Advertisment

ପାଟ୍ରୋଲିଂ ବେଳେ ଶିକାରୀ ଗୁଳିରେ ବନ କର୍ମଚାରୀଙ୍କ ମୃତ୍ୟୁ

ଶିକାରୀମାନଙ୍କ ସହିତ ମୁହାଁମୁହିଁ ହେବାରୁ ଶିକାରୀମାନେ ଆଖିବୁଜା ଗୁଳି ଚାଳନା କରିଥିଲେ, ଆଉ ଏଇ ଗୁଳି ବିନିମୟରେ ନଅଣା ରେଞ୍ଜର ବନ କର୍ମଚାରୀ ବିଲମ କୁମାର ଜେନାଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଛି ।

Forest guard death

Forest guard death

Advertisment

ପାଟ୍ରୋଲିଂ ବେଳେ ଶିକାରୀ ଗୁଳିରେ ବନ କର୍ମଚାରୀଙ୍କ ମୃତ୍ୟୁ ହୋଇଛି । ଏପରି ଘଟଣା ଉତ୍ତର ଶିମିଳିପାଳର ବଡ଼ର ଅଞ୍ଚଳରୁ ସାମ୍ନାକୁ ଆସିଛି । ଆଜି ଉତ୍ତର ଶିମିଳିପାଳ ବନ୍ୟପ୍ରାଣୀ ବନଖଣ୍ଡର ବଡ଼ର ଅଞ୍ଚଳର କଳସିବେଡା, ବାଉଁଶଖୋଲ ଅଞ୍ଚଳରେ ପେଟ୍ରୋଲିଂ କରୁଥିବା ବେଳେ ଶିକାରୀ ଗୁଳିରେ ଜଣେ ବନ କର୍ମଚାରୀଙ୍କ ମୃତ୍ୟୁ ହୋଇଛି। ମୃତ ଫୋରେଷ୍ଟ ଗାର୍ଡ ଜଣକ ହେଉଛନ୍ତି ନଅଣାରେଞ୍ଜର କାର୍ଯ୍ୟରତ ବିମଲ କୁମାର ଜେନା । ଆଜି ସନ୍ଧ୍ୟା ସମୟରେ କିଛି ଶିକାରୀ ଶିମିଳିପାଳ ଅଭୟାରଣ୍ୟକୁ ପ୍ରବେଶ କରିଥିବା ଖବର ପାଇ କିଛି କର୍ମଚାରୀ ପାଟ୍ରୋଲିଂ କରୁଥିଲେ ।

Advertisment

ସେହି ସମୟରେ ଶିକାରୀମାନଙ୍କ ସହିତ ମୁହାଁମୁହିଁ ହେବାରୁ ଶିକାରୀମାନେ ଆଖିବୁଜା ଗୁଳି ଚାଳନା କରିଥିଲେ, ଆଉ ଏଇ ଗୁଳି ବିନିମୟରେ ନଅଣା ରେଞ୍ଜର ବନ କର୍ମଚାରୀ ବିଲମ କୁମାର ଜେନାଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଛି । ଏନେଇ ଖବର ପାଇବାପରେ ଉତ୍ତର ଶିମିଳିପାଳର ବନକର୍ମଚାରୀ ଏବଂ ଦକ୍ଷିଣ ଶିମିଳିପାଳର ବନ କର୍ମଚାରୀ ମୃତ୍ୟୁଦେହକୁ ଉଦ୍ଧାର କରି ବାରିପଦା PRM ମେଡିକାଲ କଲେଜକୁ ନେଇଛନ୍ତି ।

ତେବେ ବର୍ତ୍ତମାନ ସୁଦ୍ଧା ଗୁଳି ବିନିମୟର ପ୍ରକୃତ ଘଟଣା ଜଣାପଡିନଥିଲେ ବି ବନ୍ୟଜନ୍ତୁ ଶିକାର କରିବା ପାଇଁ ଆସିଥିବା ଶିକାରୀଙ୍କ ଗୁଳିରେ ବନ କର୍ମଚାରୀର ମୃତ୍ୟୁ ହଇଥିବା କୁହାଯାଉଛି । ମୃତ ବନ କର୍ମଚାରୀଙ୍କ ବାମ ଛାତିରେ ଗୁଳି ବାଜିଥିବା ସ୍ପଷ୍ଟ ଦେଖାଯାଉଛି । ତେବେ ଏନେଇ ବିଭାଗ ପକ୍ଷରୁ କୌଣସି ସ୍ପଷ୍ଟ ସୂଚନା ପ୍ରଦାନ କରାଯାଇ ନଥିଲେ ବି ବନ କର୍ମଚାରୀଙ୍କ ମୃତ୍ୟୁ ହଇଥିବା କୁହାଯାଉଛି ।

Advertisment
Similipal
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ