Advertisment

Suicide: ଯୌତୁକ ନିର୍ଯାତନାକୁ ସ୍ୱାମୀଙ୍କ ପରକୀୟା ପ୍ରୀତି, ଝୁଲି ପଡ଼ିଲେ ପତ୍ନୀ

ପୂଜାଶ୍ରୀଙ୍କ ମା’ ଅଭିଯୋଗ କରିଛନ୍ତି ଯେ “ଝିଅ ନିୟମିତ ଭାବେ ଯୌତୁକ ଓ ନନ୍ଦୀଶଙ୍କ ପରକୀୟା ପ୍ରୀତି ପାଇଁ ନିର୍ଯାତିତ ହୋଇ ଚାଲିଥିଲା। ବାହାଘର ପାଇଁ ମୁଁ ମୋ ବାପାଙ୍କ ଠାରୁ ୩୦ ଲକ୍ଷ ଟଙ୍କା ଧାର କରିଥିଲି। ନନ୍ଦୀଶ ମୋ ଝିଅକୁ ନିର୍ଯାତନା ଦେଉଥିଲେ। ଏକଦା ପୁଲିସ୍‌ ଷ୍ଟେସନରେ ନନ୍ଦୀଣ ମୋ ଝିଅକୁ ଠିକ ଭାବେ ରଖିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ।

suicide

suicide

Advertisment

ପୁଣି ଜଣେ ମହିଳା ଯୌତୁକ ନିର୍ଯାତନା ସହି ନ ପାରି ଜୀବନ ହାରିଛନ୍ତି। ବେଙ୍ଗାଲୁରୁର ୨୮ ବର୍ଷୀୟ ପୂଜାଶ୍ରୀଙ୍କ ଝୁଲନ୍ତା ମୃତଦେହ ସେ ରହୁଥିବା ଘର ଭିତରୁ ଉଦ୍ଧାର ହୋଇଛି। ସ୍ୱାମୀଙ୍କ ପରକୀୟା ପ୍ରୀତି ଓ ଯୌତୁକ ନିର୍ଯାତନା ଅସହ୍ୟ ହେବାରୁ ପୂଜାଶ୍ରୀ ଏଭଳି ଚରମ ପଦକ୍ଷେପ ନେଇଥିବା ଅଭିଯୋଗ ହୋଇଛି।

Advertisment

ଗୋଟିଏ ବ୍ୟାଙ୍କରେ କ୍ୟାଶିଅର ଭାବେ କାମ କରୁଥିବା ପୂଜା ଶ୍ରୀ ୩ ବର୍ଷ ତଳେ ନନ୍ଦୀଶ ନାମକ ଜଣେ ଯୁବକଙ୍କୁ ବିବାହ କରିଥିଲେ। ସେମାନଙ୍କର ଗୋଟିଏ ଛୋଟ ଝିଅ ମଧ୍ୟ ରହିଛି। ବାହାଘର ପରେ ସବୁ କିଛି ଠିକ ଠାକ ଚାଲିଥିଲା। ହେଲେ ଝିଅ ହେବା ପରେ ନନ୍ଦୀଶ ବଦଳି ଯାଇଥିଲେ। ସ୍ୱାମୀଙ୍କ ଭିତରେ ପରିବର୍ତ୍ତନ ପୂଜାଶ୍ରୀଙ୍କୁ ବେଶ ବାଧିଥିଲା। ପରବର୍ତ୍ତୀ ଅବସ୍ଥାରେ ସେ ଜାଣିବାକୁ ପାଇଥିଲେ ଯେ ସ୍ୱାମୀ ନନ୍ଦୀଶ ଆଉ ଜଣେ ଝିଅ ସହ ପ୍ରେମ ସମ୍ପର୍କରେ ରହିଛନ୍ତି। ଏକଥା ପୂଜାଶ୍ରୀ ଜାଣିବା ପରେ ନନ୍ଦୀଶଙ୍କୁ ପଚାରିଥିଲେ। ହେଲେ ସେ ତାଙ୍କ ଠାରୁ ଯୌତୁକରେ ମୋଟା ଅଙ୍କର ଟଙ୍କା ମାଗିଥିଲେ। ଏଥିସହ ତାଙ୍କ ସହ ଏହି ପ୍ରସଙ୍ଗକୁ ନେଇ ନିୟମିତ ଝଗଡ଼ା ମଧ୍ୟ ଆରମ୍ଭ କରି ଦେଇଥିଲେ।

ପୂଜାଶ୍ରୀ ଓ ନନ୍ଦୀଶଙ୍କ ବୈବାହିକ ଜୀବନ ଖରାପ ଦିଗକୁ ଯାଉଥିବାରୁ ଦୁଇ ପରିବାର ଲୋକ ଓ ଶୁଭେଚ୍ଛୁମାନେ ଅନେକ ଥର ମଧ୍ୟସ୍ଥି ସାଜି ସମାଧାନ କରିବାକୁ ଚେଷ୍ଟା କରିଥିଲେ। ହେଲେ ପରକୀୟା ପ୍ରୀତିରେ ମାତିଥିବା ନନ୍ଦୀଶଙ୍କ ଭିତରେ କୌଣସି ବି ପରିବର୍ତ୍ତନ ହୋଇ ନଥିଲା। ସେ ପୂଜାଶ୍ରୀଙ୍କୁ ନିୟମିତ ନିର୍ଯାତନା ଦେଇ ଚାଲିଥିଲେ।

Advertisment

ଏସବୁ ଭିତରେ ସେପ୍ଟେମ୍ବର ୧ ତାରିଖ ସକାଳେ ପୂଜାଶ୍ରୀଙ୍କ ଝୁଲନ୍ତା ମୃତଦେହ ସେ ରହୁଥିବା ସିଦ୍ଦେହାଲ୍ଲି ସ୍ଥିତ ଘର ଭିତରୁ ମିଳିଥିଲା। ପୁଲିସ୍‌ ଏହାକୁ ଜବତ କରି ବ୍ୟବଚ୍ଛେଦ ପାଇଁ ଭିକ୍ଟୋରିଆ ହସ୍ପିଟାଲକୁ ପଠାଇଥିଲା। ପୂଜାଶ୍ରୀଙ୍କ ପରିବାର ଲୋକଙ୍କ ଅଭିଯୋଗ ଆଧାରରେ ପୁଲିସ୍‌ ଯୌତୁକ ନିର୍ଯାତନା ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

ପୂଜାଶ୍ରୀଙ୍କ ମା’ ଅଭିଯୋଗ କରିଛନ୍ତି ଯେ “ଝିଅ ନିୟମିତ ଭାବେ ଯୌତୁକ ଓ ନନ୍ଦୀଶଙ୍କ ପରକୀୟା ପ୍ରୀତି ପାଇଁ ନିର୍ଯାତିତ ହୋଇ ଚାଲିଥିଲା। ବାହାଘର ପାଇଁ ମୁଁ ମୋ ବାପାଙ୍କ ଠାରୁ ୩୦ ଲକ୍ଷ ଟଙ୍କା ଧାର କରିଥିଲି। ନନ୍ଦୀଶ ମୋ ଝିଅକୁ ନିର୍ଯାତନା ଦେଉଥିଲେ। ଏକଦା ପୁଲିସ୍‌ ଷ୍ଟେସନରେ ନନ୍ଦୀଣ ମୋ ଝିଅକୁ ଠିକ ଭାବେ ରଖିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ।

Advertisment

ତଥାପି ନିର୍ଯାତନା ବନ୍ଦ ହୋଇ ନଥିଲେ। ଝିଅର ମୃତ୍ୟୁ ଦିନ ନନ୍ଦୀଶ ତା’କୁ ଆମ ଘରୁ ସକାଳ ୭.୧୫ରେ ନେଇ ଯାଇଥିଲେ। ସକାଳ ୮.୨୦ ବେଳକୁ ସେ ଫୋନ କରି ଝିଅ ଆତ୍ମହତ୍ୟା କରିଥିବା ସୂଚନା ଦେଇଥିଲେ। ସବୁ କିଛି ନନ୍ଦୀଶଙ୍କ ପ୍ରେମ ସମ୍ପର୍କ ପାଇଁ ଘଟିଛି। ସେମାନେ ମୋ ଝିଅକୁ ମାରି ଦେଇଛନ୍ତି।”

ପୂଜାଶ୍ରୀଙ୍କ ଆଉ ଜଣେ ସମ୍ପର୍କୀୟ କହିଛନ୍ତି ଯେ ବାହାଘର ୩ ବର୍ଷ ତଳେ ହୋଇଥିଲା। ନନ୍ଦୀଶ ଓ ତାଙ୍କ ପରିବାର ଲୋକ ପୂଜାଶ୍ରୀଙ୍କ ଦରମା, ସୁନା ଅଲଙ୍କାର ବଳପୂର୍ବକ ନେଇ ଯାଉଥିଲେ। ଏପରି କି ଯୌତୁକ କରେ ସେମାନେ ଗୋଟିଏ ଘର ମାଗୁଥିଲେ। ଏବେ ସେମାନେ ତା’କୁ ନିର୍ଯାତନା ଦେଇ ହତ୍ୟା କରିଥିବା ସେ କହିଛନ୍ତି।

ସବୁଠାରୁ ଆଶ୍ଚର୍ଯ୍ୟଜନକ ଘଟଣା ହେଉଛି ଯେ ପୂଜାଶ୍ରୀଙ୍କ ମୃତ୍ୟୁ ସମ୍ପର୍କରେ ତାଙ୍କର ଜଣେ ସମ୍ପର୍କୀୟ ଖବର ପାଇବା କ୍ଷଣି ହୃଦଘାତରେ ପ୍ରାଣ ହରାଇଥିବା ପରିବାର ଲୋକ କହିଛନ୍ତି।

Bengaluru Suicide
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ