Advertisment

କାଳ ଶନିବାର - ଶନିବାର ପୋଡ଼ି, ଶନିବାର ହିଁ ଜୀବନ ଗଲା

ଶନିବାର ହିଁ ପୋଡ଼ି ଯାଇଥିଲେ ବଳଙ୍ଗା ପୀଡ଼ିତା ଓ ଠିକ୍ ୧୫ ଦିନ ପରେ ସେହି ଶନିବାର ହିଁ ସେ ଆଖି ବୁଜିଲେ।

author-image
Niharika Routray
Balanga Victim

Balanga Victim

କାଳ ହେଲା ଶନିବାର। ଶନିବାର ହିଁ ପୋଡ଼ି ଯାଇଥିଲେ ବଳଙ୍ଗା ପୀଡ଼ିତା ଓ ଠିକ୍ ୧୫ ଦିନ ପରେ ସେହି ଶନିବାର ହିଁ ସେ ଆଖି ବୁଜିଲେ।  ପୀଡ଼ିତାଙ୍କ ଶରୀରର ୭୫% ପୋଡ଼ିଯାଇଥିବାରୁ ରାଜ୍ୟ ସରକାରଙ୍କ ପକ୍ଷରୁ ତୁରନ୍ତ ତାଙ୍କୁ ଏୟାର ଆମ୍ବୁଲାନ୍ସ ଯୋଗେ ଦିଲ୍ଲୀ  ଏମ୍ସକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ସବୁ ଚିକିତ୍ସା ସୁବିଧା ଯୋଗାଇ ଦିଆଯିବା ସତ୍ତ୍ବେ ଗତକାଲି ରାତିରେ ଅର୍ଥାତ ଶନିବାର ସେ ଆଖି ବୁଜିଛନ୍ତି।

Advertisment

ବଳଙ୍ଗା ପୀଡ଼ିତାଙ୍କ ବାପା କହିଛନ୍ତି ମାନସିକ ଚିନ୍ତା ଝିଅର ଜୀବନ ନେଲା । ଏହା ଏକ ଅତି ସମ୍ବେଦନଶୀଳ ଘଟଣା ହୋଇଥିବାରୁ ଏହାକୁ ନେଇ ରାଜନୀତି ନକରିବାକୁ ଅପିଲ୍ କରିଛନ୍ତି ସେ ।

ବଳଙ୍ଗା ପୀଡ଼ିତାଙ୍କ ମୃତ୍ୟୁ ପରେ ମୁଖ୍ୟମନ୍ତ୍ରୀଙ୍କ ସମେତ ରାଜ୍ୟପାଳ ଓ ଅନ୍ୟମାନେ ଗଭୀର ଶୋକ ପ୍ରକାଶ କରିଛନ୍ତି। ପୀଡ଼ିତାଙ୍କ ଘର ସହ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ବାସଭବନ ଆଗରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି।

Advertisment

ପୀଡ଼ିତା ଦିଲ୍ଲୀ ଏମ୍ସରେ ଚିକିତ୍ସାଧୀନ ଥିବା ବେଳେ ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ା ଦିଲ୍ଲୀ ଏମ୍ସରେ ପହଞ୍ଚି ପୀଡ଼ିତାଙ୍କ ସ୍ବାସ୍ଥ୍ୟାବସ୍ଥା ବୁଝିଥିଲେ। ଏଥିସହ ବିଜେପିର ଅଧିକାଂଶ ସାଂସଦ ଏମ୍ସରେ ପହଞ୍ଚି ତାଙ୍କ ପରିବାର ସଦସ୍ୟଙ୍କ ସହ ଆଲୋଚନା କରିଥିଲେ।

ପୀଡ଼ିତାଙ୍କ ଚିକିତ୍ସା ପାଇଁ ଏକ ସ୍ବତନ୍ତ୍ର ମେଡିକାଲ ଟିମ୍ ଗଠିତ ହୋଇଥିଲା। ଦୁଇ ଥର ଅସ୍ତ୍ରୋପଚାର କରାଯାଇ ତାଙ୍କ ସ୍କିନ୍ ଗ୍ରାଫ୍ଟିଂ ମଧ୍ୟ କରାଯାଇଥିଲା। ପୀଡ଼ିତାଙ୍କ ସ୍ବାସ୍ଥ୍ୟାବସ୍ଥାରେ ସୁଧାର ଆସୁଥିବା ବେଳେ ଗତକାଲି ଅର୍ଥାତ ଶନିବାର ହଠାତ୍ ତାଙ୍କ ମୃତ୍ୟୁ ଘଟିଥିଲା।  

Father Politicise Victim
Advertisment
Advertisment