Banker steals
ନିଜ ପ୍ରେମ କେତେ ଗଭୀର ପ୍ରେମିକାକୁ ପ୍ରମାଣ ଦେବାକୁ ଜଣେ ପ୍ରେମିକ କ’ଣ କରିବା ଦରକାର । ଥରେ ଅନୁମାନ କରନ୍ତୁ କଣ କରିପାରେ ଜଣେ ପ୍ରେମିକ ? ତେବେ ଏମିତି ଏକ ଘଟଣା ସାମ୍ନାକୁ ଆସିଛି ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଛି । ପ୍ରେମିକାକୁ ଖୁସି କରିବାକୁ ଚୋରି କରି ଗିରଫ ହୋଇଛନ୍ତି ଜଣେ ବ୍ୟାଙ୍କ କର୍ମଚାରୀ । ଦୋକାନରୁ ସୁନା ମୁଦି ଚୋରି ଅଭିଯୋଗରେ ଜଣେ ୨୬ ବର୍ଷୀୟ ବ୍ୟାଙ୍କ କର୍ମଚାରୀଙ୍କୁ ପୋଲିସ ଗିରଫ କରିଛି ।
ପୋଲିସର ସୂଚନାନୁସାରେ, ସାଥିଶ କୁମାର ନାମକ ଜଣେ ବ୍ୟକ୍ତି ସହରର ଏକ ଘରୋଇ ବ୍ୟାଙ୍କରେ କାମ କରନ୍ତି । ମଙ୍ଗଳବାର ଦିନ ସେ ଟି.ନଗରରେ ଏକ ସୁନା ଦୋକାନକୁ ଯାଇଥିଲେ । ସୁନା କିଣିବା ଆଳରେ ଦୁଇଟି ସୁନା ମୁଦି ଚୋରି କରିଥିଲେ । ଘଟଣା ଘଟିବା ପରେ ସୁନା ଦୋକାନର ମାଲିକ ପୋଲିସରେ ଅଭିଯୋଗ କରିଥିଲେ ଏବଂ ସିସିଟିଭି ଭିଜୁଆଲ୍ରୁ ଜଣାପଡିଛି ବ୍ୟାଙ୍କ କର୍ମଚାରୀ ଜଣକ ସୁନା ମୁଦି ଚୋରି କରିଛନ୍ତି ବୋଲି ।
ତେବେ ପରଦିନ ମଧ୍ୟ ସାଥିଶ ପୁଣି ଭିନ୍ନ ଏକ ସୁନା ଦୋକାନରୁ ଚୋରି କରିବାକୁ ଉଦ୍ୟମ କରୁଥିଲେ । କିନ୍ତୁ ଏଥିରେ ସେ ସଫଳ ହୋଇପାରି ନଥିଲେ । ଦୋକାନର କର୍ମଚାରୀମାନେ ତାଙ୍କୁ ଧରି ପୋଲିସକୁ ହସ୍ତାନ୍ତର କରିଥିଲେ । ଅନୁସନ୍ଧାନ ପରେ ଜଣା ପଡିଥିଲା ଯେ ସାଥିଶଙ୍କ ଦରମା କମ୍ ଥିଲା । ଯାହାଫଳରେ ସେ ତାଙ୍କ ପ୍ରେମିକାକୁ ଖୁସି ପାରୁନଥିଲେ । ତାଙ୍କ ପ୍ରେମିକାକୁ ଖୁସି କରିବା ପାଇଁ ସେ ଏଭଳି ଚୋରି କରିବାକୁ ନିଷ୍ପତ୍ତି ନେଇଥିଲେ ।
ଆହୁରି ମଧ୍ୟ ସାଥିଶ ମୋବାଇଲ୍ ଆପ୍ଲିକେସନ୍ ମାଧ୍ୟମରେ ଋଣ ନେଇଥିଲେ । ଯାହାକୁ ସେ ପରିଶୋଧ କରିବାରେ ମଧ୍ୟ ବିଫଳ ହୋଇଛନ୍ତି । ଯାହାକୁ ନେଇ ସେ ଏଭଳି କାମ କରିବାକୁ ନିଷ୍ପତ୍ତ ନେଇଥିଲେ ବୋଲି କହିଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1717768054.jpg)