Temple Loot
ମନ୍ଦିରରୁ ଚୋରି କରୁଥିବା ଏକ ୭ ଜଣିଆ ଲୁଟେରା ଗ୍ୟାଙ୍ଗକୁ ଧରିଛି ବାଲେଶ୍ୱର ପୋଲିସ । ସେମାନଙ୍କଠାରୁ ବିଭିନ୍ନ ପ୍ରକାର ସାମଗ୍ରୀ ଜବତ କରାଯାଇଛି । ଜବତ ସାମଗ୍ରୀର ମୂଲ୍ୟ ୬ ଲକ୍ଷରୁ ଉର୍ଦ୍ଧ୍ୱ ହେବ ବୋଲି ପୋଲିସ କହିଛି । ଏହି ଗ୍ୟାଙ୍ଗ ମନ୍ଦିରରୁ ପିତ୍ତଳ ମୂର୍ତ୍ତି ସମେତ ରୂପାର ଅଳଙ୍କାର ଚୋରି କରି ଚମ୍ପଟ ମାରୁଥିଲେ ।
ଏହି ଚୋରମାନେ ମନ୍ଦିର ଆସବାବ ପତ୍ର ସହ ଅଳଙ୍କାର ଚୋରି କରି ଅନ୍ୟ ଦୋକାନୀଙ୍କୁ ଦେଉଥିଲେ । ସେହି ୩ ଜଣ ଦୋକାନୀଙ୍କୁ ମଧ୍ୟ ଧରିଛି ପୋଲିସ । ଗତ ୫ ତାରିଖରେ ଚାନ୍ଦିପୁର ଓ ସଦର ଥାନା ଅଧୀନରେ ଯେଉଁ ଅଭିଯୋଗ ହୋଇଥିଲା, ତାହା ଅଧାରରେ ପୋଲିସ ଚଢାଉ କରି ଏହି ଅଭିଯୁକ୍ତମାନଙ୍କୁ ଧରିଛି ।
ବାଲେଶ୍ୱର ଓ ମୟୁରଭଞ୍ଜ ଜିଲ୍ଲାରୁ ବିଭିନ୍ନ ମନ୍ଦିରରୁ ଏହି ଗ୍ୟାଙ୍ଗ ଚୋରି କରୁଥିଲା । ବିଶେଷ କରି ଜନବସତିଠାରୁ ଦୂରରେ ଥିବା ଏବଂ ସିସିଟିଭି ନଥିବା ମନ୍ଦିରଗୁଡିକୁ ଏହି ଗ୍ୟାଙ୍ଗ ଟାର୍ଗେଟ କରୁଥିଲା । ଜିଲ୍ଲା ଗୁଇନ୍ଦା ବିଭାଗ ଏମାନଙ୍କ ଉପରେ ଦୀର୍ଘ ଦିନ ଧରି ନଜର ରଖିଥିଲା । ଶେଷରେ ସେମାନଙ୍କୁ ଧରିବାରେ ସଫଳ ହୋଇଛି ।
ତେବେ ବାଲେଶ୍ୱର ଜିଲ୍ଲାରେ ସମୁଦାୟ ୧୯ ଟି ମନ୍ଦିର ଚୋରି ମାମଲାରେ ୮୦ ପ୍ରତିଶତ ଜିନିଷ ମିଳିଯାଇଛି । ବାକି ୬ଟି ମନ୍ଦିର ଚୋରି କେସର ତଦନ୍ତ ଚାଲିଛି ବୋଲି ବାଲେଶ୍ୱର ଏସପି କହିଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1712478882.jpg)