Advertisment

ଲାଞ୍ଚ ନେଉଥିଲେ ମ୍ୟାଡାମ୍ ବାରିକ୍, ବାନ୍ଧି ନେଲା ଭିଜିଲାନ୍ସ

ଗତକାଲି ୨୫ ହଜାର ଟଙ୍କା ଲାଞ୍ଚ ନେଇ ଧରାପଡ଼ିଥିଲେ । ଟିକସ ଛାଡ ପାଇଁ ବେକରୀ ସପ୍ ମାଲିକଙ୍କଠାରୁ ସରିତା ଲାଞ୍ଚ ନେଉଥିବା ଜଣାପଡ଼ିଥିଲା ।

Assistant Tax Commissioner

Assistant Tax Commissioner

Advertisment

ଗିରଫ ହେଲେ ଆସିଷ୍ଟାଣ୍ଟ ଟ୍ୟାକ୍ସ କମିଶନର୍ ସରିତା ବାରିକ । ଲାଞ୍ଚ ନେଇ ଧରାପଡ଼ିବା ପରେ ଭିଜିଲାନ୍ସ ଟିମ୍ ତାଙ୍କୁ ଗିରଫ କରିଛି । ରେଡ୍ ବେଳେ ସରିତାଙ୍କ ଘରୁ ମିଳିଥିଲା ନଗଦ ୧ ଲକ୍ଷ ୪୫ ହଜାର ଟଙ୍କା । ୬୦ ଲକ୍ଷର ଡିପୋଜିଟ୍ ସହ ୨୨୨ ଗ୍ରାମ ସୁନା ଗହଣା ଠାବ ହୋଇଥିଲା । ଗତକାଲି ୨୫ ହଜାର ଟଙ୍କା ଲାଞ୍ଚ ନେଇ ଧରାପଡ଼ିଥିଲେ । ଟିକସ ଛାଡ ପାଇଁ ବେକରୀ ସପ୍ ମାଲିକଙ୍କଠାରୁ ସରିତା ଲାଞ୍ଚ ନେଉଥିବା ଜଣାପଡ଼ିଥିଲା ।

Advertisment

ଭୁବନେଶ୍ବର ମଧୁସୂଦନ ନଗର ନିକଟରେ ନିଜ କାର ଭିତରେ ସେ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଟିମ୍ ମାଡ଼ି ବସିଥିଲା। ଟିକସ ଛାଡ ପାଇଁ ବେକେରୀ ସପ୍ ମାଲିକଙ୍କଠାରୁ ଲାଞ୍ଚ ନେଉଥିବା ଅଭିଯୋଗ ହୋଇଥିଲା । ତାଙ୍କ ଠାରୁ ଲାଞ୍ଚ କାରବାର ଟଙ୍କାକୁ ଜବତ କରି ଭିଜିଲାନ୍ସ ଟିମ୍ ମାମଲାର ତଦନ୍ତ କରୁଛି ।

Vigilance Bribery Case Arrested
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ