Advertisment

ଗୁଳି ଫୁଟାଇ ମାରିଦେଲେ, ୨୦ ଲକ୍ଷ ଲୁଟିନେଲେ

ଜଣେ ବ୍ୟବସାୟୀ ଘଟଣାସ୍ଥଳରେ ଟଳି ପଡିଥିଲେ।

ଅଦ୍ୟତନ ହୋଇଛି
1 dead in firing

1 dead in firing

Advertisment

ଗୁଳି ଫୁଟାଇ ବ୍ୟବସାୟୀଙ୍କଠାରୁ ୨୦ ଲକ୍ଷ ଲୁଟିନେଲେ। ଗୁଳିମାଡ଼ରେ ଜଣଙ୍କର ମୃତ୍ୟୁ ହୋଇଛି। ମୟୂରଭଂଜ ଜିଲ୍ଲା ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ହାଟବାଦଡା ସାପ୍ତାହିକ ଗୋରୁହାଟରେ ଏହି ଗୁଳିକାଣ୍ଡ ଘଟିଛି। ଆଜି ସକାଳୁ ସକାଳୁ ପଶ୍ଚିମବଙ୍ଗରୁ ୬ ଜଣ ବ୍ୟବସାୟୀ ଗୋରୁହାଟକୁ ଆସିଥିଲେ ତେବେ ସେମାନଙ୍କ ଭିତରେ 
ଜଣଙ୍କୁ ଗୁଳି କରିଥିଲେ ୪ ଜଣ ଦୁର୍ବୃତ୍ତ।

Advertisment

୩ ରାଉଣ୍ଡ ଗୁଳି ମାଡ଼ କରିଥିଲେ। ଏଥିରେ ଜଣେ ବ୍ୟବସାୟୀ ଘଟଣାସ୍ଥଳରେ ଟଳି ପଡିଥିଲେ। ମୃତକ ହେଲେ ପଶ୍ଚିମବଙ୍ଗ ଝାଡ଼ଗ୍ରାମ ଅଞ୍ଚଳର ଶେଖ୍ ଜାମସେଦ୍ ଅଲ୍ଲୀ। ସେହି ସମୟରେ ୨୦ ଲକ୍ଷ ଟଙ୍କା ଲୁଟି ଚମ୍ପଟ ମାରିଥିଲେ ଦୁର୍ବୃତ୍ତ। ଘଟଣାସ୍ଥଳରେ ଗ୍ରାମାଞ୍ଚଳ ଥାନା ପୋଲିସ ଏବଂ ରାଇରଙ୍ଗପୁର ଏସ୍‌ଡିପିଓ ଛାନଭିନ୍ ଚଳାଇଛନ୍ତି।  

Crime Firing
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ