Advertisment

Attack On Police Van : ପାଟ୍ରୋଲିଂ ବେଳେ ପୋଲିସ ଭ୍ୟାନ ଉପରକୁ ଢେଲା ମାଡ଼, ଜଣେ ଅଟକ

ପୋଲିସକୁ ବି ଛାଡିଲେନି । ରାତିରେ ପାଟ୍ରୋଲିଂ କରୁଥିବା ପୋଲିସ ଗାଡି ଉପରକୁ ଢେଲାମାଡ଼ କରିଛନ୍ତି ଦୁବୃର୍ତ୍ତ । ଫଳରେ ଗାଡ଼ିର କାଚ ସମ୍ପୂର୍ଣ୍ଣ ଭାଙ୍ଗି ଯାଇଛି । ଜଣକୁ ଅଟକ ରଖି ପଚରାଉଚରା କରୁଛି ପୋଲିସ ।

ଅଦ୍ୟତନ ହୋଇଛି
Attack on Police Van

Attack on Police Van

Advertisment

ରାତିରେ ପାଟ୍ରୋଲିଂବେଳେ ପୋଲିସ ଗାଡି ଉପରକୁ ଢେଲାମାଡ ହୋଇଛି । ଢେଲାମାଡରେ ଭାଙ୍ଗିଲା ପୋଲିସ ଗାଡି କାଚ । ଢେଲା ମାରିଥିବା ଯୁବକଙ୍କ ମଧ୍ୟରୁ ଜଣେ ଯୁବକକୁ ଥାନାରେ ଅଟକ ରଖାଯାଇଛି । କଟକ ଜିଲ୍ଲା ବାଙ୍କୀ ବ୍ଲକ୍ ବୈଦେଶ୍ୱର ଥାନା ଅଞ୍ଚଳରେ ଏହି ଘଟଣା ଘଟିଥିବା ଜଣାପଡିଛି  । ସୂଚନା ଅନୁସାରେ, ବୈଦେଶ୍ୱର ଥାନାର ଏକ ଟିମ୍ କାଳୀପୋଇ ଗ୍ରାମପଞ୍ଚାୟତରୁ ଚଢ଼େଇବନ୍ଧ ଗାଆଁରେ ନାଇଟ ପାଟ୍ରୋଲିଂ କରି ଫେରୁଥିଲା । ସେହି ସମୟରେ ଦୁବୃର୍ତ୍ତମାନେ ପୋଲିସ ଭ୍ୟାନ ଉପରକୁ ଢେଲାମାଡ଼ କରିଥିବା ଜଣାପଡ଼ିଛି । 

Advertisment

ଅଭିଯୁକ୍ତମାନେ ନିକଟସ୍ଥ ଚଢ଼େଇବନ୍ଧ ଗ୍ରାମର ହୋଇଥିବା ଜଣାପଡ଼ିଛି । ଢେଲା ମାଡରେ ଭ୍ୟାନର ପଛ ପଟ କାଚ ସମ୍ପୂର୍ଣ୍ଣ ଭାଙ୍ଗି ଗୁଣ୍ଡ ହୋଇଯାଇଛି । ପୋଲିସ ଟିମ ସଙ୍ଗେ ସଙ୍ଗେ ଜଣେ ଦୁର୍ବୃତ୍ତକୁ ଧରି ଆଣି ଥାନାରେ ଅଟକ ରଖିବା ସହ ପଚରାଉଚରା କରିଛି । 

ଅଧିକ ପଢନ୍ତୁ :  ଖବର ସଂଗ୍ରହ ବେଳେ ସାମ୍ବାଦିକଙ୍କୁ ଆକ୍ରମଣ ଘଟଣା, ଜଣେ ନାବାଳକ ସମେତ ୪ ଗିରଫ

Advertisment
Cuttack Banki Brutal Attack On Police Patrolling
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ