Advertisment

ରାଜଧାନୀର ବାରରେ ଉଡୁଛି ଅବକାରୀ ନିୟମର ଧଜ୍ଜିଆ, ଡ୍ୟାନ୍ସ ଫ୍ଲୋରରୁ ଓହ୍ଲାଇବା ପରେ ଦେହ ବ୍ୟବସାୟ ପାଇଁ ଡିଲ୍

ବାରରେ କେମିତି ହୁଏ ଦେହ ପାଇଁ ଡିଲ୍ ? ବାରର ରଙ୍ଗୀନ ରାତିରେ କେମିତି ଚାଲେ ନିଷିଦ୍ଧ ବେପାର ? ରାଜଧାନୀର ଜଣେ ବାର୍ ଗାର୍ଲଙ୍କ ମୁହଁରୁ ଏତେ ସମୟ ଧରି ଶୁଣୁଥିଲେ ଚାଞ୍ଚଲ୍ୟକର ବୟାନ। ଆଉ ଏବେ ଆମେ ଦେଖାଉଛୁ, ସେହି ଦେହ ସୌଦାର କଳା କାହାଣୀ।

undefined

Illigal Works In Bar

Advertisment

ଲାଭ ଆଉ ଲୋଭ ମଝିରେ ରାଜଧାନୀର ବାର୍ ଗୁଡ଼ିକରେ ଅବକାରୀ ନିୟମର ଧଜ୍ଜିଆ ଉଡୁଛି । ବାରର ଅନ୍ଧାର ଗଳିରେ ଉଡୁଥିବା ଟଙ୍କାର ଖେଳ ଭିତରେ ଚାଲୁଛି ଦେହର ସୌଦା । ରଙ୍ଗବେରଙ୍ଗ ଆଲୁଅର ଲୁଚକାଳି ଖେଳ ଭିତରେ ନୃତ୍ୟରତ ବାର୍ ଗାର୍ଲଙ୍କ ସହ ଖୁଲମଖୁଲ୍ଲା ଡିଲ୍ ହେଉଥିବାବେଳେ ସେହି ରଙ୍ଗୀନ ରାତିର ଗରାଖ ସାଜୁଛନ୍ତି ଯୁବଠୁ ବୟସ୍କ। କିଛିଦିନ ତଳେ ଏଭଳି କାରନାମା ବିରୋଧରେ ଥାନାରେ ୨ ବାର୍ ଗାର୍ଲ ଏତଲା ବି ଦେଇଥିଲେ। ଆଉ ଏବେ ଓଟିଭି ହାତରେ ଲାଗିଛି, ଦେହ ବ୍ୟବସାୟ ପାଇଁ ଡିଲ୍ ବେଳର EXCLUSIVE ଚିତ୍ର ।

Advertisment

ବାରରେ କେମିତି ହୁଏ ଦେହ ପାଇଁ ଡିଲ୍ ? ବାରର ରଙ୍ଗୀନ ରାତିରେ କେମିତି ଚାଲେ ନିଷିଦ୍ଧ ବେପାର ? ରାଜଧାନୀର ଜଣେ ବାର୍ ଗାର୍ଲଙ୍କ ମୁହଁରୁ ଏତେ ସମୟ ଧରି ଶୁଣୁଥିଲେ ଚାଞ୍ଚଲ୍ୟକର ବୟାନ। ଆଉ ଏବେ ଆମେ ଦେଖାଉଛୁ, ସେହି ଦେହ ସୌଦାର କଳା କାହାଣୀ। ସୁରା ପାନର ଆସର ଭିତରେ ଡ୍ୟାନ୍ସ ଫ୍ଲୋରରେ କେମିତି ଚାଲେ ଟଙ୍କା ବିନିମୟରେ ନିଷିଦ୍ଧ ଖେଳ । କ୍ୟାପିଟାଲ ଥାନା ଅନ୍ତର୍ଗତ ଅଶୋକନଗର ଅଞ୍ଚଳର ନିର୍ଦ୍ଦିଷ୍ଟ ଏକ ବାରର ଦୃଶ୍ୟ ଇୟେ। ଏଭଳି କୁତ୍ସିତ କାର୍ଯ୍ୟ କରାଯାଉଥିବା ଅଭିଯୋଗ ଆଣି କ୍ୟାପିଟାଲ୍ ଥାନାର ଦ୍ୱାରସ୍ଥ ହୋଇଥିଲେ ଏହି ବାରରେ କାର୍ଯ୍ୟ କରିଥିବା ୨ ବାର୍ ଗାର୍ଲ। ଆଉ ଉଦାହରଣ ସ୍ୱରୂପ ଏବେ ସାମ୍ନାକୁ ଆସିଛି ଦେହ ପାଇଁ ଡିଲ୍ ବେଳର ଚିତ୍ର ।

ରାଜଧାନୀର ବାର ଗୁଡ଼ିକରେ ଏଭଳି ରଙ୍ଗୀନ ରାତିର କାହାଣୀ ଗୋଟିଏ କି ଯୋଡ଼ିଏ ନୁହେଁ। ଏକାଧିକ ସ୍ଥାନରେ ଚାଲିଛି ନିଷିଦ୍ଧ କାରବାର। ଧରାପଡ଼ିଲେ ଦୋଷୀ, ଖସିଗଲେ ନିର୍ଦ୍ଦୋଶ। ଓଡ଼ିଶା ଅବକାରୀ ନିୟମ-୨୦୧୭, ଅଧିନିୟମ-୪୪ କହୁଛି, ବାର୍ ଗୁଡ଼ିକରେ କେବଳ ମନୋରଂଜନ ଉଦ୍ଦେଶ୍ୟରେ ସଂଗୀତ ପରିବେଷଣ କାର୍ଯ୍ୟକ୍ରମରେ ଯୁବତୀଙ୍କୁ ସାମିଲ କରାଯାଇପାରିବ। କିନ୍ତୁ ତାଙ୍କ ଉପରକୁ କୌଣସି ଗ୍ରାହକ ନା ତ ଟଙ୍କା ଉଡ଼ାଇପାରିବେ ନା ତ ତାଙ୍କ ପାଖକୁ ଯାଇପାରିବେ। ଡ୍ୟାନ୍ସ ଫ୍ଲୋର ସମ୍ପୂର୍ଣ୍ଣ ବ୍ୟାରିକେଡ୍ ଭିତରେ ଆବଦ୍ଧ ରହିବା ସହ ଗ୍ରାହକ ଓ ଡ୍ୟାନ୍ସ ଫ୍ଲୋର ମଧ୍ୟରେ ଦୂରତା ଅତି କମ୍‌ରେ ୧୫ ଫୁଟ୍ ରହିବ।

Advertisment

ବାର୍ ଗାର୍ଲ ଓ ଗ୍ରାହକଙ୍କ ମଧ୍ୟରେ ଯେପରି କୌଣସି ଅପ୍ରୀତିକର ପରିସ୍ଥିତି ନ ଉପୁଜେ, ସେଥିପାଇଁ ନିୟୋଜିତ ରହିବେ ସୁରକ୍ଷାକର୍ମୀ । କୌଣସି ଗ୍ରାହକ ଯଦି ବାର ଗାର୍ଲଙ୍କୁ ଟିପ୍ସ ଦେବାକୁ ଚାହିଁବେ, ସୁରକ୍ଷାକର୍ମୀଙ୍କ ମାଧ୍ୟମରେ ଦେଇପାରିବେ। ମଦ କିମ୍ବା ଖାଦ୍ୟଦ୍ରବ୍ୟ ପରଷିବା କାମରେ ବାର୍ ଗାର୍ଲଙ୍କୁ ନିୟୋଜିତ କରାଯାଇପାରିବ ନାହିଁ ବୋଲି ରହିଛି ଅବକାରୀ ଆଇନରେ। ହେଲେ ନିୟମର କେମିତି ଧଜ୍ଜିଆ ଉଡୁଛି, ତା’ର ନମୂନା ଦେଖିଲେ ଆପଣ । ତେବେ ଅବକାରୀ ଇନିସପେକ୍ଟର କହିଛନ୍ତି, ସଂପୃକ୍ତ ବାରର ସିସିଟିଭି ଫୁଟେଜର ଅନୁଧ୍ୟାନ କରି ଆମେ କାର୍ଯ୍ୟାନୁଷ୍ଠାନ ନେବୁ ।
ସଂପୃକ୍ତ ବାର ବିରୋଧରେ ୨ ବାର ଗାର୍ଲଙ୍କ ଅଭିଯୋଗ ପରେ ଏବଂ OTVରେ ଖବର ପ୍ରସାରଣ ପରେ ପୂର୍ବରୁ ୪ ଜଣଙ୍କୁ ଡାକି କ୍ୟାପିଟାଲ୍ ଥାନା ପୋଲିସ ଜେରା କରିଥିଲା। ସେତେବେଳେ ଏହି ବାରର ମାଲିକ ଘଟଣାକୁ ଖଣ୍ଡନ କରିଥିଲେ ।

Bhubaneswar Odisha
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ