ସାବଧାନ ! ରାଜଧାନୀରେ ମାତିଛନ୍ତି ଚେନ ଲୁଟେରା, ଦେଖନ୍ତୁ ଭିଡିଓ...

ବାଣୀବିହାର ପରେ ଲକ୍ଷ୍ମୀସାଗରରେ ସମାନ ଢଙ୍ଗରେ ଲୁଟ୍  । ବାଇକରେ ଆସି ଝାମ୍ପି ନେଉଛନ୍ତି ସୁନା ଚେନ ।

Chain Snatcher, Viral Video

ରାଜଧାନୀରେ ପୁଣି ମାତିଲେ ଲୁଟେରା। ବାଇକରେ ଆସି ଆଖି ପିଛୁଳାକେ ଝାମ୍ପି ନେଲେ ସୁନା ଅଳଙ୍କାର। ଲୁଟ ବେଳର ପୁରା ଘଟଣା ସିସିଟିଭିରେ କଏଦ ହୋଇଛି । ବାଇକରେ ଆସି ମହିଳାଙ୍କ ବେକରୁ ଲୁଟେରା ଝାମ୍ପି ନେଲେ ସୁନା ଚେନ । ଏହା ଗୋଟିଏ ଘଟଣା ନୁହେଁ ଗତ ୨ ଦିନରେ ଦୁଇଟି ଘଟଣା ସାମ୍ନାକୁ ଆସିଲାଣି । ଗୋଟିଏ ଘଟଣା ବାଣୀବିହାର ଛକରେ ଘଟିଥିବା ବେଳେ ଅନ୍ୟ ଏକ ଘଟଣା ଲକ୍ଷ୍ମୀସାଗର ଅଞ୍ଚଳରେ ଘଟିଛି ।

ବାଣୀବିହାର ଛକରେ ମହିଳା ଜଣକ ସାମଗ୍ରୀ ଧରି ଚାଲି ଚାଲି ଯାଉଥିବା ବେଳେ ଲୁଟେରାଙ୍କ ଶିକାର ହେଉଛନ୍ତି । ସମାନ ଷ୍ଟାଇଲରେ ଲକ୍ଷ୍ମୀସାଗର ଅଞ୍ଚଳରେ ହୋଇଥିଲା ଲୁଟ । ଏଠି ବି ଲୋକ ଗହଳିରେ ମହିଳାଙ୍କ ବେକରୁ ସୁନା ଚେନ ଝାମ୍ପି ନେଇଛନ୍ତି ଲୁଟେରା । ଉଭୟ ଘଟଣା ନେଇ ଥାନାରେ ଲିଖିତ ଅଭିଯୋଗ ପରେ ପୋଲିସ ଖୋଳତାଡ଼ ଆରମ୍ଭ କରିଛି ।