Bar Girl
ବାରଗର୍ଲଙ୍କ ମୁହଁରେ ନିର୍ଯାତନାର କାହାଣୀ । ବାରରେ ଡ୍ୟାନ୍ସ ନୁହେଁ ବରଂ ଖରାପ କାର୍ଯ୍ୟ କରିବାକୁ ବାଧ୍ୟ କରାଯାଉଛି । ପ୍ରତିବାଦ କଲେ ପାଉଣା ଦିଆଯାଉନଥିବା ଅଭିଯୋଗ କରିଛନ୍ତି ରାଜଧାନୀ ଭୁବନେଶ୍ୱରର କିଛି ବାର ଗର୍ଲ । ଏନେଇ କ୍ୟାପିଟାଲ ଥାନାରେ ଅଭିଯୋଗ କରିଛନ୍ତି ଦୁଇଜଣ ବାରଗର୍ଲ। କ୍ୟାମେରା ଆଗରେ ବାରରେ ଦିଆଯାଉଥିବା ଅକଥନୀୟ ନିର୍ଯାତନାର ପୋଲ ଖୋଲିଛନ୍ତି ବାର୍ ଡ୍ୟାନସର ।
ସେମାନଙ୍କ କହିବାନୁଯାୟୀ, ତାଙ୍କୁ କେବଳ ବାର୍ରେ ଡ୍ୟାନ୍ସ କରିବା ପାଇଁ ଅଣାଯାଇଥିଲା । କିନ୍ତୁ ଏଠି ବାର୍ ମାଲିକ ଡ୍ୟାନ୍ସ ବ୍ୟତୀତ ଅନେକ କିଛି କରିବାକୁ ବାଧ୍ୟ କରୁଛନ୍ତି । ଯେମିତିକି ଗ୍ରାହକଙ୍କୁ ଖୁସି କରିବା କଥା କହୁଛନ୍ତି ଖୋଦ୍ ବାର୍ ମାଲିକ । ଗ୍ରାହକ ଯୁଆଡ଼େ ଡାକୁଛନ୍ତି ସିଆଡ଼େ ଯିବାକୁ, ବାର୍ ଡ୍ୟାନ୍ସରମାନଙ୍କୁ ବାଧ୍ୟ କରୁଛନ୍ତି ମାଲିକ । ଏମିତିକି ଉକ୍ତ ବାର୍ରେ ରୁମ୍ ବ୍ୟବସ୍ଥା ରହିଛି । ସେଠିକୁ ଯିବାକୁ ବି କହୁଛନ୍ତି ବାର ମାଲିକ । ଅର୍ଥାତ କହିବାକୁ ଗଲେ ଯୁବତୀଙ୍କୁ ବାର୍ଡ୍ୟାନ୍ସ ସହ ଦେହ ବ୍ୟବସାୟ କରିବା ପାଇଁ ବାଧ୍ୟ କରୁଛନ୍ତି ।
ଦେହ ବ୍ୟବସାୟ ପାଇଁ ମନା କଲେ ବାର ମାଲିକ ଯୁବତୀଙ୍କୁ ମାଡ଼ ମାରୁଛନ୍ତି । ଠିକ୍ ସେମିତି ଜଣେ ଯୁବତୀ ବାର୍ ମାଲିକଙ୍କଠାରୁ ମାଡ଼ ଖାଇବା ପରେ ଏନେଇ ଥାନାର ଦ୍ୱାରସ୍ଥ ହୋଇଛନ୍ତି । ଆଉ ଗଣମାଧ୍ୟମ ଆଗରେ ପୁରା ବାର୍ର ପୋଲ ଖୋଲିଛନ୍ତି । ସେ ଆହୁରି କହିଛନ୍ତି ଉକ୍ତ ବାର୍ରେ ଏକ ବ୍ୟାଣ୍ଡ ପାର୍ଟି ରହିଛି, ଯେଉଁମାନଙ୍କ ମୁଖ୍ୟ କାମ ହେଲା, ଯୁବତୀଙ୍କୁ ଖରାପ କାମରେ ଲିପ୍ତ କରିବା । ସେମାନେ ବାହାରେ ବ୍ୟାଣ୍ଡ ପାର୍ଟି ବୋଲି ନିଜକୁ ପରିଚୟ ଦେଉଥିଲେ ବି ବାସ୍ତବରେ ତାଙ୍କ କାମ ସେୟା ନୁହେଁ ବୋଲି ଦୁଇ ଯୁବତୀ ଅଭିଯୋଗ କରିଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/Bar_Girl_1696598007.jpg)