Advertisment

ମହଙ୍ଗା ପଡ଼ିଲା ଜବତ ବାଣ ଓ ମଦ ଚାଲାଣ; ବଦଳିଲେ ବେଗୁନିଆ IIC ବିଶ୍ୱଜିତ ରାଉତରାୟ

ମଦ ବିରୋଧୀ ଅପରେସନକୁ ନେଇ ଖୋର୍ଦ୍ଧା ବେଗୁନିଆ ପୋଲିସର ଡବଲ୍ ରୋଲ୍ ଦେଖିବାକୁ ମିଳିଥିଲା । ଗୋଟିଏ ଗୋଷ୍ଠୀ ରେଡ୍ କରି ବାଣ ସହ ମଦ ଜବତ କରୁଥିବାବେଳେ ଆଉ ଏକ ଗୋଷ୍ଠୀ ସେହି ସାମଗ୍ରୀକୁ ଚୋରାଚାଲାଣ କରୁଥିଲା ।

 Begunia Police Station

Begunia Police Station

Advertisment

ବଦଳିଲେ ବେଗୁନିଆ ଥାନା IIC ।ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ଥାନା IIC ବିଶ୍ୱଜିତ ରାଉତରାୟଙ୍କୁ ବଦଳି କରାଯାଇଛି । IICଙ୍କୁ ଜିଲ୍ଲା ମୁଖ୍ୟାଳୟକୁ ବଦଳି କରିଛନ୍ତି ଖୋର୍ଦ୍ଧା ଏସ୍.ପି । ଥାନାରେ ଥିବା ଜବତ ବାଣ ଓ ମଦ ଚାଲାଣ ଘଟଣାରେ ବିବାଦୀୟ ଥିଲେ IIC ।ତେବେ IICଙ୍କ ସହ ଅନ୍ୟ କିଛି ପୋଲିସ କର୍ମଚାରୀଙ୍କୁ ମଧ୍ୟ ଅଦଳବଦଳ କରାଯାଇଥିବା ସୂଚନା ମିଳିଛି ।

Advertisment

ମଦ ବିରୋଧୀ ଅପରେସନକୁ ନେଇ ଖୋର୍ଦ୍ଧା ବେଗୁନିଆ ପୋଲିସର ଡବଲ୍ ରୋଲ୍ ଦେଖିବାକୁ ମିଳିଥିଲା । ଗୋଟିଏ ଗୋଷ୍ଠୀ ରେଡ୍ କରି ବାଣ ସହ ମଦ ଜବତ କରୁଥିବାବେଳେ ଆଉ ଏକ ଗୋଷ୍ଠୀ ସେହି ସାମଗ୍ରୀକୁ ଚୋରାଚାଲାଣ କରୁଥିଲା ।ଏପରି ଚିତ୍ର ସାମ୍ନାକୁ ଆସିବା ପରେ ଖୋଲିଥିଲା ଖାକି ବାବୁଙ୍କ ପୋଲ୍ ।

ପୋଲିସର ଏଭଳି ଦୋ ମୁହାଁ ନୀତି ଧରାପଡ଼ିବା ପରେ ଜନତା ଖଡଗହସ୍ତ ହୋଇଥିବାବେଳେ କାନ୍ଦୁଣୁ ମାନ୍ଦୁଣୁ ପୋଲିସ । ଗୋଡ଼ହାତ ଧରି ନେହୁରା ହୋଇଥିଲେ ।ଯାହାର ଭିଡ଼ିଓ ସାମ୍ନାକୁ ଆସିବା ପରେ ପୋଲିସର ଦାୟିତ୍ୱପଣିଆକୁ ନେଇ ପ୍ରଶ୍ନ ଉଠିଥିଲା ।ପରେ ଏହି ଘଟଣାର ତଦନ୍ତ କରି ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ଥାନା IIC ବିଶ୍ୱଜିତ ରାଉତରାୟଙ୍କୁ ବଦଳି କରାଯାଇଛି । IICଙ୍କୁ ଜିଲ୍ଲା ମୁଖ୍ୟାଳୟକୁ ବଦଳି କରିଛନ୍ତି ଖୋର୍ଦ୍ଧା ଏସ୍.ପି ।

Advertisment
Iic
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ