Advertisment

ନିଶା ନିବାରଣ କେନ୍ଦ୍ରରେ ଦିବ୍ୟାଙ୍ଗଙ୍କୁ ନିସ୍ତୁକ ମାଡ଼; ମାଲିକଙ୍କୁ ଉଠାଇନେଲା ପୁଲିସ୍‌

ଆଦିବାସୀ ଅଧ୍ୟୁସିତ ମୟୂରଭଞ୍ଜ ଜିଲ୍ଲାରେ ଦେଖିବାକୁ ମିଳିଛି ତାଲିବାନୀ ନିର୍ଯାତନାର ନଗ୍ନ ଚିତ୍ର। ଏକ ନିଶା ନିବାରଣ କେନ୍ଦ୍ରରେ ଥିବା ଜଣେ ଦିବ୍ୟାଙ୍ଗ ଯୁବକଙ୍କୁ ଅମାନୁଷିକ ଭାବେ ଲୁହା ପାଇପରେ ପିଟୁଛନ୍ତି କେନ୍ଦ୍ରର ମାଲିକ ତଥା ତାଙ୍କ ସହଯୋଗୀ।

author-image
Manoranjan Behera
ଅଦ୍ୟତନ ହୋଇଛି
Assault On Divyang

Assault On Divyang

ବାରିପଦାର ଏକ ବେସରକାରୀ ନିଶା ନିବାରଣ କେନ୍ଦ୍ରରେ ଦିବ୍ୟାଙ୍ଗ ଯୁବକଙ୍କୁ ମାଡ଼ । ପ୍ଲାଷ୍ଟିକ ପାଇପରେ ଅତି ନିର୍ଦ୍ଦୟ ଭାବେ ଯୁବକଙ୍କୁ ମାଡ଼ ମରାଯାଉଥିବା ଭିଡିଓ ଭାଇରାଲ୍ ହୋଇଛି । ଭାଇରାଲ ହେଉଥିବା ଭିଡିଓଟି ବାରିପଦାର ତୁଳସୀ ଚଉରା ସାହିରେ ଥିବା ନିଶା ନିବାରଣ କେନ୍ଦ୍ରର ବୋଲି କୁହାଯାଉଛି । କେନ୍ଦ୍ରର ମାଲିକ ଅବନୀ ପତି ଏବଂ ତାଙ୍କର ଜଣେ ସହଯୋଗୀ ଦିବ୍ୟାଙ୍ଗ ଯୁବକଙ୍କୁ ମାଡ଼ ମାରୁଥିବା ଭିଡିଓରେ ଦେଖିବାକୁ ମିଳିଛି ।

Advertisment

ବାରିପଦା ନିଶା ନିବାରଣ କେନ୍ଦ୍ରରେ ଦିବ୍ୟାଙ୍ଗ ଯୁବକଙ୍କୁ ନିର୍ଯାତନା ଘଟଣାର ଅଭିଯୁକ୍ତ ମାଲିକ ଅବନୀ ପତିଙ୍କୁ ଉଠାଇନେଇଛି ପୋଲିସ । ଗଣମାଧ୍ୟମରେ ଖବର ପ୍ରସାରଣ ପରେ ପୋଲିସ ଏଭଳି ପଦକ୍ଷେପ ନେଇଛନ୍ତି । ଅଧତ୍କ ତଦନ୍ତ ପାଇଁ ଅବନୀଙ୍କୁ ପୋଲିସ ଉଠାଇ ନେଇଥିବା ସୂଚନା ମିଳିଛି । ନିଶା ନିବାରଣ କେନ୍ଦ୍ରରେ ଦିବ୍ୟାଙ୍ଗଙ୍କୁ ନିର୍ଯାତନାର ଭିଡିଓ ଭାଇରାଲ ହୋଇଥିଲା ।

ଖାଲି ସେତିକି ନୁହେଁ, ଯୁବକଙ୍କୁ ଜୋର୍ ଜବରଦସ୍ତ ପାଦ ଚାଟିବାକୁ କୁହାଯାଉଥିବା ମଧ୍ୟ ଭିଡିଓରେ ଦେଖିବାକୁ ମିଳିଛି । ପାଖରେ ଠିଆ ହୋଇଥିବା ଅନ୍ୟ ଅନ୍ତେବାସୀମାନେ ମାଡ ଡରରେ ଥରୁଥିବା ବେଳେ ପୁରା ଭୟର ବାତାବରଣ ସୃଷ୍ଟି ହୋଇଛି । ଭିଡିଓଟି ବର୍ଷକ ତଳର ହୋଇଥିବା ବେଳେ ଏବେ ଏହା ଭାଇରାଲ୍ ହେବାରେ ଲାଗିଛି । ଏହି ନିଶା ନିବାରଣ କେନ୍ଦ୍ରରୁ ପୂର୍ବରୁ ମଧ୍ୟ ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିବା ବେଳେ ଅନେକ ଥର ଅନ୍ତେବାସୀମାନେ ଖସି ପଳାଇଥିବା ନଜର ରହିଛି ।

Advertisment

ଅନ୍ତେବାସୀଙ୍କୁ ସମାଜର ମୁଖ୍ୟ ସ୍ରୋତକୁ ଫେରାଇ ଆଣିବାକୁ ତଥା ନିଶାମୁକ୍ତ କରିବାକୁ ପରିବାର ଲୋକେ ନିଶା ନିବାରଣ କେନ୍ଦ୍ରକୁ ପଠାଇ ଥାଆନ୍ତି । ହେଲେ ସେଠାରେ ବନ୍ଦ କୋଠରୀରେ ସେମାନଙ୍କ ଉପରେ ଅମାନୁଷିକ ନିର୍ଯାତନା ହେଉଥିବା ବେଳେ ବହୁ ସମୟରେ ମାଡ଼ ସହି ନ ପାରି ଅନ୍ତେବାସୀଙ୍କ ଅକାଳ ମୃତ୍ୟୁ ଘଟୁଥିବା ଜଣାଯାଇଛି। ଜଣେ ଭିନ୍ନକ୍ଷମ ଯୁବକ, ଯିଏକି ବାଟ ଚାଲିବାକୁ ସକ୍ଷମ ନୁହନ୍ତି, ତାଙ୍କୁ ବାଟକୁ ଆଣିବାକୁ ଏପରି ନିର୍ଯାତନା କେତେଦୂର ଯୁକ୍ତିଯୁକ୍ତ ତାହାକୁ ନେଇ ବୁଦ୍ଧିଜୀବୀ ମହଲରେ ଆରମ୍ଭ ହୋଇଯାଇଛି ଚର୍ଚ୍ଚା।

ନିଜ ଅମାନୁଷିକ କାଣ୍ଡକୁ ଯଥାର୍ଥ ଓ ଠିକ୍‌ ବୋଲି ରୋକଠୋକ ଭାବେ କହିଛନ୍ତି ଅବନୀ ପତି । ଏନେଇ ସେ କହିଛନ୍ତି, ଉକ୍ତ  ଯୁବକଜଣକ ବହୁ ଥର ଏହି କେନ୍ଦ୍ରକୁ ଆସିଛନ୍ତି । ଏକ ଦୁର୍ଘଟଣାରେ ସେ ନିଜ ଗୋଡ଼ ହରାଇଛନ୍ତି। ସେ ବାରମ୍ବାର ନିଶା ଖାଉଥିବାରୁ ତାଙ୍କୁ ସୁଧାରିବାକୁ ମୁଁ ଏପରି ଉପାୟ ଅବଲମ୍ବନ କରିଥିଲି। ପିଲାଙ୍କୁ ସାବାଡ଼ କରିବାକୁ ମୁଁ ଏପରି ଉପାୟ ଅବଲମ୍ବନ କରିଥାଏ। ଏଭଳି ବ୍ୟବହାର ପାଇଁ ବହୁ ଯୁବକ ଭଲ ବାଟକୁ ଫେରିପାରିଛନ୍ତି ବୋଲି କହିଛନ୍ତି ଅବନୀ। ଏଥିପାଇଁ ପ୍ରଶାସନ ଯେକୌଣସି ଦଣ୍ଡ ଦେଲେ ତାହାକୁ ଗ୍ରହଣ କରିବେ ବୋଲି ମଧ୍ୟ କହିଛନ୍ତି ଅବନୀ ।

Assault On Divyang De-Addiction & Rehab Center
Advertisment
Advertisment