• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଏବେ ବି ସକ୍ରିୟ ଅତିକର ଅପରାଧ ସାମ୍ରାଜ୍ୟ । ମାଫିଆ କିଙ୍ଗ ଅତିକ୍‌ର ମୃତ୍ୟୁ ପରେ ମାଫିଆ କୁଇନ୍ ସାଜିଛନ୍ତି ପତ୍ନୀ ସାଇସ୍ତା । ବହୁ ଚର୍ଚିତ ମାଫିଆ କିଙ୍ଗ ଅତିକ୍ ଅହମ୍ମଦ ହତ୍ୟାକାଣ୍ଡ ଲୋକଙ୍କ ମନରୁ ନଲିଭୁଣୁ ଏବେ ତାଙ୍କ ପତ୍ନୀ ସାଇସ୍ତାଙ୍କୁ ନେଇ ଖୁବ୍‌ ଚର୍ଚ୍ଚା ଆରମ୍ଭ ହୋଇଛି । କୁହାଯାଉଥିଲା ସ୍ୱାମୀର ମୃତ୍ୟୁ ପରେ ସାଇସ୍ତା ପୋଲିସ ନିକଟରେ ସରେଣ୍ଡର କରିବେ । ହେଲେ ତାହା ହେଲା ନାହିଁ । ସରେଣ୍ଡର କରିବା ବଦଳରେ ସାଇସ୍ତା ଏବେ ପାଲଟିଛନ୍ତି ମାଫିଆ କୁଇନ୍ । ସ୍ୱାମୀ ଅତିକ ଅହମ୍ମଦର ଅପରାଧ ସାମ୍ରାଜ୍ୟକୁ ଏବେ ଚଳାଉଛନ୍ତି ପତ୍ନୀ ସାଇସ୍ତା । ଆଉ ପୋଲିସ ପାଇଁ ପାଲଟଛନ୍ତି ମୋଷ୍ଟ ୱାଣ୍ଟେଡ୍‌ କ୍ରିମିନାଲ ।

ଅଧିକ ପଢ଼ନ୍ତୁ: ଭାଇରାଲ CCTV ଫୁଟେଜ୍‌କୁ ନେଇ ନୂଆ ମୋଡ଼ ! ‘ମୋ ଫଟୋ ଦେଖାଇ କହୁଛନ୍ତି ଗୁଡ୍ଡୁ ମୁସ୍‌ଲିମ୍’

ଏକାଥରକେ ପରିବାର ୪ ଜଣଙ୍କୁ ହରାଇବା ପରେ ସାଇସ୍ତା ଅପରାଧ ଦୁନିଆ ଛାଡ଼ି ପୋଲିସ ନିକଟରେ ସରେଣ୍ଡର କରିବା ସହ ନିଜକୁ ସୁଧାରିବେ ବୋଲି ଆଶା କରାଯାଇଥିଲା । ହେଲେ ବାସ୍ତବରେ ତାହାର ଓଲଟା ଗତି ଦେଖିବାକୁ ମିଳିଲା । ସାଇସ୍ତାଙ୍କ ନାଁରେ ଏବେ ଗୋଟିଏ ପରେ ଗୋଟିଏ ଅପରାଧର ପୃଷ୍ଟା ଯୋଡ଼ି ହେବାରେ ଲାଗିଛି । ଅଣ୍ଡରଗ୍ରାଉଣ୍ଡ ରହି ସାଇସ୍ତା ଚଳାଇଛନ୍ତି ସ୍ୱାମୀଙ୍କ ଅପରାଧର ସାମ୍ରାଜ୍ୟ ।

ଗତ ମେ ୨ ତାରିଖରେ ସାଇସ୍ତାଙ୍କ ନାଁରେ ଥାନାରେ ମାମଲା ରୁଜୁ ହୋଇଛି । ଏହାସହ ସାଇସ୍ତା ଏବଂ ସବିରକୁ ଲୁଚାଇ ରଖିବାରେ ସହଯୋଗ କରିଥିବା ଜଣେ ଅଭିଯୁକ୍ତକୁ ପୋଲିସ ଗିରଫ କରିଛି । ଯେଉଁମାନେ ଗିରଫ ହୋଇଛନ୍ତି ସେମାନେ ଅତିକ୍‌ର ସାର୍ପ ସୁଟର ଭାବେ କାମ କରୁଥିଲେ । ସେମାନଙ୍କ ନାଁରେ ପୂର୍ବରୁ ଅନେକ ମାମଲା ରହିଛି । ତେବେ ସାଇସ୍ତାଙ୍କ ନାଁରେ ଉମେଶ ପାଲ ହତ୍ୟାକାଣ୍ଡ ବାଦ୍ ବିଭିନ୍ନ ଥାନାରେ ୭ଟି ମାମଲା ରହିଛି ।

ଅନ୍ୟପଟେ ସାଇସ୍ତା ଓ ସବିର କେଉଁଠି ଅଛନ୍ତି, ସେନେଇ ଯିଏ ବି ପୋଲିସକୁ ଖବର ଦେବ ତାକୁ ଉପହାର ଦିଆଯିବ ବୋଲି ଘୋଷଣା କରାଯାଇଛି । ସାଇସ୍ତାଙ୍କ ଖବର ଦେଲେ ୫୦୦୦୦ ଟଙ୍କା ମିଳିବ ଆଉ ସବିରଙ୍କ ଖବର ଦେଲେ ୫ ଲକ୍ଷ ଟଙ୍କା ପୁରସ୍କାର ଦିଆଯିବ ।

ମିଳିଥିବା ସୂଚନା ଅନୁସାରେ, ଅତିକ୍‌ର ହତ୍ୟା ପରଠାରୁ ସାଇସ୍ତା ଓ ସବିରଙ୍କୁ ଧରିବା ପାଇଁ ପୋଲିସ ଜୋରଦାର ଖୋଜାଖୋଜି କରୁଛି । ବିଭିନ୍ନ ସ୍ଥାନରେ ଚଢ଼ାଉ କରୁଛି । ହେଲେ ସେମାନେ ଫେରାର ଅଛନ୍ତି । ଉଭୟ ଉମେଶ ପାଲ ହତ୍ୟାକାଣ୍ଡ ସହ ଜଡ଼ିତ ଥିବା ଅଭିଯୋଗ ରହିଛି । ସେମାନେ ପ୍ରାୟାଗରାଜରେ କିଛି ଦିନ ଲୁଚି ରହିବା ପରେ ଲକ୍ଷ୍ନୌରେ ଏକ ଫ୍ଲାଟ୍‌ରେ ମଧ୍ୟ କିଛି ଦିନ ଲୁଚି ରହିଥିଲେ ।