Advertisment

ସାବଧାନ ! ପୁଣି ମାତିଲେଣି ଚିଟ୍‌ଫଣ୍ଡ ଲୁଟେରା, ଅନ୍‌ଲାଇନ୍‌ରେ ଟାସ୍କ ଦେଇ ଲୁଟୁଛନ୍ତି

ପୁଣି ମାତିଲେଣି ଚିଟ୍‌ଫଣ୍ଡ ଲୁଟେରା । ହେଲେ ଏବେ ଆଫ୍‌ଲାଇନ୍‌ ନୁହେଁ ଆନ୍ଲାଇନ୍‌ରେ । ସାରା ଦେଶ ଏବେ ଡିଜିଟାଲ ଇଣ୍ଡିଆ ଆଡ଼କୁ ଗତି କରୁଥିବା ବେଳେ ଚିଟ୍‌ଫଣ୍ଡ ଠକ ବି ନେଇଛନ୍ତି ଅନ୍‌ଲାଇନ୍‌ର ସାହାରା ।

ଅଦ୍ୟତନ ହୋଇଛି
Chitfund Loot

Chitfund Loot

Advertisment

ମୟୁରଭଞ୍ଜ: ପୁଣି ମାତିଲେଣି ଚିଟ୍‌ଫଣ୍ଡ ଲୁଟେରା । ହେଲେ ଏବେ ଆଫ୍‌ଲାଇନ୍‌ ନୁହେଁ ଆନ୍ଲାଇନ୍‌ରେ । ସାରା ଦେଶ ଏବେ ଡିଜିଟାଲ ଇଣ୍ଡିଆ ଆଡ଼କୁ ଗତି କରୁଥିବା ବେଳେ ଚିଟ୍‌ଫଣ୍ଡ ଠକ ବି ନେଇଛନ୍ତି ଅନ୍‌ଲାଇନ୍‌ର ସାହାରା । ଆନ୍‌ଲାଇନ୍‌ରେ ନା ଏଜେଣ୍ଟର ଝିନ୍‌ଝଟ୍‌ ଅଛି ନା ଲୋକଙ୍କୁ ଖୁସାମତ କରିବାକୁ ପଡ଼ୁଛି । ବାସ୍ ଗୋଟିଏ ଆଡ୍‌ଭୋଟାଇଜ୍‌ ଦେଲେ ଆଉ ଲୋକଙ୍କ ଭଲ ଲାଗିଲେ, ବେପାର ଚାଲିଲା ।

Advertisment

ଠିକ୍ ଏମିତି ଏକ ଠକ ସଂସ୍ଥା ଏବେ ଓଡ଼ିଶାରେ ସକ୍ରିୟ ହୋଇଛି । ଲୋକଙ୍କୁ ପ୍ରଥମେ ଅନ୍‌ଲାଇନ୍‌ରେ ଲୋ-ଇନ୍‌ଭେଷ୍ଟ କରିବାର ଲୋଭ ଦେଖାଉଛି, ଆଉ ଭଲ ପ୍ରଫିଟ୍‌ ବି ଦେଉଛି । ତାପରେ, ଯେତେବେଳେ ଲୋକଙ୍କ ଲୋଭ ବଢ଼ୁଛି ଆଉ ଅଧିକରୁ ଅଧିକ ଟଙ୍କା ଜମା କରୁଛନ୍ତି ସେତେବେଳେ ଇଣ୍ଟରନେଟ୍‌ରୁ ୱବ୍‌ସାଇଟ୍‌ ଉଭାନ୍‌ ହୋଇଯାଉଛି ।

Advertisment

ଏଭଳି ଘଟଣା ସାମ୍ନାକୁ ଆସିଛି ମୟୁରଭଞ୍ଜ ଜିଲ୍ଲା କରଞ୍ଜିଆରୁ । ୱେବ୍‌ସାଇଟ୍‌ରେ ଲୋକଙ୍କୁ ଲୋଭନୀୟ ସ୍କିମ୍‌ ଦେଖାଇ କୋଟି କୋଟି ଟଙ୍କା ଚଳୁ କରିଛି ଏକ ଠକ ସଂସ୍ଥା । ପ୍ରଥମେ ଲୋକେ ୩୦୦୦, ୬୦୦୦, ୧୫୦୦୦ ଏବଂ ୪୦୦୦୦ ଟଙ୍କା ଜମା କଲେ । ତାଙ୍କୁ ମାସ ଶେଷରେ ମୋଟା ଅଙ୍କର ସୁଧ ବି ମିଳୁଥିଲା । ଏଥିରେ କରଞ୍ଜିଆ ଅଞ୍ଚଳର କିଛି ଲୋକେ ପ୍ରଭାବିତ ହୋଇ ଅଧିକରୁ ଅଧିକ ଟଙ୍କା ଜମା କରିବାକୁ ଲାଗିଲେ । ଏମିତିକି ଲକ୍ଷ ଲକ୍ଷ ଟଙ୍କା ଏଥିରେ କରିବାକୁ ପଛାଇଲେ ନାହିଁ । କିଛି ଦିନ ପର୍ଯ୍ୟନ୍ତ ଭଲ ସୁଧ ବି ପାଇଲେ । ଘରେ ବସି ଭଲ ଦି ପଇସା ରୋଜଗାର ହେଉଥିବାରୁ ଲୋଭ ବି ବଢ଼ିବାକୁ ଲାଗିଲା ।

ତେବେ ଠକାମୀର ଶିକାର ହୋଇଥିବା ସେମିତି ଜଣେ ବ୍ୟକ୍ତି ହେଉଛନ୍ତି ପ୍ରେମ ପାଲ । ସେ ଜଣେ ଭଲ ବ୍ୟବସାୟୀ । ପ୍ରଥମେ ତାଙ୍କୁ ଏହି କମ୍ପାନୀ ପକ୍ଷରୁ ଲୋଭନୀୟ ସ୍କିମ୍‌ ଦିଆଯାଇଥିଲା । ସେଥିରେ ସେ ପ୍ରଭାବିତ ହୋଇ କିଛି ଟଙ୍କା ଜମା କରିଥିଲେ । କିଛି ଦିନ ସୁଧ ପାଇବା ପରେ ତାଙ୍କ ପତ୍ନୀଙ୍କ ନାଁରେ ମଧ୍ୟ ଟଙ୍କା ଜମା କଲେ । ହେଲେ ଗତ ୧୪ ତାରିଖରୁ ଆଉ ୱେବସାଇଟ ଖଲୁନାହିଁ । କିମ୍ବା ମୋବାଇଲ୍‌ ଜରିଆରେ ତାଙ୍କୁ କୌଣସି ଟାସ୍କ ଆସୁ ନାହିଁ । ପୂର୍ବରୁ ପ୍ରତେକ ଦିନ କିଛି ଟାସ୍କ ଆସେ । ଆଉ ସେଥିରେ ଲାଇକ, ସେୟାର କଲେ ତାଙ୍କ ୱାଲେଟକୁ ଟଙ୍କା ମଧ୍ୟ କ୍ରେଡିଟ୍‌ ହୁଏ । ପ୍ରତେକ ଦିନ ଟଙ୍କା ଆସୁଥିଲା, ଆଉ ଏହି ଟଙ୍କା ବ୍ୟାଙ୍କ ଆକାଉଣ୍ଟକୁ ଟ୍ରାନ୍ସଫର କରିହେଉଥିଲା । ଏଭଳି କିଛି ଦିନ ପର୍ଯ୍ୟନ୍ତ ବେଶ କିଛି ରୋଜଗାର କରିଥିଲେ ପ୍ରେମ୍‌ ପାଲ୍‌ ।

Advertisment
Prem Chand PalPrem Chand Pal

କେବଳ ପ୍ରେମ୍‌ ପାଲ୍‌ ନୁହଁନ୍ତି ଏପରି ଲୋଭନୀୟ ସ୍କିମରେ ବସବର୍ତ୍ତୀ ହୋଇ କରଞ୍ଜିଆର ଅନେକ ଲୋକ ୱେବସାଇଟରେ ଅନଲାଇନ ମାଧ୍ୟମରେ ନିଜର ID ଖୋଲିଥିଲେ । ଆଉ ସେମାନେ ଏବେ ଠକାମୀର ଶିକାର ହଇଛନ୍ତି । କାରଣ ଏବେ ୱେବ୍‌ସାଇଟ୍‌ ଖୋଲୁନି କି ଟଙ୍କା ଫେରସ୍ତ ଆସୁନି । ଏହି ଘଟଣାନେଇ କ୍ରାଇମବ୍ରାଞ୍ଚର ଦୃଷ୍ଟି ଆକର୍ଷଣ କରିଛନ୍ତି କ୍ଷତିଗ୍ରସ୍ତ ।

ତେବେ ଏଠି ଆମେ କହି ରଖୁଛୁ ଯେ, ବର୍ତ୍ତମାନ ସମୟରେ ଅନ୍‌ଲାଇନ୍‌ ପେମେଣ୍ଟର ବହୁଳ ବ୍ୟବହାର ହେଉଛି । ବିଶେଷ କରି ଅନ୍‌ଲାଇନ୍‌ରେ ସପିଂ ଅଧିକ ମାତ୍ରାରେ ହେଉଛି । ତେଣୁ ସାଇବର ଠକ ଏବେ ବେଶି ସକ୍ରିୟ ହୋଇଛନ୍ତି । ଆଉ ଏହାରି ଭିତରେ ସାଇବର ଠକଙ୍କ ନୂଆ ଫଣ୍ଡା ହେଲା ‘ଆପ୍‌ ଇନ୍‌ଷ୍ଟଲ କରନ୍ତୁ ଆଉ ଟାସ୍କ ପୁରଣ କରି ଘରେ ବସି ମାଲାମାଲ ହୁଅନ୍ତୁ ।’ ତେବେ ଏଭଳି କିଛି ଆପ୍‌ଠାରୁ ଦୁରେଇ ରହିବା ଭଲ ବୋଲି ସାଇବର ଏକ୍ସପର୍ଟମାନେ ମତ ରଖିଛନ୍ତି । କାରଣ ଅନାମ ଧେୟ ଆପ୍‌ ଦ୍ୱାରା ଆପଣ ଠକାମୀର ଶିକାର ହୋଇପାରନ୍ତି ।

Tahasildar OfficeTahasildar Office

ତେବେ କିଛି ବର୍ଷ ପୂର୍ବରୁ ଓଡ଼ିଶାକୁ ଚିଟ୍‌ଫଣ୍ଡ ହବ୍‌ କୁହାଯାଉଥିଲା । ଲୋକଙ୍କୁ ଅଧିକ ସୁଧ ଲୋଭ ଦେଖାଇ କୋଟି କୋଟି ଟଙ୍କା ଠକି ନେଇଛନ୍ତି ଚିଟ୍‌ଫଣ୍ଡ କମ୍ପାନୀମାନେ । ଅନେକ ଗରିବ ଓ ମଧ୍ୟବିତ୍ତ ଶ୍ରେଣୀର ଲୋକ ନିଜ ଜୀବନର ସମସ୍ତ ଜମା ପୁଞ୍ଜି ଏଭଳି ଚିଟ୍‌ଫଣ୍ଡ କମ୍ପାନୀରେ ଜମା କରି ସର୍ବସ୍ୱାନ୍ତ ହୋଇଛନ୍ତି । ସେମାନଙ୍କ ଆଖିରୁ ଆଜି ବି ଲୁହ ସୁଖିନି । କିଏ ଜମି ବିକି ଟଙ୍କା ରଖିଥିଲା ତ, ଆଉ କିଏ ରିଟାର୍ଡମେଣ୍ଟ ପରେ ମିଳିଥିବା ସମସ୍ତ ମ୍ୟାଚୁରିଟି ଟଙ୍କାକୁ ଝିଅ ବାହାଘର ପାଇଁ ଜମା କରିଥିଲା । ହେଲେ ରାତା ରାତି କମ୍ପାନୀ ଗୁଡ଼ିକ ଉଭାନ୍‌ ହୋଇଗଲା । ତେଣୁ ଯେଉଁମାନେ ବି ଏଭଳି କିଛି କମ୍ପାନୀରେ ଟଙ୍କା ଜମା କରୁଛନ୍ତି, ସେମାନେ ଭଲ ଭାବେ ବୁଝିସୁଝି ଟଙ୍କା ଜମା କରନ୍ତୁ । କମ୍ପାନୀ ପ୍ରତି ସନ୍ଦେହ ହେଲେ ଟଙ୍କା ଜମା କରିବା ର୍ପୂବରୁ ତୁରନ୍ତ ପୋଲିସକୁ ଜଣାନ୍ତୁ ।

Cyber Crime Chit-fund Lootera
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ