳେ ପୋଲିସକୁ ଦେଖି କେମିତି ଛାତ ଉପରେ କୋଣରେ ଲୁଚି ଯାଉଛନ୍ତି,ସେ ଚିତ୍ର ମଧ୍ୟ ସାମ୍ନାକୁ ଆସୁଛି। ଏଥିପାଇଁ ସିଧାସଳଖ ଅବକାରୀ ବିଭାଗକୁ ଦାୟୀ କରିଛି କମିଶନରେଟ ପୋଲିସ।

Advertisment

ସେପଟେ କମିଶନରେଟ୍ ପୋଲିସର ରାତି ଅଧିଆ ଚଢାଉ ଦେଖି ଅବକାରୀ ବିଭାଗ ବି ଆକ୍ସନ ମୋଡକୁ ଆସିଛି । ୫ଟି ଡ୍ୟାନ୍ସ ବାରକୁ ଜାରି କରିଛି ସୋ କଜ୍ ନୋଟିସ୍ । ସେଗୁଡ଼ିକ ହେଲା କଟକ ରୋଡରେ ଥିବା ପେଣ୍ଟାଗନ୍, ଆଲିଶାନ ବାର, ମହାନ୍ତି ବାର, ଏକାମ୍ର ବାର, ଦୀପାଳି ବାର୍ । ଆଇନ ଉଲ୍ଲଙ୍ଘନ କଲେ ଆବଶ୍ୟକ ସ୍ଥଳେ ଲାଇସେନ୍ସ ରଦ୍ଦ କରିବାକୁ ବି ଧମକ ଦେଇଛି । ଅବକାରୀ ବିଭାଗର ୬ଟି ସ୍ପେଶାଲ ଟିମ୍ ରାତି ଅଧରେ ଚଢ଼ାଉ କରୁଛି। ସିସିଟିଭି ଯାଞ୍ଚ ସହ ଅନୈତିକ କାମ ଚାଲିଥିବାର ସୁରାକ ମିଳିଲେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ଅବକାରୀ ଇନ୍ସପେକ୍ଟର। କେବଳ ପାର୍ବଣ ସମୟ ବୋଲି ପୋଲିସ୍‌ର ଏଭଳି ବାର୍ ଓ ପବ୍ ଉପରେ ରେଡ୍, ନା ଆଗକୁ ବି ଚାଲିବ, ତାକୁ ନେଇ ପ୍ରଶ୍ନ।

Bhubaneswar Odisha Commissionerate Police Excise Department Bars
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ