/odishatv-khabar/media/post_attachments/uploadimage/library/16_9/16_9_0/IMAGE_1711359707.jpg)
Fake Notes Seized
କଥାରେ ଅଛି ମଣିଷ ପ୍ରକୃତି ମଲେ ବଦଳେ..ଠିକ୍ ସେହିପରି ଜଣେ ବ୍ୟକ୍ତି ହେଉଛନ୍ତି ମଧ୍ୟପ୍ରଦେଶ ଭିଦିଶାର ଭୂପେନ୍ଦ୍ର ସିଂ ଧାକତ। ଜେଲ୍ ଯାଇଥିଲେ ଭଲ ବାଟକୁ ଆସିବା ପାଇଁ। କିନ୍ତୁ ଜେଲ୍ରୁ ବାହାରିବା ପରେ କଲେ ଓଲଟା। ଜେଲ୍ର କୌଶଳ ତାଲିମକୁ ଭୁଲ ବାଟରେ ଲଗାଇଲେ। ଜେଲ୍ରୁ ମୁକୁଳିବା ପରେ ଘରେ ଛପାଉଥିଲେ ନକଲି ଟଙ୍କା। ଶନିବାର ପୋଲିସ ତାଙ୍କୁ ଟଙ୍କା ଛାପିବା ମେସିନ୍ ସହ ଗିରଫ କରିଛି।
ଜେଲ୍ ଯାଇଥିଲେ ଭଲ ମଣିଷ ହେବେ ବୋଲି। ମିଳିଥିଲା ଧନ୍ଦାମୂଳକ ପ୍ରଶିକ୍ଷଣ। ହେଲେ ତାହାକୁ ଭୁଲ ବାଟରେ ଲଗାଇ ଏବେ ପୁଣି ଜେଲ୍ ଗଲେ। ଜେଲ୍ରୁ ବାହାରିବା ପରେ ଭୂପେନ୍ଦ୍ର ଘରେ ଏକ ନୋଟ ଛାପିବା ମେସିନ୍ ରଖି ଜାଲି ନୋଟ୍ ଛାପୁଥିଲେ। ପୋଲିସ ତାଙ୍କୁ ଏକ କଲର୍ ପ୍ରିଣ୍ଟର ମେସିନ୍ ଓ ୬ଟି ରଙ୍ଗ ବୋତଲ ସହ ଗିରଫ କରିଛି। ଭୂପେନ୍ଦ୍ରଙ୍କ ନାଁରେ ପୂର୍ବରୁ ୧୧ଟି ଅପରାଧିକ ମାମଲା ରହିଛି।
ଭୂପେନ୍ଦ୍ର ପୋଲିସ ଆଗରେ ସତ ମାନିଯାଇଛି। ପୋଲିସର କହିବାନୁଯାୟୀ ଗତ କିଛି ମାସ ହେବ ଭୂପେନ୍ଦ୍ର ଜାଲି ନୋଟ୍ ଛାପି ମଧ୍ୟପ୍ରଦେଶର ବିଭିନ୍ନ ଜିଲ୍ଲାକୁ ପଠାଉଥିଲା। ପୂର୍ବରୁ ସେ ଜେଲ୍ରେ ଥିବା ବେଳେ ପ୍ରିଣ୍ଟିଂ କୌଶଳ ଶିଖିଥିଲା। ଏହାର ଦୂରୁପଯୋଗ କରି ସେ ଘରେ ନକଲି ନୋଟ୍ ଛାପୁଥିଲା।
ଭିଦିଶା ଜେଲ୍ ସୁପରିଟେଣ୍ତେଣ୍ଟଙ୍କ କହିବାନୁଯାୟୀ, କଏଦୀ ମାନଙ୍କୁ ଧନ୍ଦାମୂଳକ ତାଲିମ ଦିଆଯାଏ। ଯେପରିକି ସେ ଆଗାମୀ ଦିନରେ ରୋଜଗାରକ୍ଷମ ହୋଇପାରିବେ। ସ୍କ୍ରିନ୍ ପ୍ରିଣ୍ଟିଂ କୌଶଳ ତାଲିମରେ ଅନ୍ତର୍ଭୂକ୍ତ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)