Advertisment

ବଳଙ୍ଗା ପୀଡ଼ିତାଙ୍କୁ ବିଦାୟ, ସରିଲା ସତ୍କାର

ବଳଙ୍ଗା ପୀଡ଼ିତାଙ୍କର ଶେଷ ହୋଇଛି ଅନ୍ତିମ ସଂସ୍କାର। ଶୋକାକୂଳ ପରିବେଶରେ ତାଙ୍କୁ ଦିଆଯାଇଛି ଅନ୍ତିମ ବିଦାୟ। ଝିଅକୁ ହରାଇ ପରିବାର ଲୋକେ ଛାତି ପିଟି କାନ୍ଦୁଥିବା ବେଳେ ସମ୍ପୂର୍ଣ୍ଣ ଗାଁ ସ୍ତବ୍ଧ ହୋଇଯାଇଛି।

author-image
Niharika Routray
Cremetion

Cremetion

ବଳଙ୍ଗା ପୀଡ଼ିତାଙ୍କର ଶେଷ ହୋଇଛି ଅନ୍ତିମ ସଂସ୍କାର। ଶୋକାକୂଳ ପରିବେଶରେ ତାଙ୍କୁ ଦିଆଯାଇଛି ଅନ୍ତିମ ବିଦାୟ। ଝିଅକୁ ହରାଇ ପରିବାର ଲୋକେ ଛାତି ପିଟି କାନ୍ଦୁଥିବା ବେଳେ ସମ୍ପୂର୍ଣ୍ଣ ଗାଁ ସ୍ତବ୍ଧ ହୋଇଯାଇଛି।

Advertisment

ଆଜି ସକାଳେ ଇସଲାମ ଧର୍ମ ଅନୁସାରେ ଜନାଜା ନମାଜ ପାଠ ପରେ କବର ସ୍ଥାନରେ ସମସ୍ତ କାର୍ଯ୍ୟ ସଂପନ୍ନ କରାଯାଇଛି। ଶୋକାକୂଳ ପରିବେଶ ଭିତରେ ପୀଡ଼ିତାଙ୍କ ମୃତଦେହକୁ କବର ଦିଆଯାଇଛି । ପୀଡ଼ିତାଙ୍କ ଶେଷକୃତ୍ୟରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସାମିଲ ହୋଇଥିଲେ । ଏହି ସମୟରେ ଗାଁରେ ବ୍ୟାପକ ପୋଲିସ୍ ଫୋର୍ସ ମୁତୟନ ହୋଇଥିଲା ।

ଶନିବାର ଦିଲ୍ଲୀ ଏମସରେ ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଥିଲେ ବଳଙ୍ଗା ପୀଡ଼ିତା । ଏହାପରେ ମୃତଦେହ ଗତକାଲି ବିଳମ୍ବିତ ରାତିରେ ଭୁବନେଶ୍ବରରେ ପହଞ୍ଚିଥିଲା। ବିମାନବନ୍ଦରରୁ କଡ଼ା ସୁରକ୍ଷା ବଳୟ ମଧ୍ୟରେ ବଳଙ୍ଗା ଥାନା ଅନ୍ତର୍ଗତ ପୈତୃକ ଗାଁ ବାୟାବରର ନୂଆ ଗୋପାଳପୁରକୁ ମୃତଦେହକୁ ନିଆଯାଇଥିଲା ।

Advertisment

ଘଟଣା ଦିନରୁ ହିଁ ତିନି ଯୁବକ ବାଇକ୍ ରେ ଆସି ତାଙ୍କୁ ଜାଳି ଦେଇଥିବା ପୀଡ଼ିତା କହିଥିଲେ । ପୀଡ଼ିତାଙ୍କ ବୟାନ ଆଧାରରେ ପରିବାର ଲୋକ ଥାନାରେ ଏତଲା ଦେଇଥିଲେ । ତିନି ଦୁବୃର୍ତ୍ତ ଝିଅର ମୁହଁରେ ରୁମାଲ ବାନ୍ଧି କିରୋସିନ୍ ଢ଼ାଳି ନିଆଁ ଲଗାଇ ମାରିଦେବାକୁ ଉଦ୍ୟମ କରିଥିଲେ ବୋଲି ଦର୍ଶାଯାଇଥିଲା । ପୁଲିସ ସେହି ଆଧାରରେ ତଦନ୍ତ ଆରମ୍ଭ କରିଥିଲା ।

ବରିଷ୍ଠ ପୋଲିସ୍ ଅଧିକାରୀମାନେ ଘଟଣାର ତଦନ୍ତ କରି ପରିବାର ଲୋକଙ୍କ ସମେତ ଅନ୍ୟମାନଙ୍କୁ ପଚରାଉଚରା କରିଥିଲେ । ଭୁବନେଶ୍ବର ଏମ୍ସରେ ମାଜିଷ୍ଟ୍ରେଟଙ୍କ ସାମନାରେ ପୀଡ଼ିତାଙ୍କ ବୟାନ ରେକର୍ଡ କରାଯାଇଥିଲା । ତାପରେ ଦିଲ୍ଲୀ ଏମ୍ସରେ ତଦନ୍ତକାରୀ ପୁଲିସ ଅଧିକାରୀ ବୟାନ ରେକର୍ଡ କରିଥିଲେ । ସେତେବେଳେ ପୀଡ଼ିତାଙ୍କ ବୟାନରେ ତାଳମେଳ ରହୁ ନ ଥିବା କୁହାଯାଉଥିଲା। କିନ୍ତୁ ଏବେ ପୁଲିସ କହିଛି ଏହି ଘଟଣାରେ କାହାର ସମ୍ପୃକ୍ତି ଥିବା ଜଣାପଡିନାହିଁ । ଯାହାକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି ।

Death
Advertisment
Advertisment