Advertisment

Murder: ଧରାଇଦେଲା ଚପଲ ଓ ବୋତଲ ଠିପି, ୫ ଲକ୍ଷର ହୋଇଥିଲା ଡିଲ୍

ଶରୀରରେ କୌଣସି ଆଘାତର ଚିହ୍ନ ନଥିବାରୁ ଏମକେ ଡୋଡ୍ଡି ଥାନା ପୁଲିସ ଏହାକୁ ଆତ୍ମହତ୍ୟା ବୋଲି ଗ୍ରହଣ କରିଥିଲା। ଚନ୍ଦ୍ରକଳା କହିଥିଲେ ଯେ ଲୋକେଶଙ୍କ ଉପରେ ବହୁତ ଋଣ ଥିଲା ଏବଂ ସେ ମାନସିକ ଚାପରେ ଥିଲେ।

Murder

Murder

Advertisment

କର୍ଣ୍ଣାଟକର ବେଙ୍ଗାଲୁରୁ ସାଉଥ ଜିଲ୍ଲାର ମାକଲି ଗାଁରେ ଗତ ୨୪ ଜୁନରେ ପୂର୍ବତନ ଗ୍ରାମ ପଞ୍ଚାୟତ ସଦସ୍ୟ ଲୋକେଶଙ୍କ ମୃତଦେହ ମିଳିଥିଲା। ପ୍ରଥମେ ଏହାକୁ ଆତ୍ମହତ୍ୟା ବୋଲି ଧରାଯାଉଥିଲା, କିନ୍ତୁ ତଦନ୍ତ ପରେ ଜଣାପଡ଼ିଲା ଯେ ଏହା ଏକ ଯୋଜନାବଦ୍ଧ ହତ୍ୟାକାଣ୍ଡ ଥିଲା।

Advertisment

ଅଭିଯୋଗ ଅନୁସାରେ, ଏହି ହତ୍ୟାକାଣ୍ଡର ଷଡ଼ଯନ୍ତ୍ର ମୃତକଙ୍କ ପତ୍ନୀ ଚନ୍ଦ୍ରକଳା ନିଜେ ରଚିଥିଲେ। ପୋଲିସ ଏହି ମାମଲାରେ ଚନ୍ଦ୍ରକଳା ସମେତ ପାଞ୍ଚଜଣଙ୍କୁ ଗିରଫ କରିଛି। ରିପୋର୍ଟ ଅନୁସାରେ, ୨୪ ଜୁନରେ ଲୋକେଶଙ୍କ ମୃତଦେହ ତାଙ୍କ କାର ଭିତରେ ମିଳିଥିଲା। ପାଖରେ ଏକ ବିଷର ବୋତଲ ମଧ୍ୟ ମିଳିଥିଲା।

ଶରୀରରେ କୌଣସି ଆଘାତର ଚିହ୍ନ ନଥିବାରୁ ଏମକେ ଡୋଡ୍ଡି ଥାନା ପୁଲିସ ଏହାକୁ ଆତ୍ମହତ୍ୟା ବୋଲି ଗ୍ରହଣ କରିଥିଲା। ଚନ୍ଦ୍ରକଳା କହିଥିଲେ ଯେ ଲୋକେଶଙ୍କ ଉପରେ ବହୁତ ଋଣ ଥିଲା ଏବଂ ସେ ମାନସିକ ଚାପରେ ଥିଲେ।

Advertisment

ପୋଲିସ ଏହି ମାମଲାକୁ ଆତ୍ମହତ୍ୟା ଭାବେ ହିଁ ଦେଖୁଥିଲା, କିନ୍ତୁ କିଛି ଜିନିଷ ସନ୍ଦେହ ସୃଷ୍ଟି କରୁଥିଲା। ପୋଷ୍ଟମର୍ଟମରେ ବିଷ ଦ୍ୱାରା ମୃତ୍ୟୁର ପୁଷ୍ଟି ହୋଇଥିଲା, କିନ୍ତୁ ଲୋକେଶଙ୍କ ଚପଲ ଏବଂ ବିଷର ବୋତଲର ଠିପି ଘଟଣାସ୍ଥଳରୁ ଗାଏବ ଥିଲା। ଏହା ପରେ ପୋଲିସ ପରିବାର ସଦସ୍ୟ ଏବଂ ଲୋକେଶଙ୍କ ଜଣାଶୁଣା ଲୋକଙ୍କ କଲ ରେକର୍ଡ ଯାଞ୍ଚ କରିଥିଲା।

ଜଣେ ପୁଲିସ ଅଧିକାରୀ କହିଛନ୍ତି
ଆମେ ଦେଖିଲୁ ଯେ ଚନ୍ଦ୍ରକଳା ଘଟଣା ଦିନ ଜଣେ ଯୋଗେଶ ନାମକ ବ୍ୟକ୍ତିଙ୍କ ସହ ବାରମ୍ବାର କଥା ହୋଇଥିଲେ। ଆଗକୁ ତଦନ୍ତରେ ଜଣାପଡ଼ିଲା ଯେ ଯୋଗେଶ ସନ୍ତୋଷ ନାମକ ଜଣେ ହତ୍ୟା ଅଭିଯୁକ୍ତଙ୍କ ସହ କଥାବାର୍ତ୍ତା କରୁଥିଲେ।” ସନ୍ତୋଷଙ୍କ ମୋବାଇଲର ଲୋକେଶନ ଘଟଣା ସମୟରେ ଘଟଣାସ୍ଥଳରେ ଥିବା ଦେଖାଯାଇଥିଲା। ତାଙ୍କ ସହ ଶିବଲିଙ୍ଗ, ସୂର୍ଯ୍ୟା ଏବଂ ଚନ୍ଦନ ନାମକ ତିନିଜଣ ଅନ୍ୟ ବ୍ୟକ୍ତି ମଧ୍ୟ ଥିଲେ। ଯେତେବେଳେ ପୁଲିସ ଚନ୍ଦ୍ରକଳାଙ୍କୁ ପଚରାଉଚୁରା କଲା, ତାଙ୍କ ବୟାନ ବଦଳିବାକୁ ଲାଗିଲା। ଶେଷରେ ସେ ନିଜର ଅପରାଧ ସ୍ୱୀକାର କରିଥିଲେ ଏବଂ କହିଥିଲେ ଯେ ସେ ଯୋଗେଶଙ୍କ ସହ ମିଶି ତାଙ୍କ ସ୍ୱାମୀଙ୍କ ହତ୍ୟାର ଷଡ଼ଯନ୍ତ୍ର ରଚିଥିଲେ।

Advertisment

ପୋଲିସ ସୂଚନା ଦେଇ କହିଛି ଚନ୍ଦ୍ରକଳା ଓ ଲୋକେଶଙ୍କ ମଧ୍ୟରେ ସମ୍ପର୍କ ଭଲ ନଥିଲା। ଉଭୟଙ୍କ ମଧ୍ୟରେ ସନ୍ଦେହ ଓ ଝଗଡ଼ା ଲାଗି ରହୁଥିଲା। ଚନ୍ଦ୍ରକଲା ବେଙ୍ଗାଳୁରୁରେ ତାଙ୍କ ପିଲାମାନଙ୍କ ସହ ରହୁଥିଲେ ଏବଂ କେବଳ ପଞ୍ଚାୟତ ବୈଠକ ପାଇଁ ଏମକେ ଡୋଡ୍ଡିକୁ ଯାଉଥିଲେ। ଚନ୍ଦ୍ରକଲା ତାଙ୍କ ଅସୁବିଧା ଯୋଗେଶଙ୍କୁ କହିଥିଲେ। ଉଭୟେ ମିଶି ଲୋକେଶଙ୍କୁ ରାସ୍ତାରୁ ହଟାଇବା ପାଇଁ ଯୋଜନା କରିଥିଲେ।

ଯୋଗେଶ ତାଙ୍କ ସ୍କୁଲ ବନ୍ଧୁ ସନ୍ତୋଷଙ୍କୁ ସୁପାରୀ ଦେଇଥିଲେ ଏବଂ ୫ ଲକ୍ଷ ଟଙ୍କାରେ ହତ୍ୟାର ଡିଲ ହୋଇଥିଲା। ୨୩ ଜୁନ ରାତିରେ ଯେତେବେଳେ ଲୋକେଶ ବେଙ୍ଗାଲୁରୁରୁ ଫେରୁଥିଲେ, ଯୋଗେଶ ତାଙ୍କ ପ୍ରତ୍ୟେକ ଗତିବିଧିର ସୂଚନା ସନ୍ତୋଷଙ୍କୁ ଦେଉଥିଲେ।

ଅଭିଯୋଗ ଅନୁସାରେ, ସନ୍ତୋଷ ଓ ତାଙ୍କ ସାଙ୍ଗମାନେ କନଓ୍ୱା ରୋଡ ନିକଟରେ ଲୋକେଶଙ୍କୁ ଅଟକାଇ ଜୋର ଜବରଦସ୍ତ ବିଷ ପିଆଇ ତାଙ୍କୁ ହତ୍ୟା କରିଥିଲେ। ପରେ ଆତ୍ମହତ୍ୟା ଦେଖାଇବା ପାଇଁ କାରରେ ବୋତଲ ରଖି ଅଭିଯୁକ୍ତମାନେ ଫେରାର ହୋଇଯାଇଥିଲେ । ଚପଲ ଏବଂ ବୋତଲର ଠିପି ନମିଳିବା ଯୋଗୁଁ ପୋଲିସ ଏହି ହତ୍ୟାକାଣ୍ଡକୁ ସମାଧାନ କରି ଅଭିଯୁକ୍ତମାନଙ୍କୁ ଗିରଫ କରିଛି।

Murder Bengaluru
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ