Advertisment

ଭୁଲରେ ଅନ୍ୟର ଭୋଜି ଖାଇଦେଲେ ବରଯାତ୍ରୀ, ବାହାଘର ସ୍ଥାନ ପାଲଟିଲା ରଣକ୍ଷେତ୍ର

ଉଭୟ ପକ୍ଷରୁ ଯୁକ୍ତିତର୍କ ହେବା ସହିତ ଗଣ୍ଡଗୋଳ ସୃଷ୍ଟି ହୋଇଥିଲା। ପ୍ରାୟ ୨ ଘଣ୍ଟା ଧରି ସ୍ଥାନୀୟ ଅଞ୍ଚଳ ରଣକ୍ଷେତ୍ର ପାଲଟି ଯାଇଥିଲା।

ଅଦ୍ୟତନ ହୋଇଛି
Baraatis trashed by brides family

Baraatis trashed by brides family

Advertisment

ଭୁଲରେ ଭୋଜି ଖାଇଦେବାକୁ ନେଇ ରଣକ୍ଷେତ୍ର। କିଛି ସମୟ ଧରି ମାରପିଟ ସହ ଗଣ୍ଡଗୋଳ। ନୟାଗଡ଼ ଜିଲ୍ଲା ଇଟାମାଟି ଥାନା ଅଞ୍ଚଳରେ ଦେଖିବାକୁ ମିଳିଛି ଏଭଳି ଅଭାବନୀୟ ଦୃଶ୍ୟ। ଗତକାଲି ଇଟାମାଟି ଥାନା ଅନ୍ତର୍ଗତ ପ୍ରତାପପ୍ରସାଦ ଗାଁ ନିକଟରେ ଥିବା ଭୈରବୀ ମନ୍ଦିରରେ ନୟାଗଡ଼ ଜିଲ୍ଲା ପଣ୍ଡୁସର, ମାଛିପଡ଼ା ଏବଂ ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ଅଞ୍ଚଳକୁ ମିଶାଇ ମୋଟ ୩ଟି ବାହାଘର ଚାଲିଥିଲା।

Advertisment

ଏହି ସମୟରେ ଏକ ବାହାଘରକୁ ଆସିଥିବା କିଛି ବରଯାତ୍ରୀ ଅନ୍ୟ ଏକ ବାହାଘରର ଭୋଜି ଖାଉଥିଲେ। ଏକଥା ଜାଣିପାରି ଝିଅଘର ଲୋକମାନେ ସେମାନଙ୍କୁ ବିରୋଧ କରିଥିଲେ। ଏହାକୁ କେନ୍ଦ୍ରକରି ଉଭୟ ପକ୍ଷରୁ ଯୁକ୍ତିତର୍କ ହେବା ସହିତ ଗଣ୍ଡଗୋଳ ସୃଷ୍ଟି ହୋଇଥିଲା। ପ୍ରାୟ ୨ ଘଣ୍ଟା ଧରି ସ୍ଥାନୀୟ ଅଞ୍ଚଳ ରଣକ୍ଷେତ୍ର ପାଲଟି ଯାଇଥିଲା।

ଇଟାମାଟି ପୋଲିସ ଖବର ପାଇ ଘଟଣା ସ୍ଥଳରେ ପଂହଁଛି ସ୍ଥିତିକୁ ନିୟନ୍ତ୍ରଣାଧୀନ କରିବା ସହିତ ଏହି ଘଟଣାରେ ଜଣକୁ ଥାନାକୁ ନେଇ ଅଣ୍ଡରଟେକିଙ୍ଗ ଲେଖାଇ ପରେ ଛାଡିଦେଇଥିବା ସୂଚନା ମିଳିଛି l ମଦ ପିଇ ସମ୍ପୃକ୍ତ ବ୍ୟକ୍ତି ଜଣକ ସେଠାରେ ପାଟିତୁଣ୍ଡ କରିବାରୁ ଗଣ୍ଡଗୋଳ ସୃଷ୍ଟି ହୋଇଥିଲା l ଏବଂ ପରେ ପୋଲିସ ପହଁଞ୍ଚି ସମ୍ପୃକ୍ତ ବ୍ୟକ୍ତି ଥାନାକୁ ଉଠାଇ ଆଣି ଛାଡ଼ିଥିବା ଇଟାମାଟି ପୋଲିସ ସୂଚନା ଦେଇଛି l

Advertisment

Weddings
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ