• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଛାତ୍ରୀଙ୍କ ବାଥ୍‌ରୁମ୍‌ ଭିଡିଓ କରୁଥିଲେ ସୁଟ୍‌ । ପୋଲିସ ହାତରେ ଧରାପଡ଼ି ଏବେ ଜେଲ୍‌ରେ ଛାତ୍ର । ଏଭଳି ଏକ ଲଜ୍ଜାଜନକ ଘଟଣା ଘଟିଛି ବେଙ୍ଗାଲୁରୁ ସହରରେ । କଲେଜର ଜଣେ ସିନିୟର ଛାତ୍ର ଏଭଳି କାଣ୍ଡ ଭିଆଇ ଏବେ ପୋଲିସ ହାତରେ ଧରାପଡ଼ିଛି । ପୋଲିସ ତାର ମୋବାଇଲ ଜବତ କରିଛି । ଉକ୍ତ ମୋବାଇଲରେ ଶହେରୁ ଅଧିକ ଅଶ୍ଲିଳ ଭିଡିଓ ରହିଥିବା ପୋଲିସ ତଦନ୍ତରୁ ଜଣାପଡ଼ିଛି ।

ଅଧିକ ପଢ଼ନ୍ତୁ: ୬୦ ଛାତ୍ରୀଙ୍କ ଗାଧୁଆ ଭିଡିଓ ଭାଇରାଲ୍‌, ବିଳମ୍ବିତ ରାତିରେ ହଙ୍ଗାମା...

ତେବେ ଉକ୍ତ ଛାତ୍ର ଜଣଙ୍କ ପର୍ଣ୍ଣ ଆଡିକ୍ଟ ଥିଲା ବୋଲି ପୋଲିସ ପକ୍ଷରୁ କୁହାଯାଇଛି । କଲେଜରେ ଥିବା ଝିଅଙ୍କ ବାଥ୍‌ରୁମ୍‌ରେ ଛୋଟ କ୍ୟାମେରା ଲଗାଇ ସେ ଭିଡିଓ ରେକର୍ଡ କରୁଥିଲା । ଏହି ଅଭିଯୋଗରେ ତାକୁ ପୋଲିସ ଗିରଫ କରିଛି । ତାର ପୁରା ନାଁ ଶୁଭମ୍‌ ଏମ୍‌ ଆଜାଦ୍‌ ବୋଲି ପୋଲିସ ସୂଚନା ଦେଇଛି । ଏହାସହ ପୋଲିସ ତାର ରୂମ୍‌ରେ ରେଡ୍‌ କରିବା ପରେ ତାର ଲାପ୍‌ଟପ୍‌ ମଧ୍ୟ ଜବତ କରିଛି । ଯେଉଁଥିରେ ସେ ଅନେକ ଅଶ୍ଲିଳ ଭିଡିଓ ରଖିଥିଲା ।

ତେବେ ପୋଲିସ ଆହୁରି ସୂଚନା ଦେଇଛି ଯେ, ଶୁଭମ ବାଥ୍‌ରୁମ୍‌ ପର୍ଣ୍ଣ ଭିଡିଓ ସହ ଆଡିକ୍ଟେଡ୍‌ ଥିଲା । ଅନେକ ଭିଡିଓ ଦେଖି ସାରି ବୋର ହେବା ପରେ ଯେତେବେଳେ କିଛି ନୂଆ ଭିଡିଓ ପାଇଲା ନାହିଁ, ସେତେବେଳେ ସେ ନିଜେ ସୁଟିଂ କରିବାକୁ ପ୍ଲାନ୍‌ କରିଥିଲା । ସେ କଲେଜ ବାଥ୍‌ରୁମ୍‌ରେ ଏକ ଡିଭାଇସ୍‌ ଇନ୍‌ଷ୍ଟଲ କରିଥିଲା । ଏମିତିକି ଗତ ନଭେମ୍ବର ୧୩ରେ କଲେଜ କର୍ତ୍ତୃପକ୍ଷଙ୍କ ହାତରେ ସେ ରେଡ୍‌ହାଣ୍ଡ ଧରା ମଧ୍ୟ ପଡ଼ିଥିଲା । ହେଲେ ସେତେବେଳେ ତାକୁ କେବଳ ୱାର୍ଣ୍ଣିଂ ଦେଇ ଛାଡ଼ିଦିଆଯାଇଥିଲା । କିନ୍ତୁ କଥାରେ ଅଛି ମଣିଷ ପ୍ରକୃତି ମଲେ ତୁଟେ ।

ୱାର୍ଣ୍ଣିଂର ମାତ୍ର କିଛି ଦିନ ପରେ, ଅର୍ଥାତ୍‌ ନଭେମ୍ବର ୧୯ରେ ସେ ପୁଣି ସେହି କାମ କରୁଥିବା ବେଳେ ଧରାପଡ଼ିଥିଲା । ଜଣେ ଛାତ୍ରୀ ତାଙ୍କୁ ଧରିଥିଲେ । ଏହାପରେ ଉକ୍ତ ଘରୋଇ କଲେଜ କର୍ତ୍ତୃପକ୍ଷ ସ୍ଥାନୀୟ ପୋଲିସକୁ ଖବର ଦେଇଥିଲେ । ଖବର ପାଇ ପୋଲିସ କଲେଜରେ ପହଞ୍ଚି ଶୁଭମକୁ ଗିରଫ କରିଛି । ଏହି ଘଟଣାରେ ଅଧିକ ତଦନ୍ତ ଜାରି ରଖିଥିବା ପୋଲିସ କହିଛି ।