Advertisment

ବଳଙ୍ଗା ରାଜନୀତି - ସରକାରଙ୍କୁ ସପ୍ତାହେ ମହଲତ

ବଳଙ୍ଗା ପୀଡ଼ିତାଙ୍କ ମୃତ୍ୟୁ ପରେ ତେଜିଛି ରାଜନୀତି। ଏହି ଘଟଣାକୁ ନେଇ ସିଧାସଳଖ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି କଂଗ୍ରେସ ଓ ବିଜେଡି।

author-image
Niharika Routray
Poltics in Balanga Casa

Poltics in Balanga Casa

୧୪ ଦିନ ମରଣ ସହ ଜୁଝି ଶେଷରେ ଆଖିବୁଜିଲେ ବଳଙ୍ଗା ପୀଡ଼ିତା। ଗତକାଲି ରାତିରେ ତାଙ୍କ ମୃତ୍ୟୁ ହୋଇଛି। ବଳଙ୍ଗା ପୀଡ଼ିତାଙ୍କ ମୃତ୍ୟୁକୁ ନେଇ ସରଗରମ ହେଲାଣି ରାଜନୀତି। ଏହି ଘଟଣାକୁ ନେଇ ସିଧାସଳଖ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି କଂଗ୍ରେସ ଓ ବିଜେଡି।

Advertisment

ସାମ୍ବାଦିକ ସମ୍ମିଳନୀ କରି ବିଜେଡି କହିଛି, ପୀଡ଼ିତାଙ୍କ ଚିକିତ୍ସା ନେଇ ମେଡିକାଲ୍ ବୁଲେଟିନ୍ ଜାରି ହେଲାନାହିଁ। ଏଯାବତ ପୋଲିସ ହାତ ଖାଲି ରହିଛି। ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡ଼ିଛି । ପୀଡ଼ିତା ପରିବାରକୁ ସରକାର ୨ କୋଟି କ୍ଷତିପୂରଣ ଦିଅନ୍ତୁ ଏବଂ ଯେଉଁମାନେ ସମ୍ପୃକ୍ତ ୭ ଦିନ ଭିତରେ ସେମାନଙ୍କୁ ଧରନ୍ତୁ।

ଅପରପକ୍ଷେ, ବଳଙ୍ଗା ପୀଡ଼ିତାଙ୍କ ମୃତ୍ୟୁରେ ପିସିସି ସଭାପତି ଭକ୍ତଚରଣ ଦାସ ଆସନ୍ତା ୭ ଦିନ ଭିତରେ ଅଭିଯୁକ୍ତ ଧରା ନ ପଡ଼ିଲେ ଡିଜିପି ଅଫିସ୍ ଘେରିବୁ ବୋଲି ଚେତାବନୀ ଶୁଣାଇଛନ୍ତି। ବିରୋଧୀଙ୍କୁ କାଉଣ୍ଟର କରି ବିଜେପି ନେତା ତଥା ପୂର୍ବତନ ବିଧାୟକ ସମୀର ଦାଶ କହିଛନ୍ତି, ଏହି ଘଟଣାରେ କାହାର ସଂପୃକ୍ତି ନ ଥିବା ପୋଲିସ କହିସାରିଛି। ଏଭଳି ସମୟରେ ରାଜନୀତି କରିବା ଅନୁଚିତ।

Advertisment

ବଳଙ୍ଗା ପୀଡ଼ିତାଙ୍କ ମୃତ୍ୟୁରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଶୋକ ପ୍ରକାଶ କରିଛନ୍ତି । ସୋସିଆଲ ମିଡିଆ ଏକ୍ସରେ ଲେଖିଛନ୍ତି ସରକାରଙ୍କ ସମସ୍ତ ପ୍ରୟାସ ସତ୍ତ୍ବେ ମୃତ୍ୟୁ ନେଇ ଗଭୀର ଦୁଃଖିତ। ବିଶେଷଜ୍ଞ ଡାକ୍ତରଙ୍କ ଅହୋରାତ୍ର ଚେଷ୍ଟା ସତ୍ତ୍ୱେ ଜୀବନ ରକ୍ଷା କରାଯାଇ ପାରିଲାନି । ମୁଁ ଝିଅଟିର ଅମର ଆତ୍ମାର ସଦଗତି କାମନା କରୁଛି। ଅପୂରଣୀୟ କ୍ଷତିକୁ ସହିବା ପାଇଁ ତାଙ୍କ ପରିବାରକୁ ଶକ୍ତି ମିଳୁ ।

ସେହିପରି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡାଙ୍କ ଶୋକ ପ୍ରକାଶ କରିଛନ୍ତି । ଅମର ଆତ୍ମାର ସଦ୍ ଗତି ସହ ପୀଡ଼ିତାଙ୍କ ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି । ସରକାରଙ୍କ ସମସ୍ତ ଚେଷ୍ଟା ସତ୍ତ୍ଵେ ଜୀବନ ବଞ୍ଚାଇ ପାରିନଥିବାରୁ ଦୁଃଖିତ ବୋଲି ପ୍ରଭାତୀ ପରିଡା କହିଛନ୍ତି ।

ବଳଙ୍ଗା ପୀଡ଼ିତାଙ୍କ ମୃତ୍ୟୁ ଖବର ପରେ ଗାଁରେ ଶୋକର ଛାୟା ଖେଳିଯାଇଛି । ଆଜି ଯାଏଁ ଘଟଣାର ୧୫ ଦିନ ପରେ ବି ଅଭିଯୁକ୍ତକୁ ଠାବ କରିବାରେ ସଫଳ ହୋଇନି ପୁଲିସ। ପୀଡ଼ିତାଙ୍କ ଘର ଆଗରେ ପୁଲିସ ଫୋର୍ସ ମୁତୟନ କରାଯାଇଛି । ଗାଁରେ ଏବେ ଭୟର ବାତାବରଣ ଖେଳିଯାଇଛି।

Police Politics Investigation Death
Advertisment
Advertisment