Advertisment

କୋର୍ଟ ଆଗରେ ସ୍ୱାମୀ-ସ୍ତ୍ରୀ ହାତାହାତି, ନିର୍ଯାତନାର କାହାଣୀ ବଖାଣିଲେ ଶୁଭାସିନୀ

ଆଜି ସ୍ୱାମୀ-ସ୍ତ୍ରୀ କୋର୍ଟରେ ପହଞ୍ଚି ଥିଲେ। ମାଜିଷ୍ଟ୍ରେଟ୍‌ ଉଭୟଙ୍କୁ ବୁଝାଉଥିଲେ। ଜୀବନକୁ ବିପଦ ରହିଛି ଦର୍ଶାଇ ସେ(ସିଦ୍ଧାର୍ଥ) ମାଜିଷ୍ଟ୍ରେଟ୍‌ଙ୍କ କୌଣସି କଥା ଶୁଣିବାର ନଥିଲେ। ତେବେ ଆଜି କୌଣସି ନିଷ୍କର୍ସ ବାହାରି ନପାରିବାରୁ ୨୯ ତାରିଖରେ ହାଜର ହେବାକୁ ମାଜିଷ୍ଟ୍ରେଟ୍‌ ପରାମର୍ଶ ଦେଇଥିଲେ। ପାରିବାରିକ ଅଦାଲତରୁ ବାହାରି ପରେ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା।

ଅଦ୍ୟତନ ହୋଇଛି
Couple Fighting

Couple Fighting

Advertisment

ବାଲେଶ୍ୱର: ଛାଡ଼ପତ୍ର ମାମଲା ପାଇଁ କୋର୍ଟକୁ ଆସିଥିଲେ ସ୍ୱାମୀ-ସ୍ତ୍ରୀ। ହେଲେ ସମାଧାନ ତ ବାହାରିଲାନି ବରଂ କୋର୍ଟ ଆଗରେ ସ୍ୱାମୀ-ସ୍ତ୍ରୀର ହାତାହାତି ହୋଇଗଲେ। ସ୍ୱାମୀ-ସ୍ତ୍ରୀଙ୍କ ଭିତରେ ହୋଇଥିଲା ଠେଲାପେଲା, ପାଟିତୁଣ୍ଡ ଓ ମାଡ଼ ମରାମରି! ଯାହା ସ୍ଥାନୀୟ ଲୋକଙ୍କୁ ବିସ୍ମିତ କରିଥିଲା। ଏଭଳି ଅଭାବନୀୟ ଘଟଣା ଘଟିଛି ବାଲେଶ୍ୱର ଫ୍ୟାମିଲି କୋର୍ଟ ପରିସରରେ। ତେବେ ଆସନ୍ତୁ ଜାଣିବା ପୂରା ଘଟଣା। ସଦର ସଦର ଥାନା ହେମକାପଦା ଗାଁର ସିଦ୍ଧାର୍ଥ ନାୟକ ଜଣେ ସରକାରୀ କର୍ମଚାରୀ। ଭୁବନେଶ୍ୱରରେ ସିଭିଲ୍‌ ସପ୍ଲାଏ ଡିପାର୍ଟମେଣ୍ଟରେ ଚାକିରି କରନ୍ତି। ସେ ୨୦୧୮ ମସିହା ଜୁଲାଇ ୭ ତାରିଖରେ ଶୁଭାସିନୀଙ୍କୁ ବିବାହ କରିଥିଲେ।

Advertisment

ସୁଭାଶିନୀଙ୍କ କହିବା ଅନୁସାରେ ବୈଦିକ ରୀତିନୀତିରେ ଉଭୟଙ୍କର ବାହାଘର ହୋଇଥିଲା। ବାହାଘର ପରେ ପାରିବାରିକ ସଂସାର ଠିକ୍‌ଠାକ୍‌ ଚାଲିଥିଲା। ତେବେ ହଠାତ୍‌ ସ୍ୱାମୀ ଓ ନଣନ୍ଦଙ୍କ ମୁଣ୍ଡକୁ ଘାରିଥିଲା ଯୌତୁକ ନିଶା। ସେମାନେ ଶୁଭାସିନୀଙ୍କୁ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଛି। ତେବେ ଗତ ଗଣେଶ ପୂଜା ଦିନ ସବୁ ସୀମା ଅତିକ୍ରମ କରିଥିଲେ ଶାଶୂ ଘର ଲୋକ। ତାଙ୍କୁ ତାଙ୍କ ସ୍ୱାମୀ ଓ ନଣନ୍ଦ ମିଳିମିଶି ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଏପରିକି ତଣ୍ଟି ଚିପି ମାରିଦେବାକୁ ଉଦ୍ୟମ କରିଥିବା ଶୁଭାସିନୀ ଅଭିଯୋଗ କରିଛନ୍ତି। କୌଶଳ କ୍ରମେ ସେ ସେମାନଙ୍କ କବଳରୁ ବାହାରି ଛୁଆକୁ ଧରି ଅଙ୍ଗନବାଡ଼ି ଦିଦିଙ୍କ ଘରେ ଆଶ୍ରୟ ନେଇଥିଲେ।

ଶୁଭାସିନୀଙ୍କ କହିବା ଅନୁସାରେ ନିର୍ଯାତନା ସହ୍ୟ ନହେବାରୁ ସେ ବାଲେଶ୍ୱର ସଦର ଥାନାରେ ଅଭିଯୋଗ କରିଥିଲେ। ପୁଲିସ ସ୍ୱାମୀ-ସ୍ୱାମୀଙ୍କୁ ଡାକି ବୁଝାଇଥିଲା। ଆଉ ନିର୍ଯାତନା ଦେବେ ନାହିଁ ବୋଲି ପୁଲିସକୁ ତାଙ୍କ ସ୍ୱାମୀ କହିଥିବା ସୁଭାସିନୀ ପ୍ରକାଶ କରିଛନ୍ତି। ପରବର୍ତ୍ତୀ ସମୟରେ ସେ ନିର୍ଯାତନାରେ ଶିକାର ହୋଇଥିବା କହିଛନ୍ତି। ସବୁ ନିର୍ଯାତନା ସହି ମଧ୍ୟ ସୁଭାସିନୀ ଏବେ ତାଙ୍କ ଶାଶୂ ଘରେ ରହିଛନ୍ତି। ଖାସ୍‌ ନିଜ ପିଲାର ଭବିଷ୍ୟତ ପାଇଁ। ସେପଟେ ସିଦ୍ଧାର୍ଥ କିନ୍ତୁ ଛାଡ଼ପତ୍ର ପାଇଁ ବାଲେଶ୍ୱର ପାରିବାରିକ କୋର୍ଟରେ ଆବେଦନ କରିଛନ୍ତି।

Advertisment

ଆଜି ସ୍ୱାମୀ-ସ୍ତ୍ରୀ କୋର୍ଟରେ ପହଞ୍ଚି ଥିଲେ। ମାଜିଷ୍ଟ୍ରେଟ୍‌ ଉଭୟଙ୍କୁ ବୁଝାଉଥିଲେ। ଜୀବନକୁ ବିପଦ ରହିଛି ଦର୍ଶାଇ ସେ(ସିଦ୍ଧାର୍ଥ) ମାଜିଷ୍ଟ୍ରେଟ୍‌ଙ୍କ କୌଣସି କଥା ଶୁଣିବାର ନଥିଲେ। ତେବେ ଆଜି କୌଣସି ନିଷ୍କର୍ସ ବାହାରି ନପାରିବାରୁ ୨୯ ତାରିଖରେ ହାଜର ହେବାକୁ ମାଜିଷ୍ଟ୍ରେଟ୍‌ ପରାମର୍ଶ ଦେଇଥିଲେ। ପାରିବାରିକ ଅଦାଲତରୁ ବାହାରି ପରେ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ସୁଭାସିନୀଙ୍କୁ ତାଙ୍କ ସ୍ୱାମୀ ସିଦ୍ଧାର୍ଥ କୋର୍ଟ କ୍ୟାମ୍ପସ୍‌ ପରିସରରେ ଗାଳିଗୁଲଜ କରିଥିଲେ। ଏପରି ତାଙ୍କୁ ମାଡ଼ ମରାଯାଇଥିବା ସେ ଅଭିଯୋଗ କରିଛନ୍ତି। ଶୁଭାସିନୀଙ୍କ ସାଥୀରେ ଆସିଥିବା ଆଶା, ଅଙ୍ଗନବାଡ଼ି ଦିଦି ଓ ପରିବାର ଲୋକ ଛାଡ଼ାଛଡ଼ି କରିଥିଲେ। ମାଡ଼ ମରାମରି ଭିଡ଼ିଓ କ୍ୟାମେରାରେ କଏଦ ହୋଇଛି। ତେବେ ସୁଭାଶିନୀଙ୍କ ଅଭିଯୋଗ ନେଇ ତାଙ୍କ ସ୍ୱାମୀ ସିଦ୍ଧାର୍ଥଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ।

Odisha News District Family Court
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ