Crime
ଏମିତି ବି ଥାନ୍ତି ସ୍ୱାମୀ । ପତ୍ନୀଙ୍କ ସହ ଝଗଡ଼ା ହେଲା ବୋଲି ତାଙ୍କ ଆଙ୍ଗୁଠିକୁ ଚୋବାଇ ଦେଲେ । ଖାଲି ସେତିକି ନୁହେଁ ପତ୍ନୀଙ୍କୁ କାମୁଡ଼ିବା ସହ ତାଙ୍କ ଆଙ୍ଗୁଠି ଚୋବାଇବାରୁ ଏନେଇ ଥାନାରେ ଏକ ମାମଲା ମଧ୍ୟ ରୁଜୁ ହୋଇଛି । ଏହି ଘଟଣା ବେଙ୍ଗାଲୁରୁ ସହରରେ ଘଟିଛି । ଅଭିଯୁକ୍ତର ନାଁ ବିଜୟ କୁମାର ବୋଲି ପୋଲିସ ସୂଚନା ଦେଇଛି । ପତ୍ନୀଙ୍କୁ ଜୀବନରୁ ମାରିଦେବାକୁ ଧମକ ମଧ୍ୟ ଦେଇଛି ସ୍ୱାମୀ !
ବିଜୟ ଏବଂ ପୁଷ୍ପାଙ୍କ ବିବାହକୁ ୨୩ ବର୍ଷ ପୁରିଲାଣି । ହେଲେ ପ୍ରତ୍ୟେକ ଦିନ ଘରେ ଝଗଡ଼ା ମାର୍ପିଟ୍ ଯୋଗୁଁ ଉଭୟ ଦୀର୍ଘ ଦିନ ହେବ ଅଲଗା ରହି ଆସୁଛନ୍ତି । ବିଜୟ ନିଜ ପୁଅକୁ ଧରି ଅନ୍ୟ ଏକ ଘରେ ରହୁଛନ୍ତି ।
ଏହି ଘଟଣା ସେତେବେଳେ ସାମ୍ନାକୁ ଆସିଲା ଯେତେବେଳେ ପୁଷ୍ପା ଥାନାରେ ସ୍ୱାମୀଙ୍କ ନାଁରେ ଅଭିଯୋଗ ଦାଖଲ କଲେ । ପୁଷ୍ପାଙ୍କ ଅଭିଯୋଗ ଅନୁସାରେ ୨୮ ଜୁଲାଇ ସନ୍ଧ୍ୟା ପ୍ରାୟ ୪ଟା ସମୟରେ ବିଜୟ କୁମାର ତାଙ୍କ ଭଡ଼ା ଘରକୁ ଆସିଥିଲେ । ସେଠାରେ ତାଙ୍କ ସହ ଯୁକ୍ତି ତର୍କ ଆରମ୍ଭ କରିଥିଲେ । ଯୁକ୍ତିତର୍କ ଭିତରେ ଅତ୍ୟଧିକ ରାଗିଯାଇ ପୁଷ୍ପାଙ୍କ ଆଙ୍ଗୁଠିକୁ କାମୁଡ଼ି ଦେଇଥିଲେ ବିଜୟ । ଏମିତିକି ତାକୁ ଚୋବାଇ ଛିଣ୍ଡେଇ ଦେବାକୁ ଚେଷ୍ଟା କରିଥିଲେ । ଅଭିଯୋଗ ଆଧାରରେ ପୋଲିସ ବିଜୟଙ୍କୁ ଗିରଫ କରିଥିଲା । ପରେ କୋର୍ଟ ତାଙ୍କୁ ବେଲ୍ ଅନୁମତି ଦେଇଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/Crime_1691067573.jpg)