Advertisment

Husband Killed Wife: ଧରାଇଦେଲା କଲ୍ ରେକର୍ଡ, ବିବାହ ପରେ ମନ୍ନତ ସହ ଥିଲା ସଂପର୍କ

କଂଥାରୀ ଗାଁ ନିକଟରେ ଏକ ନିର୍ଜନ ସ୍ଥାନରେ ରାତି ପ୍ରାୟ ୧୨ଟା ୧୫ରେ ଓମ ସରନ ମୋଟରସାଇକେଲ ଅଟକାଇ ଅମରବତୀଙ୍କ ଉପରେ ଲୁହା ଅସ୍ତ୍ର ଦ୍ୱାରା ନିର୍ମମ ଆକ୍ରମଣ କରିଥିଲେ। ଯାହା ଫଳରେ ଅମରବତୀଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା।

Husband Killed Wife

Husband Killed Wife

Advertisment

ପ୍ରେମିକା କହିଲା ସ୍ତ୍ରୀକୁ ମାରିଦିଅ । ଆଉ ପ୍ରେମିକ ବି ରଚିଦେଲା ନିଜ ସ୍ତ୍ରୀର ହତ୍ୟା ଷଡ଼ଯନ୍ତ୍ର । ଏଭଳି ଅଭାବନୀୟ ଘଟଣା ଘଟିଛି ଉତ୍ତରପ୍ରଦେଶର ବରେଲି ଜିଲ୍ଲାରେ । ହତ୍ୟା ପରେ ଏହାକୁ ଡକାୟତିର ରୂପ ଦେଇଥିଲା ସ୍ବାମୀ । କିନ୍ତୁ ପୋଲିସ ଜାଣିପାରିଥିଲା ଏହା ଡକାୟତି ନୁହେଁ ହତ୍ୟା

Advertisment

ଅଭିଯୁକ୍ତ ସ୍ୱାମୀ ଓମ୍ ସରନକୁ ଗିରଫ କରିଛି ପୋଲିସ । ଏହି ମାମଲାରେ ତାଙ୍କ ପ୍ରେମିକା ମନ୍ନତକୁ ମଧ୍ୟ ପୁଲିସ ଟିମ୍ ଶୁକ୍ରବାର ଗିରଫ କରି ନ୍ୟାୟିକ ହେପାଜତକୁ ପଠାଇ ଦେଇଛି। ବରିଷ୍ଠ ପୁଲିସ ଅଧୀକ୍ଷକ (ଏସଏସପି) ଅନୁରାଗ ଆର୍ଯ୍ୟ କହିଛନ୍ତି ଓମ ସରନଙ୍କ ବୟାନ ସଂଦେହ ସୃଷ୍ଟି କରିଥିଲା ।

ପୋଲିସ ଓମ ସରନଙ୍କ କଲ୍ ଡିଟେଲ୍ ରେକର୍ଡ ଯାଞ୍ଚ କରିଥିଲା । ଏଥିରୁ ମନ୍ନତ ନାମକ ଜଣେ ମହିଳାଙ୍କ ସହ ତାଙ୍କର ସମ୍ପର୍କ ଥିବା ପୋଲିସ ଜାଣିବାକୁ ପାଇଥିଲା । ଏହା ପରେ ପୋଲିସ ଘଟଣାର ତଦନ୍ତକୁ ବଢ଼ାଇ ଦେଇଥିଲା ।

Advertisment

ତଦନ୍ତ ପରେ ହତ୍ୟାର ଷଡ଼ଯନ୍ତ୍ର ପର୍ଦ୍ଦାଫାସ ହୋଇଥିଲା । ଅତିରିକ୍ତ ପୁଲିସ ଅଧୀକ୍ଷକ (ଦକ୍ଷିଣ) ଅଂଶିକା ବର୍ମା କହିଛନ୍ତି ଯେ ଅଭିଯୁକ୍ତ ଓମ ସରନ ମନ୍ନତ ନାମକ ଜଣେ ମହିଳାଙ୍କ ସହ ଅବୈଧ ସମ୍ପର୍କରେ ଥିଲେ। ଓମ ସରନଙ୍କ ସ୍ୱୀକାରୋକ୍ତି ଆଧାରରେ ପୁଲିସ ମାମଲା ରୁଜୁ କରି ତାଙ୍କୁ ହେପାଜତକୁ ନେଇଥିଲା।

ଘଟଣାଟି ବରେଲିର ଆଂବଲା ଥାନା ଅଞ୍ଚଳରେ ଘଟିଥିଲା। ଅଭିଯୁକ୍ତ ବଦାୟୁଁ ଜିଲ୍ଲାର ବ୍ୟାଉଲି ଗାଁର ବାସିନ୍ଦା। ଓମ ସରନ ପୁଲିସକୁ କହିଥିଲେ ୩୧ ଜୁଲାଇ ରାତିରେ ସେ ନିଜ ପତ୍ନୀ ଅମରବତୀଙ୍କ ସହ ମୋଟରସାଇକେଲରେ ଘରକୁ ଫେରୁଥିଲେ । କଂଥାରୀ ଗାଁ ନିକଟରେ ତିନି-ଚାରି ଜଣ ଅଜଣା ବ୍ୟକ୍ତି ତାଙ୍କ ଉପରେ ଆକ୍ରମଣ କରିଥିଲେ । ନଗଦ ଟଙ୍କା ଓ ଗହଣା ଲୁଟି ନେଇଥିଲେ ଦୁବୃର୍ତ୍ତ । ପତ୍ନୀଙ୍କ ଉପରେ ମାରଣାନ୍ତକ ଆକ୍ରମଣ ବି କରିଥିଲେ।

Advertisment

ଅଭିଯୁକ୍ତ ଦାବି କରିଥିଲେ ଯେ ଆକ୍ରମଣକାରୀମାନେ ପଳାଇବା ପୂର୍ବରୁ ତାଙ୍କ ପତ୍ନୀଙ୍କ ମଙ୍ଗଳସୂତ୍ର, ସୁନାର କାନଫୁଲ ଏବଂ ପ୍ରାୟ ୧୦,୦୦୦ ଟଙ୍କା ନଗଦ ଲୁଟି ନେଇଥିଲେ। ଅଭିଯୁକ୍ତଙ୍କ ଲିଖିତ ଅଭିଯୋଗ ଆଧାରରେ ଏକ ଏଫଆଇଆର ରୁଜୁ ହୋଇଥିଲା ଏବଂ ଅମରବତୀଙ୍କ ଶବକୁ ପୋଷ୍ଟମର୍ଟମ ପାଇଁ ପଠାଯାଇଥିଲା।

ମାମଲାର ତଦନ୍ତ ପାଇଁ ପୁଲିସ ଇନ୍ସପେକ୍ଟର କୁଂୱର ବାହାଦୁର ସିଂହ, ଏସଓଜି ପ୍ରଭାରୀ ସୁନୀଲ ଶର୍ମା ଏବଂ ସତେନ୍ଦ୍ର ମୋତଲାଙ୍କ ସମେତ ଏକ ପୁଲିସ ଟିମ ନିୟୋଜିତ ହୋଇଥିଲା। କଡ଼ା ପଚରାଉଚରା ପରେ ଓମ ସରନ ସ୍ୱୀକାର କରିଥିଲେ ଯେ ସେ ମନ୍ନତଙ୍କ ସହ ଗୁପ୍ତ ରୂପେ ବିବାହ କରିଥିଲେ । ମନ୍ନତ ତାଙ୍କ ଉପରେ ଚାପ ପକାଇଥିଲେ କି ଯଦି ସଂପର୍କ ରଖିବାକୁ ଚାହୁଁଛ ତେବେ ପତ୍ନୀଙ୍କୁ ରାସ୍ତାରୁ ହଟାଇଦିଅ ।

ପୁଲିସ ଅଧିକାରୀ କହିଛନ୍ତି ଯେ ୩୦ ଜୁଲାଇରେ, ଓମ ସରନ ଯୋଜନା ଅନୁଯାୟୀ ଅମରବତୀଙ୍କୁ ପୂର୍ଣାଗିରି ଯାତ୍ରାକୁ ନେଇଥିଲେ। ଫେରିବା ସମୟରେ ସେ ମୋତୀପୁରରେ ତାଙ୍କ ଶ୍ୱଶୁର ଘରେ ଅଟକିଥିଲେ, ଯେଉଁଠାରେ ସେ ତାଙ୍କ ଶାଳକ ଭଗବାନଦାସଙ୍କ ଠାରୁ ଏକ ମୋଟରସାଇକେଲ ମାଗିକି ଆଣିଥିଲେ ।

କଂଥାରୀ ଗାଁ ନିକଟରେ ଏକ ନିର୍ଜନ ସ୍ଥାନରେ ରାତି ପ୍ରାୟ ୧୨ଟା ୧୫ରେ ଓମ ସରନ ମୋଟରସାଇକେଲ ଅଟକାଇ ଅମରବତୀଙ୍କ ଉପରେ ଲୁହା ଅସ୍ତ୍ର ଦ୍ୱାରା ନିର୍ମମ ଆକ୍ରମଣ କରିଥିଲେ। ଯାହା ଫଳରେ ଅମରବତୀଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା। ଏହାକୁ ଡକାୟତି ରୂପ ଦେବା ପାଇଁ ସେ ତାଙ୍କ ପକେଟରୁ ସ୍ତ୍ରୀର କାନଫୁଲ, ଏକ ମଙ୍ଗଳସୂତ୍ର ଏବଂ ୧୦,୧୦୦ ଟଙ୍କା ବାହାର କରି ନିକଟସ୍ଥ ବୁଦାରେ ଲୁଚାଇ ଦେଇଥିଲେ।

ପରେ ତାଙ୍କ ଶାଳକ ଏବଂ ଜଣେ ବନ୍ଧୁ ଅନିଲ ଯାଦବଙ୍କୁ ଫୋନ କରି ଏକ ଆମ୍ବୁଲାନ୍ସର ବ୍ୟବସ୍ଥା କରିଥିଲେ। ପୁଲିସ ପରେ ଅଭିଯୁକ୍ତଙ୍କ ବୟାନ ଆଧାରରେ ହତ୍ୟାର ବ୍ୟବହୃତ ଅସ୍ତ୍ର, ଲୁଚାଯାଇଥିବା ଗହଣା ଏବଂ ନଗଦ ଟଙ୍କା ଉଦ୍ଧାର କରିଥିଲେ। ଯାଞ୍ଚ ସମୟରେ ଏକ ମୋବାଇଲ ଫୋନ ମଧ୍ୟ ଜବତ କରାଯାଇଥିଲା।

Murder Uttar Pradesh Bareilly
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ