Advertisment

Baikuntha Dham Ashram: ବୈକୁଣ୍ଠ ଧାମ ଆଶ୍ରମ ପାଇଁ ବଢ଼ିଲା ଅଡ଼ୁଆ; ବୁଲିବ ବୁଲଡୋଜର

କାଲି ଦିନ ୧୨ଟା ସୁଦ୍ଧା ଆଶ୍ରମ ଖାଲି କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହାସହ ଆଶ୍ରମ ଭିତରେ ଥିବା ଜିନିଷପତ୍ର ଗୁଡ଼ିକ ବାହାର କରିବାକୁ କୁହାଯାଇଛି।

author-image
Otv Khabar Bureau
ଅଦ୍ୟତନ ହୋଇଛି
Baikuntha DhamAshram

Baikuntha DhamAshram

ବହୁ ଚର୍ଚ୍ଚିତ କଳକୀରାମ  ଶ୍ରୀ ଶ୍ରୀ ସତ୍ୟ ଅନନ୍ତ ମାଧବଙ୍କ ବୈକୁଣ୍ଠ ଧାମ ଆଶ୍ରମ ଉପରେ ବୁଲିବ ବୁଲଡୋଜର। ମାଇକ ଦ୍ୱାରା ପ୍ରଚାର କରାଯାଇ  ବିଡିଏ ପକ୍ଷରୁ ଆଜି ଏହି ସୂଚନା ଦିଆଯାଇଛି।

Advertisment

କାଲି ଦିନ ୧୨ଟା ସୁଦ୍ଧା ଆଶ୍ରମ ଖାଲି କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହାସହ ଆଶ୍ରମ ଭିତରେ ଥିବା ଜିନିଷପତ୍ର ଗୁଡ଼ିକ ବାହାର କରିବାକୁ କୁହାଯାଇଛି। ବେଆଇନ ଭାବେ ସରକାରୀ ଜାଗାରେ ତିଆରି ହୋଇଥିବା ଏହି ଆଶ୍ରମକୁ ଭଙ୍ଗାଯିବ ବୋଲି ନିଷ୍ପତ୍ତି ନିଆଯାଇଛି। ଆଶ୍ରମ ଖାଲି କରିବା ପରେ ଏହାକୁ ଭାଙ୍ଗିବ ବିଡିଏ। 

ନଭେମ୍ବର ମାସରେ ଭୁବନେଶ୍ୱର ଖଣ୍ଡଗିରି ପାଦ ଦେଶରେ ୧୪୦ ଡିସିମିଲି ଜାଗାରେ ତିଆରି ହୋଇଥିବା ବୈକୁଣ୍ଠ ଧାମ୍‌ ଆଶ୍ରମ ଚର୍ଚ୍ଚାର ପରିସରକୁ ଆସିଥିଲା। ବାବା କାଶୀନାଥ ନିଜ ପୁଅକୁ କଳକି ଅବତାରରେ ସଜାଇ ବିବାଦକୁ ଆସିଥିଲେ। ଲୋକେମାନେ ବାବା କାଶୀନାଥଙ୍କ ପୁଅକୁ ଶ୍ରୀଶ୍ରୀ ସତ୍ୟ ଅନନ୍ତ ମାଧବ ଭାବେ ପୂଜା କରୁଥିଲେ। ଏପରିକି ତାଙ୍କ ପାଦ ତଳେ ତୁଳସୀ ଦେଇ ପୂଜାର୍ଚ୍ଚନା କରାଯାଉଥିବା ଭିଡିଓ ଭାଇରାଲ ହୋଇଥିଲା।

Advertisment

ଭିଡିଓ ଭାଇରାଲ ହେବା ପରେ ବାବା ନିଜ ପୁଅକୁ ନେଇ ଗାଏବ ହୋଇଯାଇଥିଲେ। କୋଲକାତା ପଳାଇ ଯାଇ ଆତ୍ମଗୋପନ କରିଥିବା ଚର୍ଚ୍ଚା ହୋଇଥିଲା। ଏହା ଭିତରେ ଆଶ୍ରମଟି ସରକାରୀ ଜାଗାରେ ତିଆରି ହୋଇଥିବା ଚର୍ଚ୍ଚା ହୋଇଥିଲା। ପରେ ବିଡିଏ ପକ୍ଷରୁ ଆଶ୍ରମର ଚତୁପାର୍ଶ୍ୱକୁ ମାପ କରାଯାଇଥିଲା। ମାପଚୁପ ପରେ ଆଶ୍ରମଟି ସରକାରୀ ଜାଗାରେ ହୋଇଥିବ ଜଣାପଡ଼ିଥିଲା। ପରେ ବିଡିଏ ପକ୍ଷରୁ ଆଶ୍ରମକୁ ଭାଙ୍ଗିବା ପାଇଁ ଉଦ୍ୟମ କରାଯାଇଥିଲା। ଏହାରି ଭିତରେ ଆଶ୍ରମ କର୍ତ୍ତୃପକ୍ଷ ହାଇକୋର୍ଟ ଦ୍ୱାରସ୍ଥ ହୋଇଥିଲେ।

ହାଇକୋର୍ଟଙ୍କୁ ମିଥ୍ୟା ରିପୋର୍ଟ ଦେଇ ବିଭ୍ରାନ୍ତ କରିଥିଲେ। ପରେ ହାଇକୋର୍ଟ ନ ଭାଙ୍ଗିବା ପାଇଁ ରହିତାଦେଶ ଜାରି କରିଥିଲେ। ହାଇକୋର୍ଟ ଜାରି କରିଥିବା ରହିତାଦେଶ ଉଠିବା ପରେ ଆଜି ବିଡ଼ିଏ ପକ୍ଷରୁ ଭଙ୍ଗାଯିବ ବୋଲି ମାଇକ ଯୋଗେ ପ୍ରଚାର କରାଯାଇଛି। ଏଥିସହ ଆଶ୍ରମ ଚାରିପଟେ ପୁଲିସ ଫୋର୍ସ ମୃତୟନ କରାଯାଇଛି।

ଅଧିକ ପଢ଼ନ୍ତୁ: ବିଳମ୍ବରେ ହେଲେ ବି ନବ ଦାସଙ୍କ ପରିବାରର ଜ୍ଞାନ ଉଦୟ ହୋଇଛି’ 

Bhubaneswar BDA
Advertisment
Advertisment