Gunmen Killed 100 People
ନାଇଜେରିଆରେ ଗଣହତ୍ୟା । ଅତିକମ୍ରେ ୧୦୦ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ସାଧାରଣ ଲୋକଙ୍କ ଉପରେ ଗୁଳିମାଡ଼ ହୋଇଛି । କେହି ଅଜଣା ବନ୍ଧୁକଧାରୀ ଗୁଳିମାଡ଼ କରିଥିବା ଜଣାପଡ଼ିଛି । ଖାଲି ସେତିକି ନୁହେଁ, ବନ୍ଦ କଠୋରୀରେ କିଛି ଲୋକଙ୍କୁ ଜୀଅନ୍ତା ଜାଳି ଦିଆଯାଇଛି । ମୃତକଙ୍କ ମଧ୍ୟରେ ଅଧିକାଂଶ ଚାଷୀ ଥିବା ସୂଚନା ରହିଛି । ଏହି ହତ୍ୟାକାଣ୍ଡ ପଛରେ ସାମ୍ପ୍ରଦାୟିକ ହିଂସା ଥିବା ସନ୍ଦେହ କରାଯାଉଛି । ପୂର୍ବରୁ ସେହି ସ୍ଥାନରେ ଜମିଜମା ବିବାଦ ଲାଗି ରହିଥିଲା ।
ସୂଚନା ଅନୁସାରେ, ନାଇଜେରିଆର ମଧ୍ୟପୂର୍ବ ଅଞ୍ଚଳରେ ଥିବା ବେନ୍ୟୁ ରାଜ୍ୟ ମୁସଲମାନ ଧର୍ମାବଲମ୍ୱୀ ବହୁଳ ହୋଇଥିବାବେଳେ ଦକ୍ଷିଣ ଅଞ୍ଚଳ ଇସାଇ ବହୁଳ । ଏହି ଦୁଇ ଅଞ୍ଚଳ ଧର୍ମ ଅନୁସାରେ ବିଭାଜନ ହୋଇଥିବାବେଳେ ଚାଷଜମିକୁ ନେଇ ଅନେକ ସମୟରେ ବିବାଦ ଲାଗିରହିଥାଏ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us