Advertisment

ମାତିଛନ୍ତି ବାଟୁଳି ଗ୍ୟାଙ୍ଗ। କାଚ୍ ଭାଙ୍ଗି କରୁଛନ୍ତି ଲୁଟ୍। Smashing Glass, Looting ornament

ରାସ୍ତାକଡ଼ କାର୍ କୁ ଟାଗେର୍ଟ କରୁଛନ୍ତି ଆଉ ଲୁଟ୍‌

ଅଦ୍ୟତନ ହୋଇଛି
car loot

car loot

Advertisment

ରାସ୍ତାକଡ଼ରେ କାର୍ ରଖୁଛନ୍ତି କି? ତାହେଲେ ହେଇଯାଆନ୍ତୁ ସାବଧାନ। କାରଣ ଏବେ ଏମିତି କିଛି ଚୋର ବୁଲୁଛନ୍ତି ଯେଉଁମାନେ ରାସ୍ତାକଡ଼ରେ ଥିବା କାର୍ କୁ ଟାଗେର୍ଟ କରୁଛନ୍ତି ଆଉ ଲୁଟି ନେଉଛନ୍ତି ଆପଣଙ୍କ ବହୁମୂଲ୍ୟ ଟଙ୍କା ସୁନା। ଭଲ ଭାବେ ଦେଖନ୍ତୁ ଏ ଦୃଶ୍ୟକୁ। କେମିତି କାର୍ ର କାଚକୁ ବାଟୁଳିରେ ଭାଙ୍ଗି ଲୁଟି ନେଉଛନ୍ତି।
ଗତକାଲି ଖାରବେଳ ନଗର ଅଞ୍ଚଳରେ ଗଣେଶପୂଜା ଦେଖିବାକୁ ଆସିଥିବା ବେଳେ ଦମ୍ପତିଙ୍କ କାର କାଚ ଭାଙ୍ଗି ଗାଡି ଭିତରେ ଥିବା ଲାପଟପ, ସୁନାଗହଣା ଓ ଟଙ୍କା ଲୁଟ ହୋଇଥିବା ଅଭିଯୋଗ ହୋଇଛି। ଏନେଇ ଅଭିଯୋଗ ପରେ ପୋଲିସ ତଦନ୍ତ ଆରମ୍ଭ କରିଛି ।
ଏବେ ଆରମ୍ଭ ହୋଇଛି ପାର୍ବଣ ଋତୁ। ଅନେକ ସମୟରେ ରାସ୍ତାରେ କାର୍ ଓ ବାଇକ୍ ରଖି ଲୋକେ ଯାଆସ କରୁଛନ୍ତି। ଏସବୁ ଭିତରେ ଯଦି ଏମିତି ଲୁଟ୍ ହୁଏ ତାହେଲେ ଏକ ବଡ଼ ବିପଦ ସାମ୍ନାକୁ ଆଣିବ।

Advertisment
Bhubaneswar Odisha Odisha Police Otv
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ