Advertisment

Attack on Villagers at Wedding: ଗାଁରେ ପଶି ଆତଙ୍କ ଖେଳାଇଲେ, ଭୁଜାଲିରେ ହାଣିଲେ

ଗତକାଲି ରାତିରେ ମଙ୍ଗଳପୁର ଗ୍ରାମରେ ବିବାହ ଭୋଜି ଚାଲିଥିଲା। ଏହି ସମୟରେ ହଠାତ୍ ୧୦ରୁ ୧୨ ଜଣ ଅସାମାଜିକ ଯୁବକ ମାରଣାସ୍ତ୍ର ଧରି ପଶିଆସିଥିଲେ।

ଅଦ୍ୟତନ ହୋଇଛି
Attack

Attack

Advertisment

ଚାଲିଥିଲା ବିବାହ ଭୋଜି। ହଠାତ୍ ଗାଁ ଭିରରକୁ ପଶି ଆସିଲେ ଅସାମାଜିକ ଯୁବକ। ସମସ୍ତଙ୍କୁ ଗାଳି ଗୁଲଜ କରିବା ସହ ମାରଣାସ୍ତ୍ରରେ ହାଣି ପକାଇଲେ। ଅସାମାଜିକ ଯୁବକଙ୍କ ଆକ୍ରମଣରେ ୨ଜଣ  ଗୁରୁତର ଆହତ ହୋଇଛନ୍ତି। ଗଞ୍ଜାମ ଜିଲ୍ଲା କୋଦଳା ଥାନା ଅନ୍ତର୍ଗତ ମଙ୍ଗଳପୁର ଗ୍ରାମରୁ ଆସିଛି ଏଭଳି ଅଭିଯୋଗ।

Advertisment

ଅଧିକ ପଢ଼ନ୍ତୁ:  କଟକରେ ଡବଲ୍ ଏନକାଉଣ୍ଟର; ୨ ଅପରାଧୀକୁ ପୋଲିସ ମାରିଲା ଗୁଳି

ଆହତମାନଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଆକ୍ରମଣର ଶିକାର ହୋଇଥିବା ବ୍ୟକ୍ତିମାନେ ହେଲେ ମଂଗଳପୁରର ଦୀପକ ପଢିଆରୀ ଓ ବୁଲୁ ବାରିକ।

ଗତକାଲି ରାତିରେ ମଙ୍ଗଳପୁର ଗ୍ରାମରେ ବିବାହ ଭୋଜି ଚାଲିଥିଲା। ଏହି ସମୟରେ ହଠାତ୍ ୧୦ରୁ ୧୨ ଜଣ ଅସାମାଜିକ ଯୁବକ ମାରଣାସ୍ତ୍ର ଧରି  ଗାଁ ଭିତରକୁ ପଶିଆସିଥିଲେ। ସେଠାରେ ଉପସ୍ଥିତ ଥିବା ଗ୍ରାମବାସୀଙ୍କୁ ଗାଳିଗୁଲଜ କରିଥିଲେ। ଏଥିସହ ଗାଁରେ ଆତଙ୍କ ସୃଷ୍ଟି କରିଥିଲେ। ଗ୍ରାମର କିଛି ଯୁବକ ସେମାନଙ୍କୁ ବୁଝାସୁଝା କରୁଥିବା ବେଳେ ସେମାନେ ଆକ୍ରମଣ କରିଥିଲେ।

Advertisment

ଅସାମାଜିକ ଯୁବକଙ୍କ ଆକ୍ରମଣରେ ୨ ଜଣ ଗ୍ରାମବାସୀ ଗୁରୁତର ହୋଇଥିଲେ। ସେମାନଙ୍କୁ ପ୍ରଥମେ କୋଦଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ପରେ ବ୍ରହ୍ମପୁର ବଡ଼ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି। ପୋଲିସ ଗାଁରେ ପହଞ୍ଚି ତଦନ୍ତ କରୁଛି ।

ଅଧିକ ପଢ଼ନ୍ତୁ: ଜାଗରରେ ବୋହିଲା ରକ୍ତର ନଈ ; ବାପି ପଣ୍ଡାଙ୍କ ୨ ଭାଇଙ୍କୁ ହାଣି ପକାଇଲେ

Advertisment

 

Attack Ganjam
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ